ରାଜ୍ୟ

ଋଣରେ ବୁଡ଼ିଛି ଆସିକା ସମବାୟ ଚିନିଶିଳ୍ପ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନିଶିଳ୍ପ ଏବେ ଋଣଯନ୍ତାରୁ ମୁକୁଳିବାକୁ ଉଦ୍ୟମ କରୁଛି। ଏଥିପାଇଁ ଗତ ତିନିବର୍ଷ ହେଲା ବିନା ଗ୍ୟାରେଣ୍ଟିରେ ଆଖୁଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉଛି। ଯାହା ନିଶ୍ଚିତ ଭାବେ ଖୁସିର ବିଷୟ। କିନ୍ତୁ ଉଦ୍‌ବେଗର ବିଷୟ ହେଉଛି, ଏଠାରେ ଚାଲିଥିବା ଧଳାହାତୀ ପୋଷା ନୀତି ଓ କିଛି ଅଧିକାରୀଙ୍କ ମନମୁଖି ନୀତି କମ୍ପାନିର ଆର୍ଥିକ ଋଣ ବୋଝକୁ ବଢ଼ାଇ ଚାଲିଛି। ବ୍ୟାପକ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ କମ୍ପାନିକୁ ପ୍ରତିବର୍ଷ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ୧୦ ବର୍ଷରୁ ଅଧିକ ସମୟ ହେଲାଣି ଡିଷ୍ଟିଲାରି ବନ୍ଦ ହୋଇ ପଡ଼ିଛି। ଏହା କାର୍ଯ୍ୟକ୍ଷମ ‌‌‌ହୋଇ ନପାରିବାରୁ କୋଟି କୋଟି କ୍ଷତି ହୋଇ ଚାଲିଛି।

ଚିନିଶିଳ୍ପର ଉନ୍ନତି ପାଇଁ ୧୯୯୩ ମସିହାରେ ଅଣାଯାଇଥିବା ପ୍ରାୟ ଆଠ କୋଟି ଟଙ୍କାର ଋଣ ଓ ସୁଧ ମିଶି ୩୬ କୋଟି ଟଙ୍କା ଏଯାଏ ପରିଶୋଧ ହୋଇପାରିନି। ଫଳରେ ସୁଗାର୍ ଡେଭେଲପମେଣ୍ଟ୍ ବୋର୍ଡ଼ ଦିଲ୍ଲୀ ସ୍ଥିତ ରିକଭରି ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଛି। ତେବେ ଟ୍ରିବ୍ୟୁନାଲ୍‌ଙ୍କ ଚୂଡ଼ାନ୍ତ ରାୟରେ ଚିନି ଶିଳ୍ପକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଆଠକୋଟି ବାଦ୍ ଦେଇ ଶିଳ୍ପକୁ ପ୍ରାୟ୨୯ କୋଟି ଟଙ୍କା ବକେୟା ପରିଶୋଧ କରିବାକୁ ପଡ଼ିବ। କିନ୍ତୁ ଏହା ପରି‌ଶୋଧ କେମିତି ହେବ, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚିନିଶିଳ୍ପରେ ପ୍ରସ୍ତୁତ ହେଉଥିବା ମୋଲାସେସ୍‌ରୁ ସ୍ପିରିଟ୍ ଓ ସେଥିରୁ ମଦ ପ୍ରସ୍ତୁତ କରି ରାଜ୍ୟର ଆଠଟି ଜିଲ୍ଲାରେ ବିକ୍ରି ହୁଏ। କିନ୍ତୁ ୨୦୧୨ ମସିହାରେ ପରିବେଶ ବିଭାଗର ମଞ୍ଜୁରୀ ନ ମିଳିବା କାରଣରୁ ମୋଲାସେସ୍‌କୁ ବାହାରେ ବିକ୍ରି କରି ଏବଂ ବାହାରୁ ହିଁ ସ୍ପିରିଟ୍ କିଣାଯାଇ ମଦ ପ୍ରସ୍ତୁତ ହେଉଛି। ଫଳରେ ଚିନିଶିଳ୍ପକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। ରାଜ୍ୟ ସରକାର ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶିଳ୍ପର ଏକ ମାତ୍ର ଲାଭର ମାଧ୍ୟମ ହେଉଛି ମଦ ବିକ୍ରିରୁ ମିଳୁଥିବା ଲାଭାଂଶ। କିନ୍ତୁ ମୋଲାସେସ୍ ବିକି ଓ ସ୍ପିରିଟ୍ କିଣି ସମସ୍ତେ କମିସନ୍ ପାଇବାରେ ବ୍ୟସ୍ତ ଥିବା ବେଳେ ଡିଷ୍ଟିଲାରିକୁ କାର୍ଯ୍ୟକ୍ଷମ କରିବା ଦିଗରେ କେହି ସ୍ବତନ୍ତ୍ର ଦୃଷ୍ଟି ଦେଉନାହାନ୍ତି।

ଶିଳ୍ପ କେବଳ ମଦ ପ୍ରସ୍ତୁତିରୁ ଯେଉଁ ଲାଭ ପାଉଛି, ତାହା ମଧ୍ୟ ଆଖୁପେଡ଼ାରେ ହେଉଥିବା କ୍ଷତିକୁ ଭରଣା କରୁଛି। ସୂଚନାନୁସାରେ, ଚିନିଶିଳ୍ପ ବାର୍ଷିକ ପ୍ରାୟ ୩୦୦ କୋଟି ଟଙ୍କାର ମଦ ବିକ୍ରି କରୁଛି। ଏଥିରୁ ବାର୍ଷିକ ୪୦ କୋଟି ଟଙ୍କା ଲାଭ ପାଉଛି। କିନ୍ତୁ ଡିଷ୍ଟିଲାରି କାର୍ଯ୍ୟକ୍ଷମ ହେଲେ ଏହି ଲାଭର ପରିମାଣ ଆହୁରି ବୃଦ୍ଧି ପାଇବ। ଫଳରେ ଚିନିଶିଳ୍ପକୁ ବଞ୍ଚାଇ ରଖିବାକୁ ‌ହେ‌ଲେ, ଏବେ ଆଖୁଚାଷ ଇଲାକା ବୃଦ୍ଧି ଓ ଡିଷ୍ଟିଲାରି କାର୍ଯ୍ୟକ୍ଷମ କରିବା ନିତାନ୍ତ ଆବଶ୍ୟକ। ଏହି ପ୍ରକ୍ରିୟାରେ ଆଉ କିଛିବର୍ଷ ବିଳମ୍ବ ହେଲେ ଆସିକାର ଚିନିଶିଳ୍ପ କେବଳ ଇତିହାସ ପୃଷ୍ଠାରେ ରହିଯିବ ଏବଂ ଏଥିରେ ତାଲା ଝୁଲିବ ବୋଲି ମତପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଆଖୁ ପ୍ରକ୍ୟୁର୍‌ମେଣ୍ଟ ଓ ପେଡ଼ା ପରିଚାଳକ (କ୍ୟାନ୍ ମ୍ୟାନେଜର୍) ଦୁଇବର୍ଷ ହେଲା ନିଜ କ୍ବାର୍ଟର୍ସରେ ନରହି ଅତିଥି ଭବନର ଏକ କୋଠରିକୁ କବ୍‌ଜା କରି ରଖିଥିଲେ। ଏ ସଂକ୍ରାନ୍ତରେ ଗତ ସପ୍ତାହରେ ‘ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଅଧିକାରୀଜଣକ ଗେଷ୍ଟହାଉସ୍‌ କୋଠରି ଖାଲି କରି ନିଜ କ୍ବାର୍ଟର୍ସକୁ ସ୍ଥାନାନ୍ତର ହୋଇଛନ୍ତି। ଏବେ ଆଖୁଚାଷ ବୃଦ୍ଧି ପାଇଁ ନବନିର୍ବାଚିତ ପରିଚାଳନା ପରିଷଦ ଓ କର୍ତ୍ତୃପକ୍ଷ ଆଗକୁ କିଭଳି ରୂପରେଖ ପ୍ରସ୍ତୁତ କରିବେ ‌ତାହା ଦେଖିବାକୁ ବାକି ରହିଛି। ସେହିପରି ଚିନିଶିଳ୍ପକୁ ଦୁର୍ନୀତିମୁକ୍ତ କରିବାକୁ ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ଓ ସ୍ବତନ୍ତ୍ର ଅଡ଼ିଟ୍‌ର ଆବଶ୍ୟକ ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।