ରାଜ୍ୟ

ବାବା ଲମ୍ବୋଦରଙ୍କ ଲମ୍ବା ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବର୍ତ୍ତମାନ ଲୋକମାନଙ୍କ ମନରେ ବଡ଼ ଚିନ୍ତା ହେଉଛି, କେମିତି ସୁସ୍ଥ ତଥା ନିରୋଗ ଭାବେ ଜୀବନ ଜିଇଁବା। ବିଶେଷକରି, ବୟସାଧିକ କାରଣରୁ ଏହିଭଳି ଭାବନା ମନକୁ ଅଧିକ ଆସୁଥିବା ଦେଖିବାକୁ ମିଳୁଛି। ତେବେ, ଆମ ଚାରିପାଖରେ ଏମିତି ବ୍ୟକ୍ତି ରହିଛନ୍ତି, ୯୫ କିମ୍ବା ତଦୂର୍ଦ୍ଧ୍ବ ବୟସରେ ପହଞ୍ଚିଥିଲେ ମଧ୍ୟ ସେମାନେ କେବଳ ସୁସ୍ଥ ନୁହନ୍ତି ଚଳଚଞ୍ଚଳ ବି ରହିଛନ୍ତି। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଜୀବନଯାପନ କରୁଛନ୍ତି। ତା’ହେଲେ, ଏହି ‘୯୫’ର ରାଜ୍‌ କ’ଣ? ଏହି ସ୍ବତନ୍ତ୍ର ସ୍ତମ୍ଭରେ…

ଜଳେଶ୍ୱର : ସେ ଅଲେଖ ମହିମା ଧର୍ମ ଗ୍ରହଣ କରିଛନ୍ତି। ଏକ ମଠର ପ୍ରତିଷ୍ଠାତା ମଧ୍ୟ। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ତାଙ୍କ ଶରୀର ଓ ମନରେ ବାରି ହୋଇପଡ଼େ ଯୁବ ସୁଲଭତା। ଏହାର କାରଣ କ’ଣ ବୋଲି ପଚାରିବାରୁ ସ୍ମିତହାସ୍ୟରେ ବାବା ରଖିଥିଲେ ସଂକ୍ଷିପ୍ତ ଉତ୍ତର। ସଂଯମତା, ସାତ୍ତ୍ବିକ ଭୋଜନ, ଯୋଗ ଓ ପ୍ରାଣାୟାମ ତାଙ୍କ ନିରାମୟ ଜୀବନର ରହସ୍ୟ ବୋଲି କହିଥିଲେ।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଦକ୍ଷିଣ ପ୍ରହାରାଜପୁର ଗାଁରେ ରହିଛି ଏକ ଅଲେଖ ମଠ। ଏହି ମଠର ମହନ୍ତ ହେଉଛନ୍ତି ବାବା ଲମ୍ବୋଦର ଦାସ। କେବଳ ଦକ୍ଷିଣ ପ୍ରହରାଜପୁର ନୁହେଁ, ବାଲିଆପାଳରେ ଥିବା ମଠର ଦାୟିତ୍ୱ ମଧ୍ୟ ତାଙ୍କ କାନ୍ଧରେ। ପ୍ରହରାଜପୁରରେ ମହିମା ଟୁଙ୍ଗି ପ୍ରତିଷ୍ଠା କରି ସେଠାରେ ୭୦ ବର୍ଷ ହେଲା ରହୁଛନ୍ତି। କାଗଜକଲମରେ ତାଙ୍କ ବୟସ ୯୫ ବର୍ଷ। ପ୍ରକୃତ ବୟସ ୧୨୦ ବର୍ଷ ହେବ ବୋଲି ଶିଷ୍ୟ ଅକ୍ଷୟ ଦାସ ଦାବି କରିଛନ୍ତି। ତେବେ ଏତେ ବୟସ ହୋଇଥିଲେ ସୁଦ୍ଧା ଲମ୍ବୋଦର ବାବାଙ୍କୁ ବାର୍ଦ୍ଧକ୍ୟ ଓ ରୋଗ ଛୁଇଁ ପାରିନାହିଁ। ପରିଣତ ବୟସରେ ବି ସେ ଚଳଚଞ୍ଚଳ ଓ ବେଶ ସକ୍ରିୟ। ଦୀର୍ଘାୟୁ ଓ ସୁସ୍ଥ ଜୀବନ ଅତିବାହିତ କରିବା ‌‌ପଛରେ ସଂଯମତା, ସାତ୍ତ୍ବିକ ଭୋଜନ ସହ ନିୟମିତ ଯୋଗ, ପ୍ରାଣାୟାମ ବୋଲି କହିଛନ୍ତି ବାବା ଲମ୍ବୋଦର। ପ୍ରତ୍ୟହ ସନ୍ଧ୍ୟା ୭ଟାରେ‌ ବିଛଣାକୁ ଯାଉଥିବା ବେଳେ ରାତି ୨ଟା ୩୦ ମିନିଟ୍‌ରେ ବିଛଣା ଛାଡ଼ନ୍ତି। ନିତ୍ୟକର୍ମ ସାରି ଯୋଗ ଓ ପ୍ରାଣାୟାମ କରିବା ସହ ଧ୍ୟାନରେ ବସନ୍ତି। ପରେ ଭୋଜନ ସାରି ମଠ କାମ, ଆଧ୍ୟାତ୍ମିକ ପ୍ରବଚନ, ଯଜ୍ଞାଦି କାମରେ ଲାଗିପଡ଼ନ୍ତି।

ଉଲ୍ଲେଖଥାଉକି, ଢେଙ୍କାନାଳ ଯୋରନ୍ଦା ମଠରୁ ଦୀକ୍ଷା ଗ୍ରହଣ କରିବା ପରେ ବାବା ପୁରୀ, କେନ୍ଦୁଝର ହୋଇ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଥିଲେ। ନିଜର କିଛି ଶିଷ୍ୟଙ୍କ ସାନ୍ନିଧ୍ୟ ଓ ଅଲେଖ ମହିମା ଦୀକ୍ଷିତଙ୍କ ସହଯୋଗ ପାଇ ଦକ୍ଷିଣ ପ୍ରହରାଜପୁର ଗାଁରେ ମଠ ପ୍ରତିଷ୍ଠା କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।