ଦେଶ ବିଦେଶ ରାଜନୀତି

ଉପା ଅମଳର ରାଜ ଖୋଲିଲେ ଅମିତ ଶାହ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରାଯାଉଛି ବୋଲି ବିରୋଧୀ ଦଳଗୁଡ଼ିକର ଅଭିଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ମୋଦୀ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ କେନ୍ଦ୍ରରେ କଂଗ୍ରେସ-ନେତୃତ୍ବାଧୀନ ଉପା ସରକାର ଶାସନ କରୁଥିଲେ, ସେତେବେଳେ ଏକ ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ମୋଦୀଙ୍କୁ ଛନ୍ଦିବା ପାଇଁ ସିବିଆଇ ତାଙ୍କ ଉପରେ ଚାପ ପକାଇଥିଲା। ଏହା ସତ୍ତ୍ବେ ବିଜେପି କେବେହେଲେ ଆଜିର ବିରୋଧୀ ଦଳ ପରି ଗଣ୍ଡଗୋଳ ଓ ପ୍ରତିବାଦ କରି ନ ଥିଲା।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଆକ୍ରମଣ କରି କହିଥିଲେ, କେତେକ ଦଳ ମିଳିତ ଭାବେ ‘ଭ୍ରଷ୍ଟାଚାରୀ ବଚାଓ ଅଭିଯାନ’ ଚଳାଇଛନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ରକ୍ଷା କରିବା ପାଇଁ ସେମାନେ ଏକଜୁଟ ହୋଇଛନ୍ତି। ଦୁର୍ନୀତିରେ ବୁଡ଼ିଥିବା ସବୁ ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଆମର ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଯୋଗୁ ଆମର ମୂଳଦୁଆ ମଜଭୁତ ଅଛି। ଆଜି ଏହି ମୂଳଦୁଆ ଉପରେ ଆକ୍ରମଣ କରାଯାଉଛି ବୋଲି ଶାହ କହିଛନ୍ତି। ୧୪ଟି ରାଜନୈତିକ ଦଳ ସେମାନଙ୍କ ଦୁର୍ନୀତି ଅଭିଯୁକ୍ତ ନେତାଙ୍କୁ ବଞ୍ଚାଇବା ପାଇଁ ସିବିଆଇ ଓ ଇଡି ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଏବଂ କୋର୍ଟ ଏପ୍ରିଲ ୫ ତାରିଖରେ ସେମାନଙ୍କ ଆବେଦନ ଉପରେ ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର