ଦେବଶିଳ୍ପୀ ବିଶ୍ୱକର୍ମା
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ସୂର୍ଯ୍ୟ ସିଂହରାଶିରୁ ଯାଇ କନ୍ୟା ରାଶିରେ ପ୍ରବେଶ କଲେ କନ୍ୟା ସଂକ୍ରାନ୍ତି ହୋଇଥାଏ। ଏହି ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ହେଉଛି, ଏହି ଦିନଟି ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ଜନ୍ମଦିବସ ଭାବରେ ଭାରତ ଓ ନେପାଳ ଆଦି ଦେଶରେ ମହା ସମାରୋହରେ ପାଳିତ ହୋଇଥାଏ। ବେଦ ଅନୁସାରେ, ପୃଥିବୀର ନିର୍ମାଣକର୍ତ୍ତା ହେଉଛନ୍ତି ବିଶ୍ୱକର୍ମା। କେତେକ ପୁରାଣର ବର୍ଣ୍ଣନା ଅନୁସାରେ, ସେ ବ୍ରହ୍ମାଙ୍କର ପୁତ୍ର ଓ ସ୍ୱୟଂଭୂ। କିନ୍ତୁ ‘ବିଷ୍ଣୁ ପୁରାଣ’ର ବର୍ଣ୍ଣନା ଅନୁସାରେ, ଅଷ୍ଟମବସୁ ପ୍ରଭାସ […]