ରାଜ୍ୟ

ସୁର ଦୋହରାଇଲେ, ଏଥର ସେ ନୁହେଁ, ପୁଅ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ସୋମବାର ଭାଗବତ ସ୍ମୃତି କମିଟି ତରଫରୁ ବାରଙ୍ଗରେ ଆୟୋଜିତ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଥିବା କଥା କେଇପଦ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି। ମୋତେ ୮୦ ଛୁଇଁଲାଣି, ଆର ଥରକୁ ମୁଁ ନୁହେଁ, ମୋ ପୁଅ ଜଟଣୀରୁ ଲଢ଼ିବ ବୋଲି ସୁର ସ୍ପଷ୍ଟ ଘୋଷଣା କରିବା ପରେ ଜଟଣୀ ଆସନକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ, ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସୈାମ୍ୟରଂଜନ ପଟ୍ଟନାୟକ, ମୁଖ୍ୟବକ୍ତା ପୃଥ୍ବୀରାଜ ହରିଚନ୍ଦନ, ପୁଅ କ୍ୟାପ୍‌ଟେନ ମନ୍ମଥ ରାଉତରାୟ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ମଂଚାସୀନ ଅତିଙ୍କ ଉପସ୍ଥିତିରେ ଶ୍ରୀ ରାଉତରାୟ ପୁଅ ଲଢ଼ିବା କଥା କହିଥିଲେ। ତେବେ ସେ କେଉଁ ଦଳରୁ ଲଢ଼ିବେ ସେ ନେଇ କୌଣସି ସୂଚନା ରଖିନଥିଲେ। ବାପା ଆଜୀବନ କଂଗ୍ରେସରେ ରହି ରାଜନୀତି କରୁଥିବା ଦୃଷ୍ଟିରୁ ପୁଅ ସ୍ବାଭାବିକ ଭାବେ ସେହି ଦଳରୁ ବିଧାୟକ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ଜଣାପଡ଼ୁଛି। ହେଲେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ଏବେଠାରୁ କହିବା ସହଜ ନୁହେଁ ବୋଲି ମଧ୍ୟ ତଥ୍ୟାଭିଜ୍ଞ ମହଲ ମତ ଦେଉଛନ୍ତି।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ପୁଅ ମନ୍ମଥ ଏଥର ଜଟଣୀରୁ ନିର୍ବାଚନ ଲଢ଼ିବ ବୋଲି ନିଜେ ଶ୍ରୀ ରାଉତରାୟ ଗଣମାଧ୍ୟମରେ ଘୋଷଣା କରିଥିଲେ। ତେବେ ଏହି ଘୋଷଣାର କିଛି ସମୟ ପରେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ମଧ୍ୟ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଥିଲେ। ଗଣମାଧ୍ୟମରେ ମଧ୍ୟ ଖୋଲାଖୋଲି କହିଥିଲେ। କିନ୍ତୁ କେଉଁ ଦଳରୁ ଓ କେଉଁ ନିର୍ବାଚନମଣ୍ଡଳୀରୁ ଲଢ଼ିବା ପାଇଁ ସେ ଆଗ୍ରହୀ, ସେକଥା ସିଦ୍ଧାର୍ଥ ସ୍ପଷ୍ଟ କରି ନଥିଲେ। ଏହି ଘଟଣାକୁ ନେଇ ସୁରଙ୍କ ପାରିବାରିକ ରାଜନୀତି ଚର୍ଚ୍ଚାରେ ରହିଛି। ଗତକାଲି ମଞ୍ଚରେ ପୁଣି ସାନ ପୁଅ ମନ୍ମଥଙ୍କ ନାମ ସୁର କହିଲା ପରେ ସେ ହିଁ ଜଟଣୀରେ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ସ୍ପଷ୍ଟ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।