ଦେଶ ବିଦେଶ ରାଜନୀତି

କର୍ଣ୍ଣାଟକର ୧୬,୯୭୬ ଭୋଟର ଶତାୟୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବେଙ୍ଗାଲୁରୁ : ନିର୍ବାଚନ କମିସନଙ୍କ ବୁଧବାରର ଘୋଷଣା ଅନୁସାରେ କର୍ଣ୍ଣାଟକରେ ମେ ୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । କମିସନ୍‌ର ସୂଚନା ଅନୁସାରେ ଗୋଟିଏ ରୋଚକ ତଥ୍ୟ ସମାନକୁ ଆସିଛି। ତାହା ହେଉଛି, ରାଜ୍ୟରେ ୧୬,୦୦୦ରୁ ଅଧିକ ଶତାୟୁ ଭୋଟର ଅଛନ୍ତି, ଯେଉଁମାନଙ୍କ ବୟସ ୧୦୦ ବର୍ଷରୁ ଅଧିକ। କର୍ଣ୍ଣାଟକରେ ମୋଟ ୧୨.୧୫ ଲକ୍ଷ ଭୋଟର ଅଛନ୍ତି, ଯେଉଁମାନଙ୍କ ବୟସ ୮୦ରୁ ଊର୍ଦ୍ଧ୍ବ। ଏହି ଅଶୀତିପର ଭୋଟରଙ୍କ ମଧ୍ୟରେ ୧୬,୯୭୬ ଜଣ ଭୋଟର ଅଛନ୍ତି, ଯେଉଁମାନଙ୍କ ବୟସ ୧୦୦ରୁ ଊର୍ଦ୍ଧ୍ବ। ଏଥି ସହ ୫.୫୫ ଲକ୍ଷ ଦିବ୍ୟାଙ୍ଗ ଭୋଟରଙ୍କ ନାମ ମଧ୍ୟ ଭୋଟର ତାଲିକାରେ ରହିଛି ବୋଲି ରାଜୀବ କୁମାର କହିଛନ୍ତି।

ତେବେ ଅଶୀତିପର ଓ ଦିବ୍ୟାଙ୍ଗ ଭୋଟରମାନେ ଭୋଟଗ୍ରହଣ କେନ୍ଦ୍ରକୁ ଆସିବାରେ ସମସ୍ୟା ଥିବାରୁ ନିର୍ବାଚନ ଆୟୋଗ ପକ୍ଷରୁ ସେମାନଙ୍କ ପାଇଁ ଭୋଟ୍-ଫ୍ରମ୍-ହୋମ୍ (ଭିଏଫ୍‌ଏଚ୍) ସୁବିଧା କରାଯାଇଛି। ସେମାନେ ଚାହିଲେ ଏହି ସୁବିଧା ନେଇପାରିବେ, ଗୋପନୀୟତା ରକ୍ଷା କରାଯିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର