ଅପରାଧ ରାଜ୍ୟ

ନକଲି ସାର୍ଟିଫିକେଟରେ ଅସଲି ରାଜନୀତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବଲାଙ୍ଗୀର : ନକଲି ସାର୍ଟିଫିକେଟ ମାମଲାରେ ଅସଲି ଫଟୋକୁ ନେଇ ଗରମାଗରମ ଏବେ ବଲାଙ୍ଗୀର ରାଜନୀତି ଗରମାଗରମ। କଂଗ୍ରେସ-ବିଜେଡି ଭିତରେ ଚାଲିଛି ତୁତୁ ମେମେ। କଂଗ୍ରେସ ବିଜେଡିକୁ ଦାୟୀ କରୁଥିବା ବେଳେ ବିଜେଡି ଏହା କଂଗ୍ରେସର ରାଜନୀତି ବୋଲି କହୁଛି।

ବଲାଙ୍ଗୀରରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ନକଲି ସାର୍ଟିଫିକେଟ ମାମଲାର ମାଷ୍ଟରମାଇଣ୍ଡ ସହ ଉପସ୍ଥିତ ଥିବା ନେତାଙ୍କ ଅନେକ ଫଟୋ। କେଉଁଠି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ତ ଆଉ କେଉଁଠି ବର୍ତ୍ତମାନର ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ। ସ୍ୱର୍ଗତ ମନ୍ତ୍ରୀ ନବ ଦାସ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଫଟୋ ବି ଭାଇରାଲ ହେଉଛି। ଆଉ ସମସ୍ତଙ୍କ ସହିତ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ଫଟୋ ରହିଛି।

ବିଜେଡି ନେତାଙ୍କ ସହ ଏସବୁ ଫଟୋକୁ ନେଇ କଂଗ୍ରେସ ଗର୍ଜୁଥିବା ବେଳେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସହିତ ମନୋଜ ମିଶ୍ରଙ୍କ ଫଟୋକୁ ନେଇ ବିଜେଡି କର୍ମକର୍ତ୍ତା କଂଗ୍ରେସ ଉପରେ ପ୍ରତି ଆକ୍ରମଣ କରୁଛନ୍ତି। ଇତିମଧ୍ୟରେ କଂଗ୍ରେସ ଗଣମାଧ୍ୟମ ସମ୍ମିଳନୀ ଡାକି କହିଛି, ଅଭିଯୁକ୍ତ ମନୋଜ ମିଶ୍ର ବିଜେଡି ଆଇଟି ସେଲ୍‌ ପରିଚାଳନା କରୁଥିଲେ। ଅନଙ୍ଗ ଉଦୟ ସିଂହଦେଓ ଓ କଳିକେଶଙ୍କ ସେ ଘନିଷ୍ଠ ସହଯୋଗୀ। ତେଣୁ ସେମାନଙ୍କ ଫୋନ୍‌ କଲ୍‌ ଯାଞ୍ଚ ପାଇଁ କଂଗ୍ରେସ ଜିଲ୍ଲା ସଭାପତି ଦିଲୀପ ବେହେରା ଦାବି କରିଛନ୍ତି। ଅନ୍ୟପଟେ କଂଗ୍ରେସକୁ କାଉଣ୍ଟର କରି ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି କହିଛନ୍ତି, କଂଗ୍ରେସକୁ ରାଜାଘର ଭୂତ ଘାରିଛି। ଯାହା ହେଲେ ରାଜା ଘରକୁ ଦାୟୀ କରନ୍ତି। ନକଲି ସାର୍ଟିଫିକେଟରେ ରାଜାଘରର ସଂପୃକ୍ତି ନାହିଁ। ମନୋଜ ମିଶ୍ର ଆଇଟି ସେଲ୍‌ କିମ୍ବା ବିଜେଡିର ସଦସ୍ୟ ନଥିବା ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।