ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ ଯୁକ୍ତ ଖାଦ୍ୟ ଛାଡି ଫଳ ଖାଇବା ଆରମ୍ଭ କରିଦିଅନ୍ତି ଏବଂ ଭାବନ୍ତି ଯେ ଫଳ ଖାଇଲେ ଓଜନ କମିଯିବ ବୋଲି। କିନ୍ତୁ ଫଳ ଖାଇଲେ ମଧ୍ୟ ଓଜନ କମେ ନାହିଁ। କାରଣ ଅଧିକାଂଶ ଫଳରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ, ତେଣୁ ଓଜନ କମିବା ବଦଳରେ ବଢ଼ିବାକୁ ଲାଗେ। ତେଣୁ ଡାଏଟିଂ କରିବା ବେଳେ କେଉଁ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ ଆସନ୍ତୁ ଜାଣିବା
କଦଳୀ: କଦଳୀକୁ ଏକ ସୁପରଫୁଡ୍ ବୋଲି କୁହାଯାଏ । କିନ୍ତୁ ଏହା ଏକ ଏଭଳି ଫଳ, ଯାହାକୁ ଆପଣ ଅଧିକ ମାତ୍ରାରେ ଖାଇପାରିବେ ନାହିଁ। କଦଳୀରେ କ୍ୟାଲୋରୀ ଭରପୁର ମାତ୍ରାରେ ରହିଛି। ଗୋଟିଏ କଦଳୀରେ ପ୍ରାୟ ୧୫୦ କ୍ୟାଲୋରୀ ଥାଏ, ଯାହା ପ୍ରାୟ ୩୭.୫ ଗ୍ରାମ କାର୍ବୋହାଇଡ୍ରେଟ୍ ସହ ସମାନ । ତେଣୁ ଯଦି ଆପଣ ଡାଏଟିଂରେ ରହି ପ୍ରତିଦିନ ୨ରୁ୩ଟି କଦଳୀ ଖାଉଛନ୍ତି ତେବେ ଏହା ଓଜନ କମାଇବା ବଦଳରେ ବଢ଼ାଇପାରେ। ଡାଏଟିଂ କରୁଥିବା ବ୍ୟକ୍ତି ଦିନକୁ କେବଳ ଗୋଟିଏ କଦଳୀ ଖାଇବା ଉଚିତ।
ଅଙ୍ଗୁର: ସ୍ୱାସ୍ଥ୍ୟ ପାଇଁ ଭଲ ଅଙ୍ଗୁର। କିନ୍ତୁ ଏଥିରେ ଅଧିକମାତ୍ରାରେ ସର୍କରା ଜାତୀୟ ପଦାର୍ଥ ରହିଛି, ଯାହା ଓଜନ ବଢ଼ାଇବା କାମ କରେ। ୧୦୦ ଗ୍ରାମ ଅଙ୍ଗୁରରେ ୬୭ କ୍ୟାଲୋରୀ ଏବଂ ୧୬ ଗ୍ରାମ ଚିନି ଅଛି। ଯଦି ଆପଣ ଏହାକୁ ନିୟମିତ ରୂପେ ଖାଉଛନ୍ତି ତେବେ ଓଜନ ବଢ଼ିପାରେ। ତେଣୁ ଆପଣ ଯଦି ଡାଏଟିଂରେ ଅଛନ୍ତି ତା’ହେଲେ ଅଙ୍ଗୁର ଖାଇବାଠାରୁ ଦୂରେଇ ରୁହନ୍ତୁ।