ରାଜ୍ୟ

ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା: ବିଜୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଠାକୁରଙ୍କ ବନ୍ଦନା କରିବାରେ କାହାରି ଆପତ୍ତି ନାହିଁ। ମାତ୍ର ଧର୍ମକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ। କଂଗ୍ରେସ ଏକ ଧର୍ମ ନିରପେକ୍ଷ ଦଳ। ବିଜେଡିର ଜୟ ଜଗନ୍ନାଥ ଓ ବିଜେପିର ଜୟ ଶ୍ରୀରାମ ପ୍ରସଙ୍ଗରେ ଏହି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସେମାନେ ଭଗବାନଙ୍କ ନାଁ ନେବାକୁ ଚାହୁଁଛନ୍ତି ତାହା ଖୁସର କଥା। କିନ୍ତୁ ରତ୍ନ ଭଣ୍ଡାର ବିଷୟରେ ବିଜେଡି ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେଠାରେ ଅଳଙ୍କାର ଅଛି କି ନାହିଁ ତାହା ସ୍ପଷ୍ଟ କରାଯାଉନାହିଁ। ରତ୍ନଭଣ୍ଡାର ଚାବି କୁଆଡ଼େ ହଜିଲା ଏହାର ସ୍ପଷ୍ଟୀକରଣ ଆସିବା ଦରକାର। ବ୍ରହ୍ମ ବିଭ୍ରାଟ ମଧ୍ୟ ହୋଇଥିଲା। ଏସବୁକୁ ଆସ୍ତେ ଆସ୍ତେ ଲିଭାଇବା ପାଇଁ ଚେଷ୍ଟା କରାଯାଉଛି। ବିଜେପି କାଳେ ମାଇଲେଜ ନେଇଯିବ ତାକୁ ନଜରରେ ରଖି ବିଜେଡି ପକ୍ଷରୁ ହୁଏତ ଏପରି କରାଯାଉଛି।

‌ସେ ଆହୁରିମଧ୍ୟ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ପାଇଁ ଆଜି ଭାରତ ଏକାଠି ହୋଇଛି। ଏହା ବିରୋଧରେ ଦେଶବ୍ୟାପୀ ୧୮ଟି ଦଳ ସାମିଲ ହୋଇଛନ୍ତି। ରାଜ୍ୟରେ ମଧ୍ୟ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ବିରୋଧ କରୁଛନ୍ତି। ମାତ୍ର ଓଡ଼ିଶାରେ ବିଜେଡି ଦଳ ସଂପୂର୍ଣ୍ଣ ଚୁପ୍ ରହିଛି। ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ଯେଉଁ ସନ୍ଦେହ କରାଯାଉଥିଲା ତାହା ଏବେ ପ୍ରମାଣିତ ହୋଇଛି। ଯଦି ‌ବିଜେଡି ବିରୋଧୀ ଦଳ ତେବେ କଂଗ୍ରେସ ପ୍ରସଙ୍ଗରେ କାହିଁକି ମୁହଁ ଖୋଲୁ ନାହାନ୍ତି। ମାତ୍ର ଦରକାର ପଡ଼ିଲେ ଉଭୟ ଦଳ ବିରୋଧୀଙ୍କ କଣ୍ଠରୋଧ କରିବାକୁ ସିବିଆଇ, ଇଡି, ଭିଜିଲାନ୍‌ସ ଓ ପୁଲିସ ଲଗାଇଥାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ବିଜେଡି ଓ ବିଜେପି ପରସ୍ପର ପାଇଁ କାମ କରୁଛନ୍ତି। ନଚେତ୍ ବିଜେଡି କଦାପି ଚୁପ୍ ରହି ନ ଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।