ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାତୀୟ ସଙ୍ଗୀତ ମାମଲା: ମମତା ବାନାର୍ଜୀଙ୍କୁ ଆଶ୍ବସ୍ତି ଦେବାକୁ ଅଗ୍ରାହ୍ୟ କଲେ ମୁମ୍ବାଇ ହାଇକୋର୍ଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ମୁମ୍ବାଇ: ୨୦୨୨ ଜାତୀୟ ସଙ୍ଗୀତ ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ‌ୌଣସି ପ୍ରକାରର ଆଶ୍ବସ୍ତି ଦେବାକୁ ଆଜି ମୁମ୍ବାଇ ହୋଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

୨୦୨୨ରେ ଜାତୀୟ ସଙ୍ଗୀତ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେସନ୍‌ କୋର୍ଟରେ ମାମଲା ଦାଏର କରାଯାଇଥିଲା।୨୦୨୩ରେ ସେସନ୍‌ କୋର୍ଟ ଦେଇଥିବା ରାୟକୁ ଚ‌ାଲେଞ୍ଜ୍‌ କରି ମମତା ବାନାର୍ଜୀ ହାଇକୋର୍ଟରେ ପିଟିସନ୍ ଦାଏର କରିଥିଲେ। ଆଜି ଉକ୍ତ ପିଟିସନ୍‌କୁ ବିଚାରପତି ଅମିତ ବୋର୍‌କାର୍‌ଙ୍କ ଜଣିକିଆ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି।

ପିଟିସନ୍‌ରେ ମମତା ବାନାର୍ଜୀ ଲେଖିଥିଲେ, ପୁନର୍ବିଚାର ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ନିକଟକୁ ମାଲାକୁ ନ ପଠାଇ ସେସନ୍‌ ଅଦାଲତ ସମ୍ପୂର୍ଣ୍ଣ ମାମଲାକୁ ଖାରଜ କରିବା ଉଚିତ ଥିଲା।

ବିଚାରପତି ବୋର୍‌କର୍‌ ଅବଶ୍ୟ କହିଛନ୍ତି ଯେ, ସେସନ୍‌ କୋର୍ଟଙ୍କ ଆଦେଶରେ ବେନିୟମ ଥିଲେ ବି ହାଇକୋର୍ଟ ଏଥିରେ ହସ୍ତ‌କ୍ଷେପ କରିବାକୁ ଚାହୁଁ ନାହାନ୍ତି। ତେଣୁ, ଏହି ମାମଲାର ପୁର୍ବିଚାର କରିବା ଲାଗି ସେ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲଙ୍କୁ ନି‌ର୍ଦେଶ ଦେଇଛନ୍ତି।

ମୁମ୍ବାଇର ଯଶବନ୍ତରାଓ ଚବନ ଅଡିଟରିୟମ୍‌ରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ବସିଥିବା ଅବସ୍ଥାରେ ଜାତୀୟ ସଙ୍ଗୀତ ଗାନ କରିଥିଲେ ବୋଲି ସମାଜସେବୀ ବିବେକାନନ୍ଦ ଗୁପ୍ତା ଅଭିଯୋଗ ଦାଏର କରିବା ପରେ ୨୦୨୨ ମାର୍ଚରେ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ମମତା ବାନାର୍ଜୀଙ୍କୁ ସମନ୍‌ ଜାରି କରିଥିଲା।

ଏହି ସମନ୍‌କୁ ମମତା ବାନାର୍ଜୀ ସ୍ପେସାଲ୍‌ କୋର୍ଟରେ ଚାଲେଞ୍ଜ୍‌ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ