ଅପରାଧ ରାଜ୍ୟ

ପଲିଟେକ୍‌ନିକ୍‌ କଲେଜ ହଷ୍ଟେଲରେ ଝୁଲିପଡ଼ିଲେ ଛାତ୍ରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଯାଜପୁର/ରଗଡ଼ି : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ର ରଗଡ଼ିସ୍ଥିତ ସରକାରୀ ପଲିଟେକ୍‌ନିକ କଲେଜର ଡିପ୍ଲୋମା ଶେଷବର୍ଷ (ବିଦ୍ୟୁତ୍‌ ବିଭାଗ) ଛାତ୍ରୀ ରୋଜାଲିନ ପାତ୍ରଙ୍କ ମୃତଦେହକୁ ପୁଲିସ ‌ମଙ୍ଗଳବାର ଦିନ ଛାତ୍ରୀନିବାସରୁ ଜବତ କରିଛି।

ଛ‌ାତ୍ରୀନିବ‌ାସର ୩ନମ୍ବର କୋଠରିରେ ପଙ୍ଖାରେ ଓହଳି ସେ ଆତ୍ମହତ୍ୟା କରିଥିବା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସକୁ କହିଛନ୍ତି। ତେବେ, ରୋଜାଲିନଙ୍କୁ ତାଙ୍କ ସହପାଠୀ ବିଭୁଦତ୍ତ ସାହୁ, ଅର୍ପିତା ଦଳାଇ ଓ ପିଙ୍କି ହତ୍ୟା କରିଥିବା ତାଙ୍କ ବାପା ଅମୂଲ୍ୟ ପାତ୍ର ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ରୋଜାଲିନ୍‌ଙ୍କୁ ସମ୍ପୃକ୍ତ ସହପାଠୀମାନେ ବର୍ଷେ ହେଲା ହଇରାଣ କରିବା ସହିତ ଅଶ୍ଳୀଳ ଭାଷାରେ ମୋବାଇଲ୍‌ ବାର୍ତ୍ତା ପଠାଇ ମାନସିକ ନିର୍ଯାତନା ଦେଉଥିଲେ। ବିଭୁଦତ୍ତ ଗତକାଲି ରୋଜାଲିନଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ। କିଛି ଛାତ୍ରଛାତ୍ରୀ ଦେଖି ବିଭୁଦତ୍ତଙ୍କୁ ବାରଣ କରିବାରୁ ଘଟଣା ଚପି ଯାଇଥିଲା। ଗତକାଲି ଏ ସଂପର୍କରେ ରୋଜାଲିନ ଫୋନ୍‌ କରି ଜଣାଇବା ସହ ଘରକୁ ଚାଲିଯିବାକୁ କହିଥିଲେ। ସହପାଠୀଙ୍କ ନିର୍ଯାତନା ସଂପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା ବୋଲି ରୋଜାଲିନ୍‌ଙ୍କ ବାପା କହିଛନ୍ତି।

କୋରେଇ ଥାନାଧିକାରିଣୀ ସଂଘମିତ୍ରା ନାୟକ କହିଛନ୍ତି, ମୃତ ରୋଜାଲିନଙ୍କ ବାପା ଅମୂଲ୍ୟ ପାତ୍ରଙ୍କ ଏତଲା ଅନୁଯାୟୀ କେସ ନମ୍ବର ୮୦ରେ ଦଫା ୩୦୨,୫୦୭,୯୪ ଆଇପିସରେ ମାମଲା ରୁଜୁ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।