ରାଜ୍ୟ ସ୍ପେଶାଲ ରିପୋର୍ଟ

୯୮ ବର୍ଷରେ ଚଳଚଞ୍ଚଳ ପୂର୍ବତନ ମନ୍ତ୍ରୀ ସରସ୍ବତୀ ପ୍ରଧାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ପ୍ରତି ସ୍ବାସ୍ଥ୍ୟ ଏକ ବଡ଼ସମସ୍ୟା ଭାବେ ଉଭା ହୋଇଛି। ବିଶେଷକରି, କରୋନା ପରବର୍ତ୍ତୀ ସମୟରେ ସୁସ୍ଥ ଭାବେ ଜିଇଁବା ଜୀବନର ଏକ ମାନଦଣ୍ଡ ହୋଇଯାଇଛି। କେବଳ ପରିଣତ ବୟସରେ ଉପନୀତ ବ୍ୟକ୍ତବିଶେଷ ନୁହନ୍ତି, ଯୁବପିଢ଼ି ମଧ୍ୟ ସ୍ବାସ୍ଥ୍ୟଗତ କାରଣକୁ ନେଇ ଚିନ୍ତିତ ଓ ଆଶଙ୍କିତ। ତେବେ, ଆମ ଚାରିପାଖରେ ୯୫ବର୍ଷ କିମ୍ବା ତଦୂର୍ଦ୍ଧ୍ବ ଅତିକ୍ରମ କରୁଥିବା ଏମିତି ବ୍ୟକ୍ତି ଅଛନ୍ତି, ଯେଉଁମାନେ ବିଭିନ୍ନ କାରଣରୁ ସୁସ୍ଥ ଓ ଚଳଚଞ୍ଚଳ ରହିଛନ୍ତି ଏବଂ ସେମାନଙ୍କ ସ୍ମୃତିଶକ୍ତି ବି ସତେଜ ରହିଛି। ଏହାପଛରେ କ’ଣ ରହସ୍ୟ ଥାଇପାରେ? ଆସନ୍ତୁ, ସେମାନଙ୍କ ମୁହଁରୁ ଶୁଣିବା..।

ଭୁବନେଶ୍ବର : ବୟସ ଜୀବନର ଗୋଟିଏ ବଢ଼ନ୍ତା ପାଦ ଭଳି। ଯେତେବେଳେ ବୟସ ବଢ଼ିଯାଏ, ଏହି ପାଦ ଥକିଯାଏ। ଜୀବନ ଓ ବୟସକୁ ଭିତରେ ଏହିଭଳି ଏକ ପ୍ରତିଲୋମାନୁପାତୀ ସମ୍ପର୍କ ରହିଥିବା କୁହାଯାଏ। ଅର୍ଥାତ୍‌, ବୟସ ବଢ଼ିଗଲେ ଜୀବନରେ ସକ୍ରିୟତା ଆଉ ସରସତା ମହଳଣ ପଡ଼ିଯାଏ ଏବଂ ଚଳଚଞ୍ଚଳତା ଗୋଟିଏ ବିନ୍ଦୁରେ ଅଟକିଯାଏ। ହେଲେ ଏବେ ବି ଏମିତି ଲୋକ ଅଛନ୍ତି, ଯେଉଁମାନେ କି ୯୫ବର୍ଷ କିମ୍ବା ତଦୁର୍ଦ୍ଧ ବୟସରେ ପଦାର୍ପଣ କରିଥିଲେ ସୁଦ୍ଧା ସେମାନଙ୍କ ଉପରେ ବୟସ ଆଦୌ ପ୍ରଭାବ ପକାଇପାରିନି। ସେମିତି ଜଣେ ହେଉଛନ୍ତି ସରସ୍ବତୀ ପ୍ରଧାନ, ପୂର୍ବତନ ମନ୍ତ୍ରୀ।

୧୯୬୧ ମସିହାରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଥିଲେ ସରସ୍ବତୀ ପ୍ରଧାନ। ଆଜି ତାଙ୍କୁ ୯୮ବର୍ଷ। ଏହି ବୟସରେ ଏବେ ବି ଚଳଚଞ୍ଚଳ ଅଛନ୍ତି ସେ। ବର୍ତ୍ତମାନ ଭୁବନେଶ୍ବରସ୍ଥିତ ବିଜେବି ନଗରରେ ପୁଅ ରବି (୭୫) ଏବଂ ବୋହୂ ଜାଗୃତିଙ୍କ ସହିତ ରହୁଛନ୍ତି। ଆଉ ମାତ୍ର ଦୁଇବର୍ଷ ପରେ ଶହେବର୍ଷରେ ପଦାର୍ପଣ କରିବାକୁ ଯାଉଥିଲେ ବି ତାଙ୍କର ସ୍ମୃତିଶକ୍ତି ବେଶ୍ ପ୍ରଖର, କଥାବାର୍ତ୍ତା ମଧ୍ୟ ସୁସ୍ପଷ୍ଟ।

ତାଙ୍କ ଦୀର୍ଘ ଜୀବନ ରହସ୍ୟ ସମ୍ପର୍କରେ ସରସ୍ବତୀ କୁହନ୍ତି, କାରଣ କହିବାତ ସହଜ ନୁହେଁ। ପ୍ରଥମେ ତ ମନରେ ଆସୁଛି ଭଗବାନ ହିଁ ସବୁକିଛି କରୁଛନ୍ତି। ହେଲେ, ଏହି ଦୀର୍ଘଜୀବନ ପଛରେ ଖାଦ୍ୟପେୟର ଏକ ବଡ଼ ପ୍ରଭାବ ରହିଛି। ସେତେବେଳେ ବାପା ଥିଲେ ବାପା କୃଷି ବିଭାଗରେ ସହକାରୀ ନିର୍ଦ୍ଦେଶକ। ବରଗଡ଼ରେ ଘର କିନ୍ତୁ ଅଧିକାଂଶ ସମୟ କଟକରେ କଟିଛି। ଛୋଟବେଳୁହିଁ ବାପା ଖାଦ୍ୟର ଶୃଙ୍ଖଳା ଭିତରେ ରଖିଥିଲେ। ସେତେବେଳେ ଯାହା ଖାଦ୍ୟ ଖାଉଥିଲୁ ମିଶ୍ରଣଜାତୀୟ କିଛିବି ନଥିଲା, ପୂରା ଖାଣ୍ଟି। ମସଲା, ଆଇଁଷ ସବୁ ଖାଉଥିଲୁଁ କିନ୍ତୁ କୌଣସି ଖାଦ୍ୟବି ମାତ୍ରାଧିକ ନୁହେଁ। ନିଜେ ବଡ଼ ହେବାପରେ ମଧ୍ୟ ସେହି ଧାରା ବଜାୟ ରହିଲା। ଏହାଠାରୁ ବଡ଼ କାରଣ ହେଲା, ଜୀବନରେ ଯାହା ମିଳିଛି ସେତିକିରେ ସନ୍ତୁଷ୍ଟ ହୋଇଛି। ଝଡ଼ଝଞ୍ଜା, ବିପଦ ଆସିଥିଲେ ମଧ୍ୟ ମାତ୍ରାଧିକ ଚିନ୍ତାଗ୍ରସ୍ତ ହୋଇ ଯାଇନାହିଁ, ବରଂ ଏ ସମୟ ବି ଚାଲିଯିବ ବୋଲି ଭାବିଛି।

ମାଆ ସରସ୍ବତୀଙ୍କ ସମ୍ପର୍କରେ ପୁଅ ରବି ପ୍ରଧାନ କୁହନ୍ତି, ମା’ଙ୍କ ବାପଘର ପରିବାରରେ ସମସ୍ତେ ଦୀର୍ଘଜୀବୀ। ଅର୍ଥାତ୍‌ ସରସ୍ବତୀଙ୍କ ମା’ ଶକୁନ୍ତଳା୧୦୩, ଆଈ ୧୦୫, ବଡ଼ଭଉଣୀ ଲକ୍ଷ୍ମୀ ୧୦୨ ବର୍ଷ ଏବଂ ବଡ଼ଭାଇ ଫକୀର ୯୫ ବର୍ଷ ବଞ୍ଚିଥିଲେ। ତେଣୁ ଜୀନଗତ କାରଣରୁ ମଧ୍ୟ ସେ ଦୀର୍ଘ ଜୀବନ ବଞ୍ଚିଛନ୍ତି ଏବଂ ସୁସ୍ଥ ଅଛନ୍ତି।

ଏହି ବର୍ଷୀୟାନ ମହିଳା ସରସ୍ବତୀ ପ୍ରଧାନ ସୁସ୍ଥ ତଥା ନିରୋଗ ରୁହନ୍ତୁ, ଏହା ହିଁ ପ୍ରାର୍ଥନା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।