ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୫ ବଡ଼ କଂପାନି ଭାଙ୍ଗିବାକୁ କହିଥିବା ବିରଳ ଆଚାର୍ଯ୍ୟ କିଏ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଆଇଆଇଟି ବମ୍ବେ ଓ ନ୍ୟୁୟର୍କ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ବିରଳ ଆଚାର୍ଯ୍ୟ ହେଉଛନ୍ତି ଜଣେ ଭାରତୀୟ ଅର୍ଥନୀତିଜ୍ଞ। ୨୦୧୭ରେ ତାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧୀନରେ ସେ କାର୍ଯ୍ୟ କରୁଥିଲେ। ବିଭିନ୍ନ ପ୍ରସଙ୍ଗରେ ଖୋଲା ମନ୍ତବ୍ୟ ଦେବାକୁ ପଛାଉ ନଥିବା ବିରଳ ନିଜ କାର୍ଯ୍ୟକାଳ ‌ଶେଷ ହେବାର ଛଅ ମାସ ପୂର୍ବରୁ ଇସ୍ତଫା ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା ପରିବା ବେଳେ ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଉର୍ଜିତ ପଟେଲ୍‌ଙ୍କୁ ସେ ପସନ୍ଦ କରୁଥିଲେ। ହଠାତ୍‌ ନିଜ ପଦରୁ ଉର୍ଜିତ ଇସ୍ତଫା ଦେବା ପରେ ଶକ୍ତିକାନ୍ତଙ୍କୁ ତାଙ୍କ ସ୍ଥାନରେ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା। ଶକ୍ତିକାନଙ୍କ ଅଧୀନରେ କାମ କରିବାକୁ ବିରଳଙ୍କୁ ଭଲ ଲାଗୁ ନଥିଲା। ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧି ଉପରେ ଶକ୍ତିକାନ୍ତଙ୍କ ପ୍ରସ୍ତାବଗୁଡ଼ିକ ଉପରେ ସେ ଆପତ୍ତି ଉଠାଉଥିଲେ। ୨୦୧୮ ଅକ୍ଟୋବର ୨୬ରେ ସେ ୯୦ ମିନିଟ୍‌ର ଏକ ଲମ୍ବା ଭାଷଣ ଦେଇ ରିଜର୍ଭ ବ୍ୟାଙ୍କର ସ୍ବାଧୀନତାକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ଖୋଲାଖୋଲି ଭାବେ କହିଥିଲେ। ରିଜର୍ଭ ବ୍ୟାଙ୍କ କାର୍ଯ୍ୟରେ ସରକାର ହସ୍ତକ୍ଷେପ କରୁଛନ୍ତି ବୋଲି ସେହି ସମୟରେ ଯେଉଁ ଚର୍ଚ୍ଚା ହେଉଥିଲା ତାଙ୍କର ଏହି ଭାଷଣ ତାହାକୁ ଏକପ୍ରକାର ସ୍ପଷ୍ଟ କରିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ