ଦେଶ ବିଦେଶ ସ୍ୱାସ୍ଥ୍ୟ

Covid ଚିହ୍ନଟ ହେଲେଣି ୨୦ ବ୍ରିଟେନ ଫେରନ୍ତା, ସରକାର କହିଲେ ଆତଙ୍କିତ ହେବାର କାରଣ ନାହିଁ

ନୂଆଦିଲ୍ଲୀ ୨୨।୧୨: ବ୍ରିଟେନରେ କରୋନା ଭାଇରସ ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଭୂତାଣୁର ନୂଆ ପ୍ରକାରକୁ ନେଇ ସୂଚନା ମିଳିବା ପରଠାରୁ ଭାରତ ସମେତ ୨୦ରୁ ଅଧିକ ଦେଶ ବ୍ରିଟେନ ସହ ବିମାନ ଯୋଗାଯୋଗ ବିଛିନ୍ନ କରିଛନ୍ତି। ଭାରତ ଡିସେମ୍ବର ୩୧ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବନ୍ଦ କରିଛି। ତେବେ କଟକଣା ଲାଗୁ ପୂର୍ବରୁ ଆସିସାରିଥିବା ଯାତ୍ରୀଙ୍କ ତଲାସ ଆରମ୍ଭ କରିଛନ୍ତି ସରକାର।

ବ୍ରିଟେନରେ ଭୂତାଣୁର ନୂଆ ପ୍ରକାର ଚିହ୍ନଟ ପରେ ଭାରତ ସରକାର ଗତ ୧୦ ଦିନରେ ଦେଶକୁ ବ୍ରିଟେନରୁ ଫେରିଥିବା ଲୋକଙ୍କ ସନ୍ଧାନ କରୁଛନ୍ତି। ସେମାନଙ୍କ ଜରୁରି ଆରଟି-ପିସିଆର ପରୀକ୍ଷଣ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଅନୁନ୍ୟ ୨୦ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ତେବେ କେହି କୋଭିଡ ନୂଆ ପ୍ରକାରରେ ଆକ୍ରାନ୍ତ ହୋଇଛନ୍ତି କି ନା ତାହା ଜାଣିବା ଲାଗି ଏହି ପରୀକ୍ଷଣ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ୨୦ ଜଣ କୋଭିଡ ପଜିଟିଭ ଚିହ୍ନଟ ହେଲେଣି। ତେବେ କୋଭିଡ ନୂଆ ଷ୍ଟ୍ରେନ ଯୋଗୁ ଆକ୍ରାନ୍ତଙ୍କ ମାମଲାର ଜଟିଳତା ଓ ମୃତ୍ୟୁହାର ବଢିବନି ବୋଲି ନୀତି ଆୟୋଗ ସଦସ୍ୟ ଡା. ବି.କେ. ପାଲ କହିଛନ୍ତି।

ସେହିପରି ଦେଶରେ କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ପ୍ରସ୍ତୁତ ହେଉଥିବା ଭାକ୍ସିନ ଉପରେ ମଧ୍ୟ ନୂଆ ପ୍ରକାର ଭୂତାଣୁର କୌଣସି ପ୍ରଭାବ ପଡିବନି ବୋଲି ସେ କହିଛନ୍ତି । ବ୍ରିଟେନରେ ଭୂତାଣୁର ନୂଆ ସ୍ୱରୁପ ଜଣାପଡିବା ପରେ ମୃତ୍ୟୁ ହାର ଉପରେ ଏହାର ଏପର୍ଯ୍ୟନ୍ତ ପ୍ରଭାବ ଜଣାପଡି ନାହିଁ। ତେବେ ଏଥିଯୋଗୁ କେବଳ ସଂକ୍ରମଣର ଆଶଙ୍କା ବଢି ଯାଇଥିବା ଡା. ପାଲ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ