ରାଜ୍ୟ

ଅନୁଗୁଳ: ୭୦ଟି ଗାଁ’ରେ ନେଟୱର୍କ ନାହିଁ, ଫୋନ୍‌ କରିବାକୁ ‘ମୋବାଇଲ୍‌ ଘର’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବନ୍ତଳା : ଦେଶରେ ଏବେ ୫ଜି ଫୋନ୍‌ ସେବା ଆରମ୍ଭ ହେଲାଣି। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ୧୮୮୭ଟି ଗାଁ ମଧ୍ୟରୁ ପ୍ରାୟ ୭୦ଟି ଗାଁରେ କିନ୍ତୁ ନେଟ୍‌ୱର୍କ ମିଳୁନାହିଁ। ପାଖରେ ମୋବାଇଲ୍‌ ଫୋନ୍‌ ଥିଲେ ବି ଲୋକମାନେ ସହଜରେ ଫୋନ୍‌ କରିପାରୁନାହାନ୍ତି। ସେଥିରୁ ଅନୁଗୁଳ ବ୍ଲକ୍‌ ସାତକୋଶିଆ ଅଭୟାରଣ୍ୟରେ ଥିବା ୨୫ଟି ଗାଁର ଅଧିବାସୀ ଏହି ଦୁର୍ଦ୍ଦଶା ଭୋଗୁଛନ୍ତି। ତନ୍ମଧ୍ୟରୁ ଗୋଟିଏ ଗାଁ ହେଉଛି ଟିକରପଡ଼ା ପଞ୍ଚାୟତର ମଝିପଡ଼ା। ଏଠାରେ ପାଖାପାଖି ୩୫୦ଟି ପରିବାର ବାସ କରୁଛନ୍ତି। ଫୋନ୍‌ କରିବା ପାଇଁ ପୂର୍ବରୁ ଗ୍ରାମବାସୀ ପାହାଡ଼ ଓ ଗଛ ଚଢ଼ୁଥିବା‌ବେଳେ କିଛିଦିନ ହେଲା ଗାଁରେ ତିଆରି କରିଥିବା ‘ମୋବାଇଲ୍‌ ଘର’କୁ ଯାଉଛନ୍ତି।

ମହାନଦୀ କୂଳରେ ଘଞ୍ଚ ଜଙ୍ଗଲ ଘେରା ଗାଁ ହେଉଛି ମଝିପଡ଼ା। ଫୋନ୍‌ କରିବା ପାଇଁ ଏହି ଗାଁରେ ନେଟୱର୍କ ମିଳୁ ନଥିବାରୁ ପୂର୍ବରୁ ଗ୍ରାମବାସୀ ପାହାଡ଼ କିମ୍ବା ଉଚ୍ଚ ଗଛରେ ଚଢ଼ୁଥିଲେ। ରାତି ଅନ୍ଧାରରେ ଦୂରସ୍ଥାନକୁ ଯାଇ ଫୋନ୍ କରିବାବେଳେ ବନ୍ୟଜନ୍ତୁଙ୍କ ଭୟ ଲାଗି ରହିଥିଲା। ଏଥିପାଇଁ ସେମାନଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଥିଲା‌। କିଛିଦିନ ହେଲା ଏହି କଷ୍ଟ ସାମାନ୍ୟ ଲାଘବ ହୋଇଛି। ଗାଁ ମଝିରେ ଗ୍ରାମବାସୀ ଏକ ‘ମୋବାଇଲ୍‌ ଘର’ ତିଆରି କରିଛନ୍ତି। ଗାଁର ଯୁବକ ଓ ଗ୍ରାମବାସୀ ସେଠାକୁ ଯାଇ ଫୋନ୍‌ କରୁଛନ୍ତି। ମଝିପଡ଼ା ଗାଁ ମଝିରେ ଏହି ନିର୍ଦ୍ଦିଷ୍ଟ ସ୍ଥାନ‌ରେ ଫୋନ୍‌ ନେଟୱର୍କ ଆସୁଥିବା ଜଣାପଡ଼ିବା ପରେ ସେଠାରେ ମୋବାଇଲ୍‌ ଘର ତିଆରି କରାଯାଇଛି।
ଘର ଉପ‌ରେ ଟିଣ ପକାଯାଇଥିବାବେଳେ ଚାରିପାଖରେ ବାଉଁଶ ବନ୍ଧାଯାଇଛି। ଘର ଭିତରେ ସିମେଣ୍ଟ ଖୁଣ୍ଟ ପୋତି ବାଉଁଶରେ ତିଆରି ହୋଇଛି ଏକ ବେଞ୍ଚ୍‌। କିଛି ଉଚ୍ଚରେ ଏକ ବାଉଁଶରେ କଣ୍ଟା ପିଟାଯାଇଛି।

ଗ୍ରାମବାସୀ, ବିଶେଷକରି ଯୁବକମାନେ ଏହି ଘରକୁ ଯାଇ ଫୋନ୍‌ରେ କଥା ହେଉଛନ୍ତି। ଖରା, ବର୍ଷା ବା ଶୀତରେ ଫୋନ୍‌ କରିବାକୁ ସେମାନଙ୍କୁ ଆଉ ଦୂରସ୍ଥାନକୁ ଯିବାକୁ ପଡ଼ୁନାହିଁ। ଗାଁର ଯୁବକମାନେ ଅନେକସମୟରେ ଏହି ‘ମୋବାଇଲ୍‌ ଘର’ରେ ବାଉଁଶ ବେଞ୍ଚ‌୍‌ରେ ଲମ୍ବଧାଡ଼ିରେ ବସି ଫୋନ୍‌ କରୁଥିବା ଦେଖାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।