ଅପରାଧ ଦେଶ ବିଦେଶ

ରାମ ନବମୀରେ ଦେଶର ବିଭିନ୍ନ ସ୍ଥାନରେ ହିଂସା: ବଡ଼ୋଦରା, ଶାମ୍ଭାଜୀ ନଗର ଓ ହାଓଡ଼ାରେ ଟେକାପଥର ମାଡ଼, ପୋଡ଼ାଜଳା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଗାନ୍ଧୀନଗର: ରାମ ନବମୀରେ ଆଜି ଗୁଜରାଟ, ପଶ୍ଚିମବଂଗ ଓ ମହାରାଷ୍ଟ୍ରରେ ହିଂସା ଉପୁଜିଛି। ଗୁଜରାଟ ବଡ଼ୋଦରା ସହରର ଫତେପୁରା ଅଞ୍ଚଳରେ ଶୋଭାଯାତ୍ରାକାରୀଙ୍କ ଉପରକୁ ଟେକାପଥର ଫିଙ୍ଗାଯାଇଛି। ଦିନରେ ଏବଂ ସନ୍ଧ୍ୟାବେଳେ ଏପରି ଘଟଣା ଦେଖାଦେବାରୁ ସେଠାରେ ତୁରନ୍ତ ପୁଲିସ ପହଞ୍ଚିଛି। ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। କେତେକ ଭିଡ଼ିଓରୁ ଦେଖିବାକୁ ମିଳିଛି ଯେ ଶୋଭାଯାତ୍ରା ଉପରେ ଟେକାପଥର ମାଡ଼ ହେଉଛି ଏବଂ ଶୋଭାଯାତ୍ରାକାରୀ ହିଂସା ଭିଆଉଛନ୍ତି। ହିଂସାଗ୍ରସ୍ତ ଅଂଚଳରେ ଉତ୍ତ୍ୟକ୍ତ ଲୋକମାନେ ଗାଡ଼ି ପୋଡ଼ାଜଳା କରିଛନ୍ତି। ବଜରଙ୍ଗ ଦଳର ଜଣେ ସ୍ଥାନୀୟ ନେତାଙ୍କ କହିବାନୁଯାୟୀ, ଅତୀତରେ ଏଭଳି ହିଂସା ଦେଖାଦେଇଥିଲେ ମଧ୍ୟ ଏଠାରେ ପୁଲିସ ମୁତୟନ କରାଯାଇ ନଥିଲା। ତେବେ ଡିସିପି ଯଶପାଲ ଜଗାନିୟାଙ୍କ କହିବାନୁଯାୟୀ, ଗୁରୁବାର ସହରରେ ସବୁ ଶୋଭାଯାତ୍ରାକୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏକ ମସଜିଦ ନିକଟରେ ଶୋଭାଯାତ୍ରା ପହଞ୍ଚିବା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।

ଏହା ସାଂପ୍ରଦାୟିକ ଦଙ୍ଗା ନୁହେଁ। ଆମେ ଲୋକଙ୍କୁ ସେଠାରୁ ହଟାଇ ଦେଇଥିଲୁ। ବଡ଼ୋଦରା ବଜରଙ୍ଗ ଦଳ ସଭାପତି କେତନ ତ୍ରିବେଦୀଙ୍କ କହିବାନୁଯାୟୀ, ଷଡ଼ଯନ୍ତ୍ର କରି ଟେକା ପଥର ଫିଙ୍ଗା ଯାଇଛି। ପ୍ରତିବର୍ଷ ଏହି ସ୍ଥାନରେ ଶୋଭାଯାତ୍ରାକୁ ଟାର୍ଗେଟ କରାଯାଇଥାଏ। ଏହା ସତ୍ତ୍ବେ ଉକ୍ତ ଅଞ୍ଚଳରେ କୌଣସି ପୁଲିସ ମୁତୟନ ହୋଇ ନଥିଲା। ମହାରାଷ୍ଟ୍ରର ଔରଙ୍ଗାବାବାଦ ବା ଛତ୍ରପତି ସମ୍ଭାଜୀନଗରର କିରାଡ଼ପୁରାରେ ଦୁଇ ଗୋଷ୍ଠୀ ମଧ୍ୟରେ ବଡ଼ଧରଣର ଗଣ୍ଡଗୋଳ ହୋଇଛି। କିରାଡ଼ପୁରାସ୍ଥିତ ରାମ ମନ୍ଦିର ବାହାରେ ଗତକାଲି ୧୨ଟା ୩୦ ମିନିଟ ସମୟରେ ଦୁଇ ଯୁବକଙ୍କ ମଧ୍ୟରେ ଛୋଟ ଧରଣର ପାଟିତୁଣ୍ଡ ହୋଇଥିଲା। ଏହାପରେ ବହୁସଂଖ୍ୟାରେ ଲୋକ ରୁଣ୍ଡ ହୋଇ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ। ଅସାମାଜିକ ବ୍ୟକ୍ତିମାନେ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ପୁଲିସ ଗାଡ଼ି ମଧ୍ୟ ରହିଛି। ଏହାପରେ ବୋମାମାଡ଼ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଛି। ଗାଡ଼ିଗୁଡ଼ିକରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ତିନିଟି ଗାଡ଼ିକୁ କାର୍ଯ୍ୟରେ ଲଗାଯାଇଛି।

ଉପରୋକ୍ତ ଦୁଇ ରାଜ୍ୟ ବ୍ୟତୀତ ପଶ୍ଚିମବଙ୍ଗର ହାଓଡ଼ାରେ ବି ଆଜି ରାମନବମୀରେ ହିଂସା ଦେଖିବାକୁ ମଳିଛି। ହାଓଡ଼ାରେ ରାମ ନବମୀ ଶୋଭଯାତ୍ରା ଅତିକ୍ରମ କରିବା ପରେ ଗଣ୍ଡଗୋଳ ହୋଇଥିଲା। ଏଠାରେ ଅନେକ ଗାଡ଼ିକୁ ପୋଡ଼ାଯାଇଥିବା ଭିଡ଼ିଓ ଦେଖିବାକୁ ମିଳିଛି। ଦଙ୍ଗା ନିୟନ୍ତ୍ରଣ ବଳ ସମେତ ବହୁସଂଖ୍ୟାରେ ପୁଲିସ ମୁତୟନ ହୋଇଛି। ଗୋଟିଏ ପୁଲିସ ଭ୍ୟାନ ଏବଂ ଏକ କାରକୁ ଭଙ୍ଗାରୁଜା କରାଯାଇଛି। ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହିତ ଦଙ୍ଗାସୃଷ୍ଟିକାରୀଙ୍କୁ ଗୋଡ଼ାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଅବ‌ହେଳାକୁ ବିରୋଧ କରି ଦୁଇ ଦିନିଆ ଆନ୍ଦୋଳନ ଚଳାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଙ୍ଗା ସୃଷ୍ଟିକାରୀମାନେ ଦେଶର ଶତ୍ରୁ ବୋଲି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ