ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାଲ୍ ସାର୍ଟିଫିକେଟ: କଟକରେ ଧରାପଡ଼ିଛି ୨, ଯାଞ୍ଚ ପାଇଁ ଯାଇଛି ଆଉ ୬

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

କଟକ : କଟକ ସାଉଥ୍‌ ଡାକ ଡିଭିଜନ୍‌ରେ ବି କାୟା ମେଲାଇଛି ଜାଲ୍ ସାର୍ଟିଫିକେଟ ରାକେଟ୍‌। ୨ଟି ଜାଲ୍ ସାର୍ଟି‌ଫିକେଟ ଧରାପଡ଼ିଥିବା ବେଳେ ୬ଟି ଜାଲ ସାର୍ଟିଫିକେଟ୍‌କୁ ଯାଞ୍ଚ ପାଇଁ ଝାଡ଼ଖଣ୍ଡ ପଠାଯାଇଛି। ଅନ୍ୟପଟେ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ୬୧ ଜଣଙ୍କ ମଧ୍ୟରୁ ୩୫ ଜଣ ସାର୍ଟିଫିକେଟ ଯାଞ୍ଚ ପାଇଁ ନ ଆସିବା ଘଟଣା ସନ୍ଦେହ ସୃଷ୍ଟି କରୁଛି।

ଡାକବିଭାଗରେ ଶାଖା ଡାକପାଳ ଓ ସହାୟକ ଶାଖା ଡାକପାଳ ପଦ ପାଇଁ ସାର୍ଟିଫିକେଟ୍‌ ଯାଞ୍ଚ ଚାଲିଥିବା ବେଳେ ୬୧ଜଣ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୨୬ଜଣ ଯାଞ୍ଚ ପାଇଁ ଆସିଥିଲେ। ଯାଞ୍ଚ ଶେଷ ତାରିଖ ୨୬ ତାରିଖ ଥିବାବେଳେ ୩୫ ଜଣ ଆବେଦନକାରୀ ଆସି ନଥିଲେ। ସାଟିଫିକେଟ୍‌ ଧରପଗଡ଼ ଚାଲିଥିବାରୁ ସେହି ଭୟରେ ଏହି ଆବେଦନକାରୀ ଆସିନଥିବା ସନ୍ଦେହ କରାଯାଉଛି। ଚାକିରି ପାଇଁ ଚୟନ ହୋଇ ଚୂଡାନ୍ତ ସାର୍ଟିଫିକେଟ୍‌ ଯାଞ୍ଚ ସମୟରେ ପ୍ରାର୍ଥୀ କାହିଁକି ଆସିଲେନି ତାହାକୁ ନେଇ ସନ୍ଦେହ ବଢୁଛି।

ତଥ୍ୟ ଅନୁଯାୟୀ ୨୦୨୨ରେ କଟକ ସାଉଥ୍‌ ଡାକ ଡିଭିଜନ୍‌ ପାଇଁ ଶାଖା ଡାକପାଳ ଓ ସହାୟକ ଶାଖା ଡାକପାଳ ୧୨୪ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ୧୨୪ଜଣ ପ୍ରାର୍ଥୀଙ୍କୁ ବି ଚୟନ କରାଯାଇଥିଲା। ହେଲେ, ଚୂଡାନ୍ତ ସାର୍ଟିଫି‌କେଟ୍‌ ଯାଞ୍ଚ ପାଇଁ ଆସିଥିବା କେନ୍ଦୁଝର ବେଲବାହାଳି ଗ୍ରାମର ସରୋଜ କୁମାର ସାହୁ ଓ ତପନ କୁମାର ସାହୁଙ୍କ ସାର୍ଟିଫିକେଟ୍‌ ଓ ମାର୍କ ଦେଖିବା ପରେ ଯାଞ୍ଚ କରୁଥିବା ଅଧିକାରୀମାନଙ୍କ ସନ୍ଦେହ ହୋଇଥିଲା। ସେମାନେ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷାପରିଷଦରୁ ଏହି ସାର୍ଟିଫିକେଟ ଆଣିଥିଲେ। ସରୋଜ ଇଂରାଜୀରେ ୯୭, ବିଜ୍ଞାନରେ ୯୮, ଗଣିତରେ ୯୬, ସମାଜିକ ବିଜ୍ଞାନରେ ୯୮, ଓଡିଆରେ ୯୮, ହିନ୍ଦୀରେ ୯୮ ରଖିଥିବା ବେଳେ ତପନ ହିନ୍ଦିରେ ୯୭, ଇଂରାଜୀରେ ୯୭, ବିଜ୍ଞାନରେ ୯୮, ଗଣିତରେ ୯୬, ସାମାଜିକ ବିଜ୍ଞାନରେ ୯୮, ଓଡିଆରେ ୯୮ ନମ୍ବର ରଖିଥିଲେ। ଯାଞ୍ଚରୁ ଏହି ସାର୍ଟିଫିକେଟ ଜାଲ୍ ବୋଲି ପ୍ରମାଣ ମିଳିବା ପରେ ସାଉଥ୍‌ ଡାକଡିଭିଜନ ପକ୍ଷରୁ କେନ୍ଦୁଝର ଜିଲ୍ଲା ଡାକବିଭାଗକୁ ସୂଚିତ କରାଯିବା ସହ ସେଠାକାର ଥାନାରେ ବି ଏତଲା ଦିଆଯାଇଛି। ସେହିପରି ସନ୍ଦେହ ହେଉଥିବା ଅନ୍ୟ ୬ଟି ଆବେଦନକାରୀଙ୍କ ସାର୍ଟିଫିକେଟ ଝାଡ଼ଖଣ୍ଡର ହୋଇଥିବାରୁ ତାହାକୁ ଯାଞ୍ଚ ପାଇଁ ସେଠାକୁ ପଠାଯାଇଥିବା କଟକ ଦକ୍ଷିଣ ମଣ୍ଡଳ ଡାକ ଅଧୀକ୍ଷକ ଗଜେନ୍ଦ୍ର ପ୍ରସାଦ କର କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।