ରାଜ୍ୟ

୪ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଡାକଟିକଟ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ‌ଭାରତ ଡାକ ବିଭାଗ ପକ୍ଷରୁ ଓଡ଼ିଶା ଡାକ ପରିମଣ୍ଡଳ ଆନୁକୂଲ୍ୟରେ ଓଡ଼ିଶାର ୪ଜଣ ବିଶିଷ୍ଟ ବ୍ୟକ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ କେଳୁ ଚରଣ ମହାପାତ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ବିଶିଷ୍ଟ ସଂଗୀତକାର ଅକ୍ଷୟ କୁମାର ମହାନ୍ତି ଓ ପ୍ରଥମ ମହିଳା ଓଡ଼ିଆ ନି‌ର୍ଦ୍ଦେଶିକା ତଥା ପ୍ରଯୋଜିକା ପାର୍ବତୀ ଘୋଷଙ୍କ ନାମରେ ଡାକ ଟିକଟ ଉନ୍ମୋଚିତ ହୋଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ସେଭେନ୍‌ ପିଲାର୍ସସ୍ଥିତ ମୁଖ୍ୟ ସମ୍ମିଳନୀ କକ୍ଷରେ ଓଡ଼ିଶା ଡାକ ପରିମଣ୍ଡଳ ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରେଳ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦେଇ କହିଥିଲେ ଯେ ମହାପୁରୁଷ ମାନେ ଶହ ଶହ ବର୍ଷ ଧରି ମନେ ରୁହନ୍ତି। ଭାରତୀୟ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଡାକ ଟକଟ ଜାରି କରାଯାଇ ସେମାନଙ୍କ ସ୍ମୃତିକୁ ଚିର ଅମର କରାଯାଇଛି ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଓଡ଼ିଶାର ନୂଆ ପିଢିର ଦାୟିତ୍ବବାନ ଦାୟାଦ ମାନଙ୍କ ପାଇଁ ଯେଉଁମାନେ ଉଦହାରଣ ସୃଷ୍ଟି କରିଛନ୍ତି, ସେପରି ମହାନ ବ୍ୟକ୍ତି ମାନଙ୍କ ନାମରେ ଡାକ ଟିକଟ ଉନ୍ମୋଚନ କରାଯିବା ଓଡ଼ିଶା ପାଇଁ ଗୌରବର ବିଷୟ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଧାୟକ ମହମ୍ମଦ ମୋକିମ, ରେଭେନ୍ସା କୁଳପତି ପ୍ରଫେସର ଡକ୍ଟର ସଂଜୟ କୁମାର ନାୟକ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାତି ଗୁରୁକଲ୍ୟାଣ ମହାପାତ୍ର, ଗୁରୁ କେଳୁଚରଣ ମହାପାତ୍ରଙ୍କ ପୁଅ ରତିକାନ୍ତ ମହାପାତ୍ର, ଅକ୍ଷୟ ମହାନ୍ତିଙ୍କ ପୁଅ ଆଇନଜୀବୀ ମିତ୍ରଭାନୁ ମହାନ୍ତି, ପାର୍ବତୀ ଘୋଷଙ୍କ ଭଉଣୀ କ୍ଷୀରୋଦେଇ ନାୟକଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ବ‌ାଗେଶ୍ବରୀ କଳାକୁଞ୍ଜ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଗୀତଗୋବିନ୍ଦ ଅଷ୍ଟପଦୀ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଅକ୍ଷୟ ମହାନ୍ତିଙ୍କ ଉଦେଶ୍ୟରେ ତାଙ୍କ ପୁଅ ମିତ୍ରଭାନୁ ସଂଗୀତ ପରିବେଷଣ କରିଥିଲେ। ସଭାକୁ ସରୋଜ କୁମାର ବେହେରା ଓ ସସ୍ମିତା ସାହୁ ପରିଚାଳନା କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।