ରାଜ୍ୟ

ଏସ୍‌ସିବିରେ କାଡାଭରିକ୍‌ ପ୍ରତିରୋପଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି କାଡାଭରିକ୍‌ ପ୍ରତିରୋପଣ। ଏସ୍‌ସିବିରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ମସ୍ତିଷ୍କ ମୃତ ଘୋଷଣା କରାଯିବା ସହ ତାଙ୍କର କିଡ୍‌ନିକୁ ଅସ୍ତ୍ରୋପଚାର କରାଯାଇ କଢ଼ାଯାଇଛି। ରାତି ତମାମ ଏସ୍‌ସିବି ୟୁରୋଲୋଜି ବିଭାଗରେ ୨ ଜଣ ରୋଗୀଙ୍କଠାରେ ଏହି କିଡନିକୁ ପ୍ର‌ତିରୋପଣ କରାଯାଇଛି। ପୂର୍ବରୁ ହୋଇ ଆସିଥିବା କାଡାଭରିକ୍‌ ପ୍ରତିରୋପଣରେ ଘରୋଇ ହସ୍ପିଟାଲ‌ର ମସ୍ତିଷ୍କ ମୃତ ଘୋଷିତ ରୋଗୀଙ୍କ କିଡ୍‌ନି କଢ଼ାଯାଇ ତାହାକୁ ଏସ୍‌ସିବି ଅଣାଯାଇ ପ୍ରତିରୋପଣ କରାଯାଇଥିଲା। ହେଲେ ପ୍ରଥମ ଥର ପାଇଁ ଏସ୍‌ସିବିରେ ହିଁ ସବୁ ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ ବ୍ରେନ ଷ୍ଟ୍ରୋକର ଶିକାର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଗତ୍‌ପୁର ଥାନା ତରୋଳ ଗ୍ରାମର ନିରଂଜନ କରଙ୍କ ପତ୍ନୀ ତନୁଜା କର(୫୭)ଙ୍କୁ ଗତକାଲି କଟକ ବଡ଼ଡାକ୍ତରଖାନା ସିଟିଭିଏସ୍‌ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମସ୍ତିଷ୍କ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ପରିବାର ଅଙ୍ଗଦାନ ପାଇଁ ଆଗ୍ରହ ପ୍ରକାଶ କରିବାରୁ ମହିଳାଙ୍କ ଦୁଇଟି କିଡ୍‌ନିକୁ କାର୍ଡିଓଥୋରାସିସ୍‌ ବିଭାଗରେ ଅସ୍ତ୍ରୋପଚାର କରାଯାଇ କଢ଼ାଯାଇଥିଲା। ପରେ ଏସ୍‌ସିବି ୟୁରୋଲୋଜି ବିଭାଗକୁ ଅଣାଯାଇ ସଟୋର ନିୟମାବଳୀ ଅନୁସାରେ କିଡ୍‌ନି ଅପେକ୍ଷାରେ ଥିବା ୨ଜଣ ରୋଗୀଙ୍କଠାରେ ପ୍ରତିରୋପଣ ପାଇଁ ପଦକ୍ଷେପ ନିଆଯାଇଥିଲା।

ମଙ୍ଗଳବାର ବିଳମ୍ବିତ ରାତି ଯାଏ ଏହି ପ୍ରକ୍ରିୟା ଚାଲିଥିବା ବେଳେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, କାର୍ଡିଓଥୋରାସିସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ, ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ବାଇଁ, ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ଡାକ୍ତର ଶରତ ପରିଡା, ଡାକ୍ତର ସଂଜୟ ଚୌଧୁରୀ, ଡାକ୍ତର ସୌଭାଗ୍ୟ ପ୍ରମୁଖ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ବି ଉପସ୍ଥିତ ରହିଛନ୍ତି। ଏସ୍‌ସିବିର ଟିମ୍‌ ୟୁରୋଲୋଜି ଓଟିରେ କାଡ‌ାଭୋରିକ୍‌ ପ୍ରତିରୋପଣ ଆରମ୍ଭ କରିଛନ୍ତି। ତନୁଜାଙ୍କ କିଡ୍‌ନି କଢାଯିବା ପରେ ପରିବାରବର୍ଗଙ୍କୁ ମୃତଦେହ ପ୍ରଦାନ କରାଯାଇଥିଲା। ଏସ୍‌ସିବିରେ ଏହାକୁ ମିଶାଇ ୬ଥର କାଡାଭରିକ୍‌ ପ୍ରତିରୋପଣ କରାଗଲାଣି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।