ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ବୋର୍ଡ ନାଁରେ ଜାଲ୍ ସାର୍ଟିଫିକେଟ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

କଟକ : ଓଡ଼ିଆ ପିଲା ଉତ୍ତରପ୍ରଦେଶ, ଝାଡ଼ଖଣ୍ଡରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପୁଣି ଓଡ଼ିଆରେ ୯୦/୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାର ସାର୍ଟିଫିକେଟ ଆଣି ଚାକିରି ପାଇଁ ଦାଖଲ କରୁଛନ୍ତି। ଡାକ ବିଭାଗରେ ଜାଲ୍ ମାର୍କସିଟ୍‌ର ଗୁମର ଧୀରେ ଧୀରେ ଫିଟୁ ଥିବା ବେଳେ ପ୍ରାୟ ଅଧିକାଂଶ ସାର୍ଟିଫିକେଟ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ବୋର୍ଡର ବୋଲି ଜଣା ପଡିଛି। ଯଦିଓ କଟକ ସିଟି ଡିଭିଜନ ଓ ସାଉଥ୍‌ ଡିଭିଜନ୍‌ରେ ୨ଟି ଜାଲ୍ ସାର୍ଟିଫ‌ିକେଟ ଧରା ପଡିଛି ଏବଂ ୬ଟି ଯାଞ୍ଚ ପାଇଁ ଯାଇଛି କିନ୍ତୁ ଚୂଡାନ୍ତ ପର୍ଯ୍ୟାୟକୁ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ଜଣ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ନ ଆସିବା ଘଟଣା ସନ୍ଦେହର କାରଣ ହୋଇଛି। ସବୁ ସାର୍ଟିଫିକେଟ ଯାଞ୍ଚ କରି ଆବେଦନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ରାକେଟର ପର୍ଦ୍ଦାଫାସ କରିବାକୁ ଦାବି ହେଉଛି।

କିନ୍ତୁ, ସଂପୂର୍ଣ୍ଣ ପ୍ରକ୍ରିୟା ସନ୍ଦେହଜନକ ହୋଇଥିବା ବେଳେ ଏ ଦିଗରେ ପୁଲିସ ସେହିଭଳି ତ୍ବରାନ୍ବିତ ଢଙ୍ଗରେ ପଦକ୍ଷେପ ନ ନେବା ଘଟଣା ଉଦ୍‌ବେଗର କାରଣ ହୋଇଛି। ନିଯୁକ୍ତି ପାଇଁ ଆସିଥିବା ଜଣେ ପ୍ରାର୍ଥୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ବୋଲି ପ୍ରମାଣପତ୍ର ଦେଇଥିଲେ ବି ଇଂରାଜୀରେ ଦରଖାସ୍ତ ଲେଖି ନ ପାରି ସାର୍ଟିଫିକେଟ ଛାଡ଼ି ପଳାଇବା ଘଟଣା ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଟାଣି ନେଇଛି। ମାଟ୍ରିକ୍‌ ନମ୍ବର ଭିତ୍ତିରେ ଶାଖା ଡାକପାଳ ଓ ସହାୟକ ଶାଖା ଡାକପାଳ ପଦରେ ନିଯୁକ୍ତି ପାଇଁ ଚୟନ ହେଉଥିବାରୁ ଏଭଳି ଜାଲିଆତି ବର୍ଷକୁ ବର୍ଷ ବଢି ଚାଲିଛି। ଜାଲ୍ ସାର୍ଟିଫିକେଟ କେଳେଙ୍କାରୀ ସାମନାକୁ ଆସିବା ପରେ ଚୟନ ହୋଇଥିବା ପ୍ରାର୍ଥୀ ଆଉ ସାର୍ଟିଫିକେଟ ଯାଞ୍ଚ ପାଇଁ ଆସୁନାହାନ୍ତି।

୨୦୨୨ ବର୍ଷ ପାଇଁ କଟକ ସିଟି ଡିଭିଜନରେ ୨୯ଟି ପଦ ପୂରଣ ପାଇଁ ୨୯ଜଣଙ୍କୁ ଚୟନ କରାଯାଇଥିଲା। କିନ୍ତୁ, ଯାଞ୍ଚ ପାଇଁ ମାତ୍ର ୧୪ ଜଣ ଆସିଥିଲେ। ସେହିପରି ସାଉଥ୍‌ ଡିଭିଜନ୍‌ରେ ୨ଟି ଜାଲ୍ ସାର୍ଟି‌ଫିକେଟ ଧରା ପଡିଥିବା ବେଳେ ୬ଟି ଜାଲ ସାର୍ଟିଫିକେଟ୍‌କୁ ଯାଞ୍ଚ ପାଇଁ ଝାଡ଼ଖଣ୍ଡ ପଠାଯାଇଛି। ଯାହାର ରିପୋର୍ଟ କିନ୍ତୁ ଏଯାଏ ମିଳିନି। ସାଉଥ ଡିଭିଜନରେ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ୬୧ ଜଣଙ୍କ ମଧ୍ୟରୁ ୩୫ ଜଣ ସାର୍ଟିଫିକେଟ ଯାଞ୍ଚ ପାଇଁ ନ ଆସିବା ଘଟଣା ସନ୍ଦେହ ସୃଷ୍ଟି କରୁଛି। ଡାକବିଭାଗରେ ଶାଖା ଡାକପାଳ ଓ ସହାୟକ ଶାଖା ଡାକପାଳ ପଦ ପାଇଁ ସାର୍ଟିଫିକେଟ୍‌ ଯାଂଚ ଚାଲିଥିବା ବେଳେ ୬୧ଜଣ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୨୬ଜଣ ଯାଂଚ ପାଇଁ ଆସିଥିଲେ। ଯାଞ୍ଚ ଶେଷ ତାରିଖ ୨୬ ତାରିଖ ଥିବାବେଳେ ୩୫ ଜଣ ଆବେଦନକାରୀ ଆସି ନଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।