ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

Digital Rupee: ପ୍ରଥମ ଦିନରେ ଏତିକି କୋଟିର କାରବାର, ଏହି ୪ ବ୍ୟାଙ୍କ୍‌ରେ ରହିଛି କରେନ୍ସୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଳୀ, ୨/୧୨: ଦେଶରେ ୧ ଡିସେମ୍ବର ଠାରୁ ଡିଜିଟାଲ ମୁଦ୍ରାର ପାଇଲଟ୍‌ ସଫଳତାପୂର୍ବକ ଲଞ୍ଚ କରାଯାଇଛି। ରିଜର୍ଭ ବ୍ୟାଙ୍କ୍ ପ୍ରଥମ ଦିନରେ ୧.୭୧ କୋଟି ଟଙ୍କା ଜାରି କରିଛି। ପାଇଲଟ ପ୍ରୋଜେକ୍ଟରେ ସାମିଲ୍ ଚାରି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସହର ପାଇଁ ଏହି ଡିଜିଟାଲ ଟଙ୍କା ଜାରି କରାଯାଇଥିଲା। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଆଗାମୀ ସମୟରେ ରିଜର୍ଭ ବ୍ୟାଙ୍କ ଆବଶ୍ୟକତାକୁ ଦେଖି ଡିଜିଟାଲ ଟଙ୍କା ଜାରି କରିବ। ପ୍ରଥମ ପର୍ଯ୍ୟାୟରେ ଦିଲ୍ଳୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଭୁବନେଶ୍ବରରେ ଲଞ୍ଚ କରାଯାଇଛି। ଏହି ସହରରେ ଚାରି ବ୍ୟାଙ୍କ ମାଧ୍ୟମରେ ଡିଜିଟାଲ କରେନ୍ସୀ ଉପଲବ୍ଧ କରାଯାଉଛି।

ପ୍ରଥମ ପର୍ଯ୍ୟାୟ ଆରମ୍ଭରେ ଦେଶରେ ଚାରି ସହରରେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ୍, ୟେସ୍ ବ୍ୟାଙ୍କ୍ ଏବଂ ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କ୍ ମାଧ୍ୟମରେ ଲଞ୍ଚ କରାଯାଇଛି। ଏହାପରେ ବ୍ୟାଙ୍କ୍ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କକୁ ଏହି ପାଇଲଟ ପ୍ରୋଜେକ୍ଟରେ ସାମିଲ କରାଯିବ ତଥା ଦ୍ବିତୀୟ ପର୍ଯ୍ୟାୟରେ ଦେଶର ଅନ୍ୟ ସହରରେ ଲଞ୍ଚ କରାଯିବ।

ଆରବିଆାଇ ଦ୍ବାରା ଜାରି କରାଯାଇଥିବା ଏହି ଡିଜିଟାଲ ଟଙ୍କା ଟୋକନ ଭଳି କାମ କରିବ। କହିପାରିବା ଡିଜିଟାଲ ଟଙ୍କା ଏହା ଆମ ପାଖରେ ଥିବା ନୋଟ୍ ର ଡିଜିଟାଲ ସ୍ବରୂପ। ଡିଜିଟାଲ ଟଙ୍କା ନେଣଦେଣ ପିଟୁପି (ପର୍ସନ ଟୁ ପର୍ସନ) ଏବଂ ପିଟୁଏମ (ପର୍ସନ ଟୁ ମର୍ଚ୍ଚାଣ୍ଟ) ଉଭୟରେ କରାଯାଇପାରିବ। ଭାରତର ଅର୍ଥନୀତିକୁ ଡିଜିଟାଲ ଭାବରେ ବିକଶିତ କରିବା ଦିଗରେ ଏହା ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ଏହା ପୂର୍ବରୁ ଡିଜିଟାଲ ଟଙ୍କାର ଯେତେବେ​ଳେ ହୋଲସେଲ ଟ୍ରାଞ୍ଜାକ୍ସନ ପାଇଁ ଲଞ୍ଚ କରାଯାଇଥିଲା। ସେତେବେଳେ ପ୍ରଥମ ଦିନ​ରେ ୨୭୫ କୋଟିର ନେଣଦେଣ ହୋଇଥିଲା। ଅନେକ ବ୍ୟାଙ୍କ ପ୍ରଥମ ଦିନରେ ଡିଜିଟାଲ ଭର୍ଚୁଆଲର ବ୍ୟବହାର କରି ସରକାରୀ ବଣ୍ଡ୍ ସହ ଜଡ଼ିତ ୪୮ ଡିଲ୍ କରିଥିଲେ। ଯାହା ଭ୍ୟାଲୁ ୨୭୫ କୋଟି ରହିଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ