ରାଜ୍ୟ ସ୍ପେଶାଲ ରିପୋର୍ଟ

ନାବାଳକ ଗାଡ଼ିଚାଳନା ରୋକିବାକୁ କଠୋର ପଦକ୍ଷେପ: ପ୍ରଥମଦିନରେ ଧରାପଡ଼ିଲେ ୮୪; ୨୧ ଲକ୍ଷ ଟଙ୍କା ଜରିମାନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

କଟକ : ନାବାଳକ ଗାଡ଼ି ଚଳାଇବା ଉପରେ ଲଗାମ ଦେବାପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) କ‌ଠୋର ପଦକ୍ଷେପ ନେଇଛନ୍ତି। ଗତକାଲିର ନିଷ୍ପତ୍ତି ମୁତାବକ ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଅଭିଯାନକୁ କଡ଼ାକଡ଼ି ସହ ଚଢ଼ାଉକୁ ଜୋର୍‌ଦାର୍‌ କରାଯାଇଛି।

ଗଞ୍ଜାମରୁ ସର୍ବାଧିକ ୧୨, ରାଉରକେଲାରୁ ୧୧ ମାମଲା
୪୮ଘଣ୍ଟା ଭିତରେ ଜରିମାନ‌ା ଜମା ନ ହେଲେ କୋର୍ଟକୁ ଯିବ ‌ମାମଲା

ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୪ଜଣ ନାବାଳକ ଗାଡି ଚାଳକଙ୍କ ଉପରେ ୨୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ନିଷ୍ପତ୍ତି ଅନୁସାରେ, ନିୟମ ଉଲ୍ଲଂଘନକାରୀ ପ୍ରତି ନାବାଳକ ଗାଡ଼ିଚାଳକଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଆସନ୍ତା ୪୮ ଘଣ୍ଟା ଭିତରେ ଜରିମାନା ପୈଠ ନ ହେଲେ ମାମଲାଗୁଡ଼ିକୁ କୋର୍ଟକୁ ପଠାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ଏସିଟି(ଆରଏସ) ଲାଲମୋହନ ସେଠୀ ସୂଚନା ଦେଇଛନ୍ତି। ତେ‌ବେ, ଅଧିକାଂଶ ଅଭିଭାବକ ଆଜି ଅନ୍‌ଲାଇନରେ ଜରିମାନା ପୈଠ କରିଥିବା ସେ କହିଛନ୍ତି। ଆସନ୍ତାକାଲି ମଧ୍ୟ ଚଢ଼ାଉ ଜାରି ରହିବ। ଏହି ନିୟମକୁ ଆହୁରି କଡ଼ାକଡ଼ି କରାଯିବା ସହିତ ଏହାକୁ ବ୍ୟାପକ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ଆଜିର ଚଢ଼ାଉରେ ଗଞ୍ଜାମରେ ସର୍ବାଧିକ ୧୨ଟି ମାମଲା ରୁଜୁ ହୋଇଥିବା ବେଳେ ରାଉରକେଲାରେ ଦ୍ବିତୀୟ ସର୍ବାଧିକ ୧୧ ଜଣଙ୍କ ଉପରେ ଜରିମାନା କରାଯାଇଛି। ସେହିଭଳି ଝାରସୁଗୁଡ଼ା ଜିଲ୍ଲାରେ ୫, ସମ୍ବଲପୁରରେ ୩, ସୁନ୍ଦରଗଡ଼ରେ ୧, ବାଲେଶ୍ବରରେ ୯, ଯାଜପୁରରେ ୩, ଚଣ୍ଡିଖୋଲରେ ୨, ବରଗଡ଼ରେ ୧, ଢେଙ୍କାନାଳରେ ୩, ଅନୁଗୁଳରେ ୧, ତାଳେଚରରେ ୧, ବଡବିଲରେ ୫, କୋରାପୁଟରେ ୨, ନବରଙ୍ଗପୁରରେ ୧, ରାୟଗଡ଼ାରେ ୩, କଳାହାଣ୍ଡିରେ ୫, ନୂଆପଡାରେ ୧, ଭଂଜନଗରରେ ୨, କଟକରେ ୭, ଭୁବନେଶ୍ବର(୧)ରେ ୫, ଭୁବନେଶ୍ବର(୨)ରେ ୧ଟି ମାମଲା ରୁଜୁ କରଯାଇଛି।

ସୂଚନାଯୋଗ୍ୟ ଯେ ୧୮ ବର୍ଷରୁ କମ୍ ନାବାଳକ ଗାଡ଼ିଚାଳକଙ୍କ ଗାଡି ଚାଳନା ରୋକିବାକୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।