ଦେଶ ବିଦେଶ ଧର୍ମ

Ganesh Chaturthi 2021: ଗଣେଷଙ୍କ ପାଖରେ ଭୋଗ ଲଗାନ୍ତୁ ଏହି ୧୦ଟି ଜିନିଷ, ଖୁସି ହେବେ ପ୍ରଭୁ

ଆଉ ମାତ୍ର କେଇଟା ଦିନ ପରେ ଆସୁଛି ଗଣେ ଚତୁର୍ଥୀ । ତେଣୁ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଘରେ ଘରେ ଏହାର ପ୍ରସ୍ତତି ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଗଣେଷ ପୁଜା ସେପ୍ଟେମ୍ବର ୧୦ ତାରିଖରେ ପଡ଼ୁଛି । ପୂରା ଦେଶ ଗଣପତିଙ୍କୁ ପୂଜା କରିବେ । ଏହି ଗଣେଷଙ୍କୁ ପୂଜା କରିବା ସମୟରେ କିଛି ଜରୁରୀ ଜିନିଷର ଧ୍ୟାନ ରଖନ୍ତୁ ଗଣପତି ନିଶ୍ଚୟ ଭାବରେ ପ୍ରସନ୍ନ ହେବେ […]

ଦେଶ ବିଦେଶ ମନୋରଞ୍ଜନ

ବଲିଉଡକୁ ଗ୍ରେଟ୍ ୱାଲ୍ ଅଫ୍ ଚାଇନା ସହିତ ତୁଳନା କଲେ କଙ୍ଗନା, କହିଲେ- ସବୁ ଏଠି ଗୋଡ଼ ଟାଣିବାରେ ବ୍ୟସ୍ତ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତ୍ ଫିଲ୍ମ ‘ଥଲାଇଭୀ’କୁ ନେଇ ବ୍ୟସ୍ତ ଅଛନ୍ତି । ତେଣୁ ସେ ଏବେ ଏହାକୁ ନେଇ ଖୁବ୍ ଉତ୍ସାହିତ ରହିଛନ୍ତି ତେଣୁ ଫିଲ୍ମର ପ୍ରୋମୋଶନ୍ ଜୋରଦାର୍ କରିଛନ୍ତି । ତେବେ ପୂର୍ବରୁ ବି ସେ ନିଜର କଣ୍ଟ୍ରୋଭର୍ସିଆଲ୍ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ବଲିଉଡ୍ ଉପରେ ନିଜର ରାଗ ସାଧିଛନ୍ତି । କଙ୍ଗନା ବଲିଉଡ୍ ଇଣ୍ଡଷ୍ଟ୍ରୀକୁ ଗ୍ରେଟ ୱାଲ୍ ଅଫ୍ ଚାଇନା ସହିତ ତୁଳନା କରିଛନ୍ତି […]

ଧର୍ମ

ଶୁକ୍ର ଗ୍ରହଙ୍କର ରାଶି ପରବର୍ତ୍ତନ : ଜାଣନ୍ତୁ କେଉଁ ରାଶି ଉପରେ ରହିବ କିପରି ପ୍ରଭାବ

ଜୀବନର ସମସ୍ତ ସୁଖ ପ୍ରାପ୍ତ ଦେଉଥିବା ଶୁକ୍ରଗ୍ରହ , ଆଜି ଅର୍ଥାତ୍ ସେପ୍ଟେମ୍ବର ୦୬, ୨୦୨୧ରେ ଏହି ରାଶି ଉପରେ ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବାକୁ ଯାଉଛି । ଏହି ରାଶିରେ ଦିପହର ୧୨.୩୯ରେ ଶୁକ୍ର ଗ୍ରହ ପ୍ରବେଶ କରିବ ଏହା ସହିତ ଶୁକ୍ର ଗ୍ରହ ସମସ୍ତ ୧୨ଟି ରାଶିର ବିବାହିତ ଜୀବନ, ​​ସୁଖ ଏବଂ ସମୃଦ୍ଧତା ଉପରେ ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିବ । ମେଷ ରାଶି : ଏହି ରାଶିର […]

ରାଶିଫଳ

ସେପ୍ଟେମ୍ବର ୦୬ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ଉଚ୍ଚାରୋହୀ ରବି ଓ ମଙ୍ଗଳ ପ୍ରଭାବରେ ସରକାରୀ ସ୍ତରରୁ ଆର୍ଥିକ ସାହାର୍ଯ୍ୟ ଲାଭକରି କେତେକାଂଶରେ ଖୁସି ରହିବେ । ଆରମ୍ଭ କରିଥିବା କାମଟିକୁ ଶେଷ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ । • ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ । • ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି । • ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ । • ବ୍ୟବସାୟୀ- ବିଜୟୀ ହେବେ । • ଗୃହିଣୀ-ଧାର୍ମିକ ହେବେ । […]

ଦେଶ ବିଦେଶ ମନୋରଞ୍ଜନ

କାଠଗଡ଼ାରେ ହନି-ଶାଲିନୀ, ୨୦ କୋଟି ଦାବି କଲେ ଶାଲିନୀ

ନୂଆଦିଲ୍ଲୀ: ବଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତଥା ରାପର ୟୋ ୟୋ ହନି ସିଂହ ଓ ତାଙ୍କ ସହଧର୍ମିଣୀ ଶାଲିନୀ ତୱାରଙ୍କ ମଧ୍ୟରେ କିଛି ଦିନ ହେବ କଳିତକରାଳ ଲାଗି ରହିଛି। ଉଭୟଙ୍କ ଭିତରେ ହେଇଥିବା ଅବୁଝାମଣା ପରିସ୍ଥିତି ଶେଷରେ କୋର୍ଟରେ ପହଞ୍ଚିଛି। ଗତ ଶୁକ୍ରବାର ହନି ସିଂହଙ୍କୁ ଡକରା ଆସିବା ପରେ ସେ ନୂଆଦିଲ୍ଲୀର ତିସ ହଜାରି କୋର୍ଟରେ ଉପସ୍ଥିତ ହେଇଥିଲେ। ହନିଙ୍କ ବିରୋଧରେ ପତ୍ନୀ ଶାଲିନୀ ଘରୋଇ ହିଂସା, ଯୌନ ହିଂସା, ମାନସିକ ନିର୍ଯାତନା; ଏମିତି […]

ଦେଶ ବିଦେଶ ମନୋରଞ୍ଜନ

ବାଦ ପଡ଼ିଲା ଆଲିଆ ଓ ଶାନ୍ତନୁଙ୍କ ଅନ୍ତରଙ୍ଗ ଦୃଶ୍ୟ

ମୁମ୍ବାଇ: ସଞ୍ଜୟ ଲୀଲା ଭଁସାଲୀଙ୍କ ନିର୍ଦ୍ଦେଶିତ ନୂଆ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ରେ ନାୟକ ଓ ନାୟିକାଙ୍କ ମଧ୍ୟରେ କିଛି ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳିଥାନ୍ତା। ଚଳଚ୍ଚିତ୍ରର ଚିତ୍ରନାଟ୍ୟରେ କାହାଣୀର ମୁଖ୍ୟଚରିତ୍ର ତଥା ନାୟିକା ଗଙ୍ଗା ହାର୍‌ଜିବନ୍ଦାସଙ୍କ ସହ ତାଙ୍କର ପ୍ରେମିକ ରାମଣିକ୍‌ ଲାଲ୍‌ଙ୍କର ଅନ୍ତରଙ୍ଗ ଦୃଶ୍ୟ ରଖାଯାଇଥିଲା। ସୂଚନା ଅନୁସାରେ, ମହିଳା ଗ୍ୟାଙ୍ଗ୍‌ଷ୍ଟର୍ ଗଙ୍ଗୁବାଈ କାଠିଆୱାଡ଼ି ଓରଫ୍ ଗଙ୍ଗା ଜଣେ ସୁନ୍ଦରୀ ଯୁବତୀ ଥିଲା। ଗଙ୍ଗା ସହ ରାମଣିକଙ୍କର ସଚ୍ଚା ପ୍ରେମ ସମ୍ପର୍କ ଥିଲା। ଗଙ୍ଗା ଓ […]

ଖେଳ ଦେଶ ବିଦେଶ

ଅଭୂତପୂର୍ବ ଅଭ୍ୟୁଦୟ: ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ରେକର୍ଡ ୧୯ ପଦକ ୧୯ ସ୍ଥାନ ଉପରକୁ ଉଠି ୨୪ତମ ଅଧିକାର କଲା, ଶେଷ ଦିନରେ ନାଗର ଦେଲେ ପଞ୍ଚମ ସ୍ବର୍ଣ୍ଣ ଉପହାର

ଟୋକିଓ: ଭାରତର ଟୋକିଓ ପାରାଲିମ୍ପିକ୍ସ ଅଭିଯାନ ଐତିହାସିକ ସଫଳତାରେ ଶେଷ ହୋଇଛି। ରବିବାର ଶେଷ ଦିନରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା‌ ସହ ଭାରତ ଏଠାରେ ନିଜ ପାରାଲିମ୍ପିକ୍ସ ଇତିହାସର ସର୍ବାଧିକ ୧୯ ପଦକ ଜିତି ନେଇଛି। ଚାରି ବର୍ଷ ତଳେ ଅର୍ଥାତ୍ ୨୦୧୬ ରିଓ ପାରାଲିମ୍ପିକ୍ସରେ ମାତ୍ର ଚାରିଟି ପଦକ ଜିତି ୪୩ତମ ସ୍ଥାନରେ ଥିବା ଭାରତ ଏଥର ସଂଯୋଗବଶତଃ ସେହି (ପଦକ ସଂଖ୍ୟା) ୧୯ ସ୍ଥାନ ଉପରକୁ ଲମ୍ଫ ମାରି […]

ଖେଳ ଦେଶ ବିଦେଶ

ଦେବଯାନୀ ଦାସଙ୍କୁ ଗୁଜୁରାଟ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୦୫/୦୯: ଓଡ଼ିଆ ମହିଳା ପାଇଲେ ଗୁଜୁରାଟ ସାହିତ୍ୟ ଏକାଡେମୀ ପୁରସ୍କାର। ବାଲେଶ୍ଵର ଜିଲ୍ଲାର ଦେବଯାନୀ ଦାସ ସାହିତ୍ୟରେ ଭାଷା ଦକ୍ଷତା, ଉଲ୍ଲେଖ ଶୈଳୀ, ସୃଜନଶୀଳତା ଓ ବିଶ୍ଵ ସାହିତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ ଏହି ପୁରସ୍କାର ପାଇଛନ୍ତି। ସେ ଜଣେ ପରିବେଶବିତ୍ ତଥା ଟିଭି ଓ ରେଡିଓ କଳାକାର ମଧ୍ୟ। ସାହିତ୍ୟରେ ଦେବଯାନୀ ଦାସଙ୍କର ବହୁ ଅବଦାନ ରହିଛି । ସେ ବିଭିନ୍ନ ପ୍ରସଙ୍ଗ ଯଥା, ଇତିହାସ, ବିଜ୍ଞାନ, ଆଧ୍ୟାତ୍ମିକ ଉପରେ ଅନେକ ବହି ଲେଖିଛନ୍ତି […]

ଖେଳ

ମନିକା ବାତ୍ରାଙ୍କ ଚାଞ୍ଚଲ୍ୟକର ଅଭିଯୋଗ: ମ୍ୟାଚ୍‌ ହାରିବାକୁ କହିଥିଲେ ପ୍ରଶିକ୍ଷକ ସୌମ୍ୟଦୀପ୍‌

ନୂଆଦିଲ୍ଲୀ: ଭାରତର ତାରକା ମହିଳା ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା ଶୁକ୍ରବାର ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗତ ମାର୍ଚ୍ଚ ମାସର ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଜାଣିଶୁଣି ହାରିଯିବା ଲାଗି ତାଙ୍କୁ କେଉଁଠି ଭାରତୀୟ ଦଳ ପ୍ରଶିକ୍ଷକ ସୌମ୍ୟଦୀପ ରୟ ପ୍ରବର୍ତାଇଥିଲେ। ଏହି କାରଣରୁ ସେ ଗତ ଟୋକିଓ ଅଲିମ୍ପିକ୍ସ ବେଳେ ସୌମ୍ୟଦୀପଙ୍କ ସହାୟତା ନ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପ୍ରକାଶ କରିଛନ୍ତି। ଜାତୀୟ ଦଳର ପ୍ରଶିକ୍ଷକଙ୍କ ସେବାକୁ ପ୍ରତ୍ୟାଖାନ କରିଥିବାରୁ […]

ଖେଳ

ପଙ୍ଖା ମେକାନିକ୍‌ରୁ ଅଲିମ୍ପିକ ସ୍ବର୍ଣ୍ଣ ପଦକ

ଅତାବିରା : ଅତାବିରା ରାସ୍ତା କଡ଼ରେ ପଙ୍ଖା ଦୋକାନରେ ବଡ଼ ଭାଇଙ୍କୁ ସହାୟତା କରୁଥିବା ପ୍ରମୋଦ ଭଗତ ନିଜେ ବି ତାକୁ ସଜାଡ଼ୁଥିଲେ। ୧୫ ବର୍ଷ ମଧ୍ୟରେ ସାମାନ୍ୟ ପଙ୍ଖା ମେକାନିକ୍‌ ଭାବେ ଜଣାଶୁଣା ଥିବା ପ୍ରମୋଦ ଆଜି ପାରା ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଆଣି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଳଟିଛନ୍ତି। ଅଭାବ, ଅନଟନ, ପାରିବାରିକ ସମସ୍ୟା, ଜୀବନଜୀବିକା ଦୋଛକିରେ ସଂଘର୍ଷ କରି ଆଜି ସାଧାରଣ ଜଣେ ଭିନ୍ନକ୍ଷମରୁ ଅସାଧାରଣ ବ୍ୟକ୍ତିତ୍ବରେ ଅଧିକାରୀ ହୋଇଛନ୍ତି ଅର୍ଜୁନ ପୁରସ୍କାରପ୍ରାପ୍ତ […]