ଦେଶ ବିଦେଶ ମନୋରଞ୍ଜନ

Cannesରେ ଦୀପିକାଙ୍କ ପାଇଁ ମୀରାଙ୍କୁ ମିଳିଲାନି ଡ୍ରେସ୍‌ ? ଅଭିନେତ୍ରୀ କହିଲେ- ମୁଁ ୪ ଦିନ ଶୋଇପାରି ନାହିଁ

ନୂଆଦିଲ୍ଲୀ ୨୮।୦୫ : କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ପରଠାରୁ ଭାରତୀୟ ସେଲିବ୍ରିଟିଙ୍କ ଫଟୋ ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ଚାରିଆଡେ ଭାଇରାଲ ହେବାରେ ଲାଗିଛି । ସେଲେବ୍‌ମାନେ ରେଡ କାର୍ପେଟ୍‌ରେ ଚାଲି ନିଜର ଜଲୱା ଦେଖାଉଛନ୍ତି। ଏହି ସମୟରେ ମିରା ଚୋପ୍ରା ନିଜର ଗର୍ବ ଅନୁଭବ କରୁଛନ୍ତି କି ତାଙ୍କ କାମକୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚାଇବାରେ ସଫଳ ହୋଇ ପାରିଛି । କାନ୍ସ ଫିଲ୍ମ ଫେଷ୍ଟିଭାଲର ଅଂଶ ହୋଇପାରିଥିବାରୁ ବହୁତ ଖୁସି ହୋଇଛନ୍ତି । ଏହା ସହ ସେ କହିଛନ୍ତି କି ମୁଁ ୩-୪ ଦିନ ଚିନ୍ତାରେ ରହିଥିଲି ଓ ଶୋଇପାରି ନଥିଲି।

ଅଭିନେତ୍ରୀ ମୀରା ଚୋପ୍ରା ପ୍ରଥମ ଥର ପାଇଁ କାନ୍ସରେ ଡେବ୍ୟୁ କରିଛନ୍ତି। ରେଡ କାର୍ପେଟ୍‌ରେ ଚାଲିବା ତାଙ୍କର ବଡ ସ୍ବପ୍ନ ଥିଲା । ଯାହା ପୁରା ହୋଇପାରିଛି। ଏହାକୁ ନେଇ ସେ କହିଛନ୍ତି କି “ଏହି ଇଭେଣ୍ଟକୁ ଯିବା ପ୍ରକୃତରେ ଅତ୍ୟନ୍ତ ଭାବପ୍ରବଣ ଥିଲା କାରଣ ମୁଁ ମୋର ଫିଲ୍ମ ‘ସେଫ୍’ର ପ୍ରମୋସନ୍ ପାଇଁ ସେଠାକୁ ଯାଇଥିଲି । ମୋତେ ରେଡ୍‌କାର୍ପେଟ୍‌ରେ ଚାଲିବାର ଥିଲା । ତାହାର ଆଶା ପୁରୁଣ ହୋଇଛି। ବର୍ତ୍ତମାନ ସେଠାରେ ସମସ୍ତେ ନିଜକୁ ପ୍ରସ୍ତୁତ ହେବା ପାଇଁ ପରିଶ୍ରମ କରୁଛନ୍ତି, କାହିଁକି ନା ସେଠାରେ ଆପଣଙ୍କ ଫଟୋ ଉଠାଯିବ, ତାହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରାଯିବ। ହେଲେ ମୁଁ ବୁଝି ପାରୁନି ଏହାର ଉଦ୍ଦେଶ୍ୟ କଣ ଥାଏ ?

ଏହା ବ୍ୟତୀତ ପୋଷାକ ଯୋଗାଡିବା ମଧ୍ୟ ତାଙ୍କ ପାଇଁ କେତେ କଷ୍ଟକର ହୋଇଛି ତାହା ମଧ୍ୟ ମିରା କହିଛନ୍ତି। କାହିଁକି ନା ‘ଫ୍ୟାଶନ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇ ସାରିଛି। ସମସ୍ତେ ନିଜକୁ ବେଷ୍ଟ ଦେବାକୁ ଚାହୁଁଛନ୍ତି। ମିରା ଯେତେବେଳେ ଏହି ଇଭେଣ୍ଟ ପାଇଁ ପୋଷାକର ଯୋଗାଡୁ ଥିଲେ ସେତେବେଳେ ଅଧିକାଂଶ ଭାରତୀୟ ଡିଜାଇନର୍ ଦୀପିକା ପାଦୁକୋନଙ୍କ ପାଇଁ ପୋଷାକ ତିଆରି କରିବାରେ ବ୍ୟସ୍ତ ଥିଲେ । ତା ଭିତରେ ଚିନ୍ତା ରହିଥିଲା କାହିଁକି ନା ମୋର ଡ୍ରେସ୍‌ ସଜାଯାଇ ନଥିଲା । ଏଥିପାଇଁ ମୁଁ ବହୁତ ଚିନ୍ତାରେ ଥିଲି, ୩-୪ ଦିନ ଶୋଇ ପାରି ନଥିଲି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ