ଦେଶ ବିଦେଶ ମନୋରଞ୍ଜନ

Cannes 2022: ଦୀପିକାଙ୍କ ରୟାଲ୍‌ ଲୁକ୍‌, ଫଟୋ ଦେଖି ଫ୍ୟାନ୍ସ ହେଲେ ଦିୱାନା

ମୁମ୍ବାଇ ୨୯।୦୫: ଦୀପିକା ପାଦୁକୋନ୍‌ ଏବେ ପୁଣି ଥରେ ଚର୍ଚ୍ଚାରେ। ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୨ରେ ଜରୀ ହେବାର ସୁଯୋଗ ମିଳିଛି। ଦୀପିକା ରେଡ୍‌ କାର୍ପେଟ୍‌ରେ ଏଣ୍ଟ୍ରି କରି ନିଜର ଜଲୱା ଦେଖାଉଛନ୍ତି। ଫଟୋଗ୍ରାଫରମାନେ ତାଙ୍କ ଫ୍ୟାଶନ୍‌ ଆଇକନ୍‌ ଅନ୍ଦାଜ୍‌ଙ୍କୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। କେତେବେଳେ ଲାଲ୍ ଗାଉନ୍ ତ ଆଉକେତେବେଳେ ଶାଢୀ ପ୍ରତିଦିନ ତାଙ୍କର ନୂଆ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ଦୀପିକା ତାଙ୍କର ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ରୟାଲ୍‌ ଲୁକ୍‌ରେ ନଜର ଆସିଛନ୍ତି । ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଫଟୋ ଗୁଡ଼ିକରେ ଦୀପିକା ଏକ ଧଳା ରଫଲ୍ ଶାଢୀରେ ବହୁତ ସୁନ୍ଦର ଦେଖିବାକୁ ମିଳିଛନ୍ତି।

ଦୀପିକା ତାଙ୍କର ଏହି ଶାଢୀରେ ବୋଲ୍ଡ ବ୍ଲାଉଜ୍ ତିଆରି କରିଛନ୍ତି । ଏହା ବ୍ୟତୀତ ଦୀପିକା ଧଳା ମୋତିର ଏକ ଭାରୀ ଗହଣା ପିନ୍ଧିଛନ୍ତି । ଯେଉଁଥିପାଇଁ ସହିତ ତାଙ୍କ ଲୁକ ଏକ ରାଜକୀୟ ସ୍ପର୍ଶ ଦେଉଛି।

ଦୀପିକାଙ୍କ ଏହି ଲୁକ୍ ଦେଖିବା ପରେ ସେ ରେଡ୍ କାର୍ପେଟ୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ନା ସେ ଏହି ପୋଷାକରେ କୌଣସି ଅପସରା ଠାରୁ କମ୍‌ ଦେଖାଯାଉ ନାହାନ୍ତି। ଇଣ୍ଟରନେଟ୍‌ରେ ଦୀପିକାଙ୍କ ଏହି ଫଟୋ ନିଆଁ ଲଗାଉଛି । ଲୋକମାନେ ଦୀପିକାଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଦୀପିକାଙ୍କ ଏହି ପୋଷାକକୁ ପ୍ରସିଦ୍ଧ ଡିଜାଇନର ଅବୁ-ଜାନି-ସନ୍ଦୀପ୍‌ ଖୋସଲା ଡିଜାଇନ୍‌ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକାଙ୍କ ଇଣ୍ଡୋ-ୱେଷ୍ଟର୍ଣ୍ଣରୁ ୱେଷ୍ଟର୍ଣ୍ଣ-ଇଣ୍ଡୋ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଲୁକ୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ