ରାଜ୍ୟ

ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ବ୍ୟୟ ୧୫୫୨ କୋଟି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ,: ୨୦୧୭ରୁ ଭୁବନେଶ୍ବର ବିକାଶ ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟସଭାରେ ବିସ୍ତୃତ ବିବରଣୀ ରଖିଛନ୍ତି କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର। ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଉତ୍ତର ରଖିଛନ୍ତି।

ମନ୍ତ୍ରୀଙ୍କ ସୂଚନାନୁସାରେ ୩୩୯.୪୪ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବରରେ ଅମୃତ ଯୋଜନାରେ ୪୬ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ଅମୃତ ୨.୦ ଯୋଜନାରେ ୧୭୩.୯୮ କୋଟି ଟଙ୍କା ବ୍ୟୟରେ ୩ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସରିଛି ଓ ୨୦ଟି ପାଇଁ ଠିକା ଦିଆଯାଇଛି।

ଭୁବନେଶ୍ବର ପାଇଁ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା (ସହରାଂଚଳ)ରେ ଆବାସ ମଞ୍ଜୁରି, ସହାୟତା ଆବଣ୍ଟନ ଓ ପାଣ୍ଠିର ଉପ‌ଯୋଗକୁ ନେଇ ମନ୍ତ୍ରୀ ଗତ ୬ ବର୍ଷର ବିବରଣୀ ଦେଇଛନ୍ତି। ଭୁବନେଶ୍ବର ସ୍ମାଟ ସିଟି ଯୋଜନାରେ ୨୬ଟି ପ୍ରକଳ୍ପ ସରିଛି। ଏଥିପାଇଁ ୧୫୫୨.୦୬ କୋଟି ଟଙ୍କା ବ୍ୟୟ ହୋଇଛି। ଅନ୍ୟ ୯ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି। ଏଥିପାଇଁ ୬୦୭.୭୧ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି। ଭୁବନେଶ୍ବରକୁ ସ୍ବଚ୍ଛ ଭାରତ ମିସନ (ସହରାଞ୍ଚଳ) ଯୋଜନାରେ ଓଡିଏଫ୍ ପ୍ଲସପ୍ଲସ ଭାବେ ସାର୍ଟିଫାଏଡ୍ କରାଯାଇଛି। କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ବ୍ୟବସ୍ଥାରେ ସମସସ୍ତ ୬୭ ୱାର୍ଡରେ ଶତ ପ୍ରତିଶତ ‘ଡୋର-ଟୁ-ଡୋର କଲେକ୍‌ସନ’ କରାଯାଉଛି। ଶୌଚାଳୟ ନିର୍ମାଣରେ ଇଣ୍ଡିଭିଜୁଆଲ୍‌ ହାଉସ‌୍‌ହୋଲ୍ଡ ଲାଟ୍ରିନ୍‌ ପାଇଁ ୧୩ ହଜାର ୩୯୧ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୨,୩୫୯ (୯୨ ପ୍ରତିଶତ) ହାସଲ ହୋଇଛି। ସ୍ବଚ୍ଛ ସର୍ଭେକ୍ଷଣରେ ଭୁବନେଶ୍ବର ରୢାଙ୍କ ୨୦୨୧ରେ ୧୪୨ ଥିବାବେଳେ ୨୦୨୨ରେ ୮୦ ରହିଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।