ଅପରାଧ ରାଜ୍ୟ

ନକଲି ସାର୍ଟିଫିକେଟ୍‌: ଓଡ଼ିଆରେ ଶହେରୁ ୯୯

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ପରେ ଏବେ ଫୁଲବାଣୀ, ଆସ୍କା, ଢେଙ୍କାନାଳରେ ଧରାପଡ଼ିଛନ୍ତି ନକଲି ସାର୍ଟିଫିକେଟ୍‌ଧାରୀ। ଗ୍ରାମୀଣ ଡାକ ସେବକ ଅଧୀନ ଶାଖା ପୋଷ୍ଟମାଷ୍ଟର ଓ ସହାୟକ ଶାଖା ପୋଷ୍ଟମାଷ୍ଟର ପଦବି ପାଇଁ ସାର୍ଟିଫିକେଟ୍‌ ଯାଞ୍ଚ ସମୟରେ ଜଣଙ୍କ ପରେ ଜଣେ ପ୍ରାର୍ଥୀ ଧରାପଡ଼ୁଛନ୍ତି। କିଏ ଉତ୍ତରପ୍ରଦେଶରୁ ମାଟ୍ରିକ୍‌ ପାସ୍‌ କରିଥିବା ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି ତ ଆଉ କିଏ ଆନ୍ଧ୍ରପ୍ରଦେଶରୁ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ଡାକ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସାର୍ଟିଫିକେଟ୍‌ କିମ୍ବା ମାର୍କସିଟ୍‌ରେ ଯଦି ସନ୍ଦେହ ଉପୁଜିଛି, ତାହାକୁ ସଙ୍ଗେ ସଙ୍ଗେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ଜଣେ ବି ମେଧାବୀ ପ୍ରାର୍ଥୀ ଯେପରି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଡାକ ବିଭାଗ ପକ୍ଷରୁ କୁହାଯାଇଛି।

ଇତିମଧ୍ୟରେ ନକଲି ସାର୍ଟିଫିକେଟ୍‌ର ‌ଚେର ୫ଜିଲ୍ଲାକୁ ଛୁଇଁବା ସହ ପାଖାପାଖି ୫୦ଜଣ ପ୍ରାର୍ଥୀ ଧରାପଡ଼ିଲେଣି। ସାର୍ଟିଫିକେଟ୍‌ ନକଲି ଥିବା ଜଣାପଡ଼ିବା ପରେ ଡାକ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଥାନାରେ ଆବେଦନକାରୀ ପ୍ରାର୍ଥୀଙ୍କ ନାମରେ ଏତଲା ଦିଆଯାଇଛି। ସପ୍ତାହେ ହେଲା ଲଗାତାର ଏହା ଉପରେ ଖୋଳତାଡ଼ ଚାଲିଥିବାରୁ ରାଜ୍ୟର ଅନ୍ୟ ସ୍ଥାନରେ ନକଲି ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଦେଇ ଆବେଦନ କରିଥିବା ପ୍ରାର୍ଥୀମାନେ ଛାନିଆ ହୋଇପଡ଼ିଛନ୍ତି। ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଏବେ ବହୁ ସଂଖ୍ୟକ ପ୍ରାର୍ଥୀ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଛି। ସମସ୍ତ ଜିଲ୍ଲାରେ ଏଭଳି ସମସ୍ୟା ଦୃଷ୍ଟିଗୋଚର ହୋଇଛି।

ଫୁଲବାଣୀ, ଆସ୍କା ଓ ଢେଙ୍କାନାଳରେ ବି ଧରାପଡ଼ିଲେ
୧୩୮୨ ପଦବି ପାଇଁ ଚାଲିଛି ନିଯୁକ୍ତି ପ୍ରକ୍ରିୟା

ସେପଟେ ଆଉ କେଉଁ ସବୁ ଜିଲ୍ଲାର ପ୍ରାର୍ଥୀ ନକଲି ସାର୍ଟିଫିକେଟ୍‌ ପ୍ରସ୍ତୃତିରେ ସମ୍ପୃକ୍ତ ଅଛନ୍ତି, ତାହାର ଖୋଳତାଡ଼ ଆରମ୍ଭ କରିଛି ଓଡ଼ିଶା ପୁଲିସ। ବଲାଙ୍ଗୀର ପୁଲିସ ତଥ୍ୟକୁ ଆଧାର କରି ନକଲି ସାର୍ଟିଫିକେଟ୍‌ର ଚେର ଖୋଜିବାକୁ ରାଜ୍ୟ ବାହାରକୁ ପୁଲିସ ଯିବ ବୋଲି ଜଣାପଡ଼ିଛି। ନକଲି ସାର୍ଟିଫିକେଟ୍‌ ପ୍ରସ୍ତୁତିରେ ବାହାର ରାଜ୍ୟର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ମଚାରୀମାନଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି। ଏପର୍ଯ୍ୟନ୍ତ ଯେତିକି ଜଣଙ୍କଠାରୁ ନକଲି ସାର୍ଟିଫିକେଟ୍‌ ମିଳିଛି, ସେଥିରୁ ଅଧିକାଂଶ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ତେଣୁ ଓଡ଼ିଶା ପୁଲିସର ଏକ ଟିମ୍‌ ଉତ୍ତରପ୍ରଦେଶ ଗସ୍ତ କରି ଘଟଣାର ଯାଞ୍ଚ କରିବ।

The Hans India

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରାର୍ଥୀଙ୍କ ମାଟ୍ରିକ୍‌ ସାର୍ଟିଫିକେଟ୍‌ ଯାଞ୍ଚ ସମୟରେ ନକଲି ସାର୍ଟିଫିକେଟ୍‌ରେ ଥିବା ମାର୍କକୁ ଦେଖି ଡାକ ବିଭାଗ ଅଧିକାରୀଙ୍କ ହୋସ୍‌ ଉଡ଼ିଯାଉଛି। କିଏ ଓଡ଼ିଆରେ ୧୦୦ରୁ ୯୯ ମାର୍କ ରଖିଛନ୍ତି ତ ଆଉ କାହାର ଗଣିତରେ ୧୦୦ରୁ ୧୦୦। ଉତ୍ତର ପ୍ରଦେଶରେ ପାଠ ପଢ଼ି ଅଧିକାଂଶ ପିଲା ୯୬%ରୁ ୯୮% ମାର୍କ ରଖିଥିବା ସାର୍ଟିଫିକେଟ୍‌ରେ ଦର୍ଶାଯାଇଛି। ଓଡ଼ିଶାରେ ପାସ୍‌ କରିଥିବା ପିଲାଙ୍କର ମାର୍କ ବି ୯୫% ଉପରେ ରହିଛି। ମାତ୍ର ବାହାର ରାଜ୍ୟରୁ ପାଇଥିବା ନକଲି ସାର୍ଟିଫିକେଟ୍‌ରେ ମାର୍କ ଯେଉଁଭଳି ରହିଛି ତାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଯେଉଁମାନଙ୍କଠାରୁ ନକଲି ସାର୍ଟିଫିକେଟ୍‌ ଜବତ ହୋଇଛି, ସେମାନେ ସମସ୍ତେ ୯୦%ରୁ ଅଧିକ ମାର୍କ ରଖିଥିବା ଦେଖିବାକୁ ମିଳିଛି।

ଓଡ଼ିଶା ଡାକ ବିଭାଗ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବାରିକଙ୍କ କହିବାନୁଯାୟୀ, ଓଡ଼ିଶାର ୧୩୮୨ ପଦବି ଲାଗି ନିଯୁକ୍ତି ପ୍ରକ୍ରିୟା ହେଉଛି। କେବଳ ମାଟ୍ରିକ୍‌ ମାର୍କ ଆଧାରରେ ହିଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଯେଉଁ ପ୍ରାର୍ଥୀଙ୍କର ଅଧିକ ମାର୍କ ରହିଥିବ, ସେମାନେ ନିଯୁକ୍ତି ପାଇବାକୁ ଯୋଗ୍ୟ। ତେଣୁ ପ୍ରାର୍ଥୀମାନେ ଅଧିକ ମାର୍କ ଦେଖାଇବା‌ ଲାଗି ନକଲି ସାର୍ଟିଫିକେଟ୍‌ର ଆଶ୍ରୟ ନେଉଛନ୍ତି, ଯାହାକି ଯାଞ୍ଚ ସମୟରେ ଧରାପଡ଼ିଛି। ଏବେ ସୁଦ୍ଧା ବଲାଙ୍ଗୀର, କେନ୍ଦ୍ରାପଡ଼ା, ଆସ୍କା ଓ ଢେଙ୍କାନାଳରେ ନକଲି ସାର୍ଟିଫିକେଟ୍‌ଧାରୀ ପ୍ରାର୍ଥୀ ଧରାପଡ଼ିବା ସହ ସେମାନଙ୍କ ବିରୋଧରେ ନିକଟସ୍ଥ ଥାନରେ ଏତଲା ଦିଆଯାଇଛି। ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବାକୁ ସମସ୍ତ ଅଧିକାରୀମାନଙ୍କୁ କୁହାଯାଇଥିବା ସେ କହିଛନ୍ତି।

ସୂଚନାନୁଯାୟୀ, ଭାରତୀୟ ଡାକସେବାର ୪୦ ହଜାରରୁ ଅଧିକ ପଦବି ଲାଗି ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଯେଉଁଥିରେ ଶାଖା ପୋଷ୍ଟମାଷ୍ଟର ଓ ସହାୟକ ଶାଖା ପୋଷ୍ଟମାଷ୍ଟର ପଦବି ରହିଛି। ଗ୍ରାମୀଣ ଡାକ ସେବାର ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ଓ ସର୍ବାଧିକ ୪୦ ବର୍ଷ ଧାର୍ଯ୍ୟ ହୋଇଛି। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ବୟସ ସୀମାରେ କୋହଳ ହୋଇଛି। ଏଥିସହ ପ୍ରାର୍ଥୀଜଣକ ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ସାଇକେଲ ଚଳାଇବା ଜାଣିବା ସହ କମ୍ପ୍ୟୁଟର ଜ୍ଞାନ ମଧ୍ୟ ରହିଥିବା ଆବଶ୍ୟକ। ନିୟମ ଅନୁଯାୟୀ, ଶାଖା ପୋଷ୍ଟମାଷ୍ଟର ଓ ସହାୟକ ଶାଖା ପୋଷ୍ଟମାଷ୍ଟର୍‌ ଚାକିରି ପାଇଁ କୌଣସି ପରୀକ୍ଷା ହୁଏ ନାହିଁ। ବରଂ ମାଟ୍ରିକ୍‌ରେ ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚୟନ କରାଯିବାର ବ୍ୟବସ୍ଥା ରହିଛି। ତେଣୁ ଅଧିକ ମାର୍କ ରଖିଥିବା ଆବେଦନକାରୀଙ୍କ ସାର୍ଟିଫିକେଟ୍‌ ଓ ମାର୍କସିଟ୍ ଏବେ ଯାଞ୍ଚ ଚାଲିଥିବା ବେଳେ ଏଭଳି କେଳେଙ୍କାରୀ ସାମ୍ନାକୁ ଆସିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।