ରାଜ୍ୟ

ଖୋର୍ଦ୍ଧା ଚାକିରିଆଙ୍କ ଖୁସୀ ଖବର ; ଆସନ୍ତା ବୁଧବାର ଅଫିସ ଛୁଟି

ଭୁବନେଶ୍ୱର : ଖୋର୍ଦ୍ଧା ସରକାରୀ ଚାକିରିଆଙ୍କ ଖୁସୀ ଖବର । ଆସନ୍ତା ବୁଧବାର ଲୋକାଲ ହଲି ଡେ ଭାବରେ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୨୯ ତାରିଖ ବୁଧବାର ଆଶୋକାଷ୍ଟମୀ ପାଳନ ହେବ । ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି ଡିଆରଏସ । ସେ କହିଛନ୍ତି ଯେ, ଏହି ଦିନ ହେଉଛି ଲୋକାଲ ହଲି ଡେ । ତେଣୁ ଏହି ଦିନ ଖୋର୍ଦ୍ଧାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ତେଣୁ ସରକାରୀ ଚାକିରିଆ କର୍ମ କ୍ଷେତ୍ରରୁ ବିରତି ପାଇବେ ।

ଖୋର୍ଦ୍ଧା ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାରେ ଛୁଟି ଘୋଷଣା କରାଯାଇନାହିଁ । ସେହିପରି ବେସରକାରୀ ସଂସ୍ଥାରେ ମଧ୍ୟ ଏନେଇ କୌରସି ଛୁଟି ଘୋଷଣା କରାଯାଇନାହିଁ । କେବଳ ସରକାରୀ ଚାକରିଆଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଅଶୋକାଷ୍ଟମୀରେ ଭୁବନେଶ୍ୱରରେ ରୁକୁଣା ରଥ ଯାତ୍ରା ପାଳିତ ହୁଏ । ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ଶୋଭାଯାତ୍ରା ବାହାରି ମାଉସୀ ମା’ ମନ୍ଦିର ଯାଏ । ସେଠାରେ ୫ ଦିନର ନୀତିକାନ୍ତି ଅନୁଷ୍ଠିତ ହୁଏ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।