ରାଜ୍ୟ ସ୍ପେଶାଲ ରିପୋର୍ଟ

ମେ’ ୧୦ରେ ଝାରସୁଗୁଡ଼ା ଭୋଟ୍‌: ୧୩ରେ ଭୋଟ୍ ଗଣତି; ଆଦର୍ଶ ଆଚରଣବିଧି ଲାଗୁହେଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର : ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ଖାଲି ପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଆସନ୍ତା ମେ’ ୧୦ତାରିଖରେ ଉପନିର୍ବାଚନ ହେବ ବୋଲି ଭାରତ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ବୁଧବାର ଦିନ ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହରୀ ଧଳ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ ଏପ୍ରିଲ ୧୩ରେ ଗେଜେଟ୍ ବିଜ୍ଞପ୍ତି, ଏପ୍ରିଲ ୨୦ରେ ନାମାଙ୍କନପତ୍ର ଦାଖଲର ଶେଷ ହେବ, ଏପ୍ରିଲ ୨୧ରେ ନାମାଙ୍କନପତ୍ର ଯାଞ୍ଚ, ଏପ୍ରିଲ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ, ମେ ୧୦ରେ ମତଦାନ, ମେ ୧୩ରେ ଭୋଟ୍ ଗଣତି, ମେ ୧୫ରେ ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧଳ କହିଛନ୍ତି ଯେ, ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ଅର୍ଥାତ୍ ଆଜିଠାରୁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆଦର୍ଶ ଆଚରଣ ବିଧି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ପ୍ରାର୍ଥୀ, ପ୍ରାର୍ଥିନୀ, ରାଜନୈତିକ ଦଳ ଏବଂ ଜିଲ୍ଲାରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଲାଗୁ କରାଯାଇଛି। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ମୋଟ୍ ୨୨୧୦୭୦ ଜଣ ଭୋଟର୍‌ ଥିବାବେଳେ ସେଥିରୁ ୧୧୦୩୨୦ ଜଣ ପୁରୁଷ ଏବଂ ୧୧୦୬୮୭ ଜଣ ମହିଳା, ୬୩ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଏଠାରେ ମୋଟ୍ ୨୫୨୬ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି। ୮୦ବର୍ଷରୁ ଉର୍ଦ୍ଧ୍ବ ୪୦୭୪ଜଣ ବରିଷ୍ଠ ଭୋଟର ଅଛନ୍ତି। ଏଥର ୨୦୬ ସ୍ଥାନରେ ୨୫୩ଟି ଭୋଟ୍‌ଗ୍ରହଣ କେନ୍ଦ୍ର ହେବ। ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି କୋଭିଡ କଟକଣା ଲାଗୁ ହେବ।

ସେହିପରି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆବଶ୍ୟକ ହେଉଥିବା ଇଭିଏମ୍ ଓ ଭିଭିପ୍ୟାଟ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍‌ ଅଛି ଓ ସେସବୁର ପ୍ରାଥମିକ ସ୍ତରୀୟ ତନଖି କାର୍ଯ୍ୟ ସମାପ୍ତ ହୋଇଛି। ଉପନିର୍ବାଚନ ସମୟରେ ସମସ୍ତ ବୁଥ୍‌ରେ ପାନୀୟ ଜଳ ଯୋଗାଣ, ପାଇଖାନା, ରୢାମ୍ପ ଓ ବିଦ୍ୟୁତ ସଂଯୋଗ ସୁବିଧା ଯୋଗାଇ ଦିଆଯିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।