ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .
ଭୁବନେଶ୍ବର : ରାଜ୍ୟରେ ୫ ବର୍ଷ ମଧ୍ୟରେ ଜଳଭଣ୍ଡାରରୁ ମତ୍ସ୍ୟ ଉତ୍ପାଦନ ୨ ଗୁଣ ବୃଦ୍ଧି ପାଇଛି। ଅର୍ଥାତ ୨୦୧୭ ମସିହାରେ ଜଳ ଭଣ୍ଡାରରୁ ୩୩ ହଜାର ୯୯୦ ମେଟ୍ରିକ ଟନ ମାଛ ଉତ୍ପାଦିତ ହୋଇଥିଲା, ୨୦୨୧ ମସିହାରେ ଏହା ୬୬ ହଜାର ୪୮୫ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଅନ୍ୟ ବର୍ଷ ମାନଙ୍କରେ ଉତ୍ପାଦିତ ମାଛ ପରିମାଣ ୨୦୧୮ ମସିହାରେ ୩୭ ହଜାର ୩୮୮ ମେଟ୍ରିକ ଟନ, ୨୦୧୯ ମସିହାରେ ୪୧ ହଜାର ୭୨୫ ମେଟ୍ରିକ ଟନ, ୨୦୨୦ ମସିହାରେ ୪୫ ହଜାର ୧୪୭ ମେଟ୍ରିକ ଟନ ରହିଥିଲା। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟ ଜଳଭଣ୍ଡାର ମତ୍ସ୍ୟ ନୀତି ୨୦୧୨ ଅନୁଯାୟୀ, ୧୩୮ଟି ୪୦ ହେକ୍ଟରରୁ ଊର୍ଧ୍ବ ଜଳ ଆୟତନ ବିଶିଷ୍ଟ ଜଳଭଣ୍ଡାରରେ ମାଛ ଚାଷ କରାଯାଉଛି। ଏଥିରେ ହୀରାକୁଦ, ରେଙ୍ଗାଲି, ଇନ୍ଦ୍ରାବତୀ, ବାଲିମେଳା ଭଳି ବୃହତ ଜଳଭଣ୍ଡାରର ଆୟତନ ୯୮ ହଜାର ୫୬୦ ହେକ୍ଟର, ଅପରକୋଲାବ, ସାଳନ୍ଦୀ, ହରିହର ଯୋର ଏବଂ ଜମ୍ଭୀରା ଭଳି ମଧ୍ୟମ ଜଳଭଣ୍ଡାରର ଆୟତନ ୭୪୪୭ ହେକ୍ଟର, ୧୩୦ କ୍ଷୁଦ୍ର ଜଳଭଣ୍ଡାରର ଆୟତନ ୩୫ ହଜାର ୬୧୯ ହେକ୍ଟର ସହିତ ସମୁଦାୟ ୧୩୮ ଜଳଭଣ୍ଡାରର ଆୟତନ ୧ ଲକ୍ଷ ୪୧ ହଜାର ୬୨୬ ହେକ୍ଟର ରହିଛି। ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ମାଛଚାଷକୁ ପ୍ରୋତ୍ସାହନ ଏବଂ ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକାର ୩୦ଟି ଯୋଜନା ରହିଛି। ଏଥିମଧ୍ୟରେ ପ୍ରମୁଖ ରହିଛି ମତ୍ସ୍ୟ ପୋଖରୀ ଯୋଜନା, ଜୈବ ପୁଞ୍ଜ ପଦ୍ଧତିରେ ସଘନ ଚାଷ, ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା, ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ଏସଏଚଜିଙ୍କୁ ଇନପୁଟ ସହାୟତା, ଯାଆଁଳ ଅଭିପାଳନ ପୋଖରୀ ଆଦି ରହିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l