ଅପରାଧ ଦେଶ ବିଦେଶ

ପାକିସ୍ତାନ ଅଟା ବଣ୍ଟନ ‌କେନ୍ଦ୍ରରେ ଦଳାଚକଟା; ୫ ମୃତ, ଅନେକ ଆହତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଲାହୋର୍‌: ଅଳ୍ପ କିଛି ସପ୍ତାହ ହେବ ପାକିସ୍ତାନର କେତେକ ଅଞ୍ଚଳରେ ଖୋଲିଥିବା ମାଗଣା ଅଟା ବଣ୍ଟନ କେନ୍ଦ୍ରରେ ଦଳଚକଟା ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

ଅନ୍ୟାନ୍ୟ ସାମଗ୍ରୀ ସମେତ ପ୍ରଧାନ ଖାଦ୍ୟଶସ୍ୟର ଦର ବୃଦ୍ଧି ଯୋଗୁଁ ଅସୁବିଧାରେ ଥିବା ପରିବାରମାନଙ୍କ ପାଇଁ ପାକିସ୍ତାନ ସରକାର ମାଗଣାରେ ଅଟା ଯୋଗାଣ ଯୋଜନା କରିଛନ୍ତି। ବିଶେଷ କରି, ଗତବର୍ଷ ତୁଳନାରେ ଏବର୍ଷ ଅଟା ଦର ୪୫% ଅଧିକ ବୃଦ୍ଧି ପାଇଥିବାରୁ ଗରିବ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ସେପଟେ, ରମ୍‌ଜାନ୍‌ ମାସ ଆରମ୍ଭ ହୋଇଯାଇଥିବାରୁ  ସମଗ୍ର ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଖୋଲିଥିବା ଏହି କେନ୍ଦ୍ରଗୁଡ଼ିକରେ ପ୍ରବଳ ଜନଗହଳି ହେଉଛି।

Image Courtesy of OpIndia

ଦଳାଚକଟା ଯୋଗୁଁ ପୂର୍ବଞ୍ଚଳ ପଞ୍ଜାବରେ ଖୋଲିଥିବା ବଣ୍ଟନ କେନ୍ଦ୍ରଗୁଡ଼ିକରେ ୨ଜଣ ମହିଳାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରାଦେଶିକ ସୂଚନା ମନ୍ତ୍ରୀ ଅମିର୍‌ ମିର୍‌ ‘ରଏଟର୍ସ’କୁ କହିଛନ୍ତି।

ସେହିଭଳି କେତେକ କେନ୍ଦ୍ରରେ ଅତ୍ୟଧିକ ଭିଡ଼ ହେଉଥିବାରୁ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମହସିନ୍‌ ନକ୍‌ୱି ଆଦେଶ ଦେଇଥିବା କଥା ମିର୍‌କହିଛନ୍ତି।

ଏହାଛଡ଼ା, ପ୍ରଦେଶିକ ଖାଦ୍ୟ କର୍ତ୍ତୃପକ୍ଷଙ୍କ ରେକର୍ଡ ଅନୁସ‌ାରେ, ଗତ ସପ୍ତାହରେ ଖୈବର୍‌ ପଖ୍‌ତୁନ୍‌ଖ୍ବା ପ୍ରଦଶେସ୍ଥିତ ଏକ ବଣ୍ଟନ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନେକ ବଣ୍ଟନ କେନ୍ଦ୍ରରୁ ହଜାର ହଜାର ଅଟା ବସ୍ତା ମଧ୍ୟ ଚୋରି ହୋଇଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ