ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : କଟକ ରେଳ ଷ୍ଟେସନରେ ଗୁରୁବାର ଦିନ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନ୍ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ଚଳାଚଳକୁ ଉଦଘାଟନ କରିଛନ୍ତି। କଟକ ରେଳ ଷ୍ଟେସନରୁ ଏହି ଟ୍ରେନ୍ ଅପରାହ୍ନ ପ୍ରାୟ ୪ଟା ୧୫ରେ ଛାଡ଼ିଥିଲା। ଭଦ୍ରକ-ନୟାଗଡ଼ ଟାଉନ ମେମୁ କଟକ ରେଳ ଷ୍ଟେସନରୁ ଭଦ୍ରକ ଅଭିମୁଖେ ପ୍ରଥମ ଯାତ୍ରା କରିଥିବା ବେଳେ ଏଥିରେ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଭଦ୍ରକ ଯାଇଥିଲେ। ଆସନ୍ତାକାଲି ଠାରୁ ଯାତ୍ରୀଙ୍କ ପାଇଁ ଏହି ଟ୍ରେନ୍ ବିଧିବଦ୍ଧ ଭାବେ ଚଳାଚଳ କରିବାକୁ ଯାଉଛି। ରେଳ ବିଭାଗ ସୂଚନା ଅନୁଯାୟୀ, ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ ୫ଟା ୪୫ରେ ଛାଡ଼ିବ। ନୟାଗଡ଼ ଟାଉନରେ ଦିନ ୧୧ଟା ୫୫ରେ ପହଞ୍ଚିବ। ପୁଣି ସେଦିନ ଅପରାହ୍ନ ୫ଟା ୫ ମିନିଟରେ ନୟାଗଡ଼ ଟାଉନ ଛାଡ଼ି ଭଦ୍ରକରେ ରାତି ୧୦ଟା ୪୫ରେ ପହଞ୍ଚିବ। ଭଦ୍ରକ ଠାରୁ ନୟାଗଡ଼ ୨୨୮ କିଲୋମିଟର ମଧ୍ୟରେ ଟ୍ରେନ୍ ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଭଳି ୫ଟି ଜିଲ୍ଲା ଅତିକ୍ରମ କରିବ। ଟ୍ରେନ୍ ୪୦ଟି ଷ୍ଟେସନ ଓ ପାସେଞ୍ଜର ହଲ୍ଟରେ ଅଟକିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମେମୁ ଟ୍ରେନ ଉଦଘାଟନ ଅବସରରେ ରେଳ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୧୦ ବର୍ଷ ତଳେ ଓଡ଼ିଶା ପାଇଁ ରେଳବାଇରୁ ମାତ୍ର ୭୦୦ରୁ ୮୦୦ କୋଟି ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦୀଙ୍କ ସରକାର ଗଠନ ପରେ ୨୦୧୪ରୁ ଏହା ଚାରିଗୁଣ ବୃଦ୍ଧି ପାଇଛି। ୧୦ ହଜାର କୋଟି ଟଙ୍କା ଓଡ଼ିଶାର ରେଳ ବିକାଶ ପାଇଁ ମୋଦିଜୀ ଦେଇଛନ୍ତି। ପୂର୍ବରୁ ବର୍ଷକୁ ୫୦ କିମି ନୂଆ ରେଳ ଧାରଣା ନିର୍ମାଣ ହେଉଥିଲା। ୨୦୨୨-୨୩ ବର୍ଷରେ ୪୫୦ କିମି ନୂଆ ରେଳ ଧାରଣା ତିଆରି ହୋଇଛି। ଓଡ଼ିଶାରେ ଥିବା ସମସ୍ତ ୫୭ ରେଳ ଷ୍ଟେସନର ବିକାଶ ସହ କଟକ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରାଯିବ। କଟକ ଷ୍ଟେସନର ମଡେଲ ସଂପର୍କରେ ଲୋକଙ୍କ ମତାମତ ଆହ୍ବାନ କରାଯାଇଛି। ତାହାକୁ ବିଶ୍ଳେଷଣ କରି ଏହାର ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ। କଟକ ଷ୍ଟେସନ ପାଇଁ ୩୦୩ କୋଟି ଟଙ୍କା ମଂଜୁର କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ରାମ ନବମୀରେ ଭଦ୍ରକକୁ ଏକ ମେମୁ ଟ୍ରେନ୍ ନରେନ୍ଦ୍ର ମୋଦୀ ସରକାର ଉପହାର ଦେଇଛନ୍ତି। ପୂର୍ବରୁ ଭଦ୍ରକ ଜିଲ୍ଲା ପାଇଁ ସ୍ବତନ୍ତ୍ର ଟ୍ରେନ୍ ଦାବି ଥିଲା। କଟକରେ ହାଇକୋର୍ଟ, ବଡ଼ ଡାକ୍ତରଖାନା, ଭୁବନେଶ୍ବରରେ ରାଜଧାନୀ ଥିବାରୁ ସ୍ବତନ୍ତ୍ର ଟ୍ରେନ୍ ଦାବି ହୋଇ ଆସୁଥିଲା। ଏହା ଏବେ ପୂରଣ ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ, ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ, ମହାପ୍ରବନ୍ଧକ ମନୋଜ ଶର୍ମା, ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି, ବିଜେପି ନେତା ବିନୋଦ ଦାସ, ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l