ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୀନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ଆଜି ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ କରିଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କୋରାପୁଟ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତ୍ରୀ ମୀନାକ୍ଷୀଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ରୂପେ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିବା ଦଳର ସଂପାଦକ କେ.ସି. ବେଣୁଗୋପାଳ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି। ଶ୍ରୀମତୀ ବାହିନୀପତି ହେଉଛନ୍ତି କଂଗ୍ରେସ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ଯାଉଛି ଚୀନ, ପ୍ରଭାବିତ ହେବ ବିଶ୍ବ ଅର୍ଥନୀତି

ବେଜିଂ : ଗୋଟିଏ ପଟେ ଭାରତ ପ୍ରାୟ ୭% ହାରରେ ଅଭିବୃଦ୍ଧି ହାସଲ କରୁଥିବା ବେଳେ ଅନ୍ୟପଟେ ପଡ଼ୋଶୀ ଚୀନ୍ ଅନେକ ଦଶନ୍ଧି ମଧ୍ୟରେ ସବୁଠାରୁ ବିପଜ୍ଜନକ ମାନ୍ଦାବସ୍ଥା ସହ ସଂଘର୍ଷ କରୁଛି। ଚୀନର ଗୃହ ନିର୍ମାଣ କ୍ଷେତ୍ର ୩ ବର୍ଷ ଧରି କ୍ରମାଗତ ଭାବେ ଧ୍ୱଂସ ହୋଇଛି । ଚାଇନା ଏବଂ ବିଶ୍ୱର ସବୁଠାରୁ ବଡ ରିଅଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡ ବିକ୍ରି ହେବାକୁ ଯାଉଛି । ସମ୍ପତ୍ତି ବିକ୍ରି କରି ଋଣ ପରିଶୋଧ କରିବାକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରଥମ କରି ମାନବ ଶରୀରରେ ବ୍ରେନ୍-ଚିପ୍‌ ପ୍ରତିରୋପଣ କଲା ଏଲନ୍‌ ମସ୍କ୍‌ଙ୍କ ନ୍ୟୁରାଲିଙ୍କ୍‌

କାଲିଫର୍ଣ୍ଣିଆ: ରବିବାର ଦିନ ପ୍ରଥମ କରି ଯେଉଁ ରୋଗୀ ଶରୀରରେ ନ୍ୟୁରାଲିଙ୍କ୍‌ ଷ୍ଟାର୍ଟଅପ୍‌ର ବ୍ରେନ୍‌-ଚିପ୍‌ ପ୍ରତିରୋପଣ କରାଯାଇଥିଲା ସେ ସୁସ୍ଥ ହେଉଥିବା କଥା କମ୍ପାନିର ସଂସ୍ଥାପକ ଏଲନ୍‌ ମସ୍କ୍‌ କହିଛନ୍ତି। ସୋମବାର ଦିନ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଏକ୍ସ’ ପୋଷ୍ଟ୍‌ରେ ମସ୍କ୍‌ କହିଛନ୍ତି, ନ୍ୟୁରନ୍‌ ସ୍ପାଇକ୍‌ ଚିହ୍ନଟ ସଫଳ ହେଉଥିବା କଥା ପ୍ରାରମ୍ଭିକ ଫଳାଫଳରୁ ଜଣାପଡୁଛି। ସୂଚନାଯୋଗ୍ୟ, ସ୍ପାଇକ୍‌ ହେଉଛି ନ୍ୟୁରନ୍‌ଗୁଡ଼ିକର କାର୍ଯ୍ୟକଳାପ। ଏହାକୁ ସ୍ପଷ୍ଟ ଭା‌ବରେ ବୁଝାଇବାକୁ ଯାଇ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ୍‌ କହିଛି […]

ଅପରାଧ ରାଜ୍ୟ

ତୁ ପୂରା ବଦଳି ଗଲୁ: ମୃତ୍ୟୁ ଷ୍ଟାଟସ୍‌ ଦେଇ ଝୁଲି ପଡ଼ିଲେ ଯୁବତୀ

ଖୋର୍ଦ୍ଧା: ତୁ ପୂରା ବଦଳି ଗଲୁ, ବଞ୍ଚିବି ଆଉ କାହା ପାଇଁ। ମୃତ୍ୟୁ ମୋର ଅପେକ୍ଷା କରିଛି…..। ଫିଲ୍ମ ଷ୍ଟାଇଲ୍‌ରେ ଏମିତି ହ୍ବାଟସ୍‌ଆପ୍‌ ଷ୍ଟାଟସ୍‌ ଦେଇ ଝୁଲି ପଡ଼ିଛନ୍ତି ଯୁବତୀ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ମୁକୁନ୍ଦପ୍ରସାଦ ସ୍ଥିତ ଏକ କ୍ଲିନିକ୍‌ରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବେକରେ ଓଢ଼ଣୀ ଦେଇ ଯୁବତୀ ଜଣକ ଫ୍ୟାନ୍‌ରେ ଝୁଲି ପଡ଼ିଛନ୍ତି। ସୂଚନା ମୁତାବକ, ଏହି ଯୁବତୀଙ୍କ ବୟସ ପ୍ରାୟ ୨୦ବର୍ଷ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକରେ କିଏ ଧରିବ ବିଜେପି ମଙ୍ଗ?

କଟକ: ବାରବାଟୀ-କଟକ ଓ ଚୌଦ୍ବାର-କଟକ ଆସନରେ ବିଜେପିର କିଏ ନେତୃତ୍ବ ନେବ? ନିର୍ବାଚନ ପାଖେଇ ଆସିବା ସହିତ ଦଳ ଭିତରେ ଓ ବାହାରେ ଏହି ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ପୂର୍ବତନ ମନ୍ତ୍ରୀ ସମୀର ଦେ କଟକ ସହର ଆସନରୁ ଲଗାତାର ୩ଥର ବିଜୟୀ ହୋଇଥିଲେ ଓ ଏକାଧିକ ଥର ମନ୍ତ୍ରୀ ବି। ଏଣୁ କଟକ ବିଜେପିର ସେ ଥିଲେ ସବୁଠୁ ପ୍ରଭାବଶାଳୀ ଚେହେରା। ସେବେ ଦଳ ମେୟର ପଦ ବି କବ୍‌ଜା କରିଥିଲା। […]

ରାଜନୀତି ରାଜ୍ୟ

ବ୍ରଜରାଜନଗର ନିର୍ବାଚନମଣ୍ଡଳୀ: ୩ ଦଳରୁ ଟିକେଟ୍‌ ଦୌଡ଼ରେ ୮ ନେତା

ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ କେଉଁ ଦଳରୁ କିଏ ଟିକେଟ୍‌ ପାଇବେ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ୮ ଜଣ ନେତା ଏବେ ଟିକଟ ଦୌଡ଼‌ରେ ସାମିଲ୍‌ ହୋଇଥିବା ଜଣାପଡ଼ିଛନ୍ତି। ବିଜେଡିର ଦିବଂଗତ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଏବେ ବିଧାୟିକା ଅଛନ୍ତି। ୨୦୨୨ ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ସେ ପୁଣି ଥରେ ପ୍ରାର୍ଥୀ ହେବେ ବୋଲି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିବେଶ ଯୋଦ୍ଧା: ଗଛ ପାଇଁ ସମର୍ପିତ ରମାକାନ୍ତ

‘ରହ ଆରେ କାଠୁରିଆ ନ ପକାଅ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ।’ ପିଲାଦିନେ କବି ନନ୍ଦକିଶୋର ବଳଙ୍କ ରଚିତ ଏହି କବିତା ପଢ଼ିବା ସମୟରେ ଜଗତସିଂହପୁରର ବାତ୍ୟାଞ୍ଚଳ ଏରସମାରେ ଜନ୍ମିତ ରମାକାନ୍ତ ଜେନାଙ୍କ ମନରେ ଚହଳ ସୃଷ୍ଟି ହୋଇଥିଲା। ଗଛ ପ୍ରତି ଦୁର୍ବଳତା ଏତେ ବଢ଼ିଥିଲା ଯେ ଗଛର ଡାଳଟିଏ କିଏ ହାଣିଦେଲେ ତାଙ୍କୁ କଷ୍ଟ ଲାଗୁଥିଲା। ଗଛ ପ୍ରତି ତାଙ୍କର ଏହି ପ୍ରୀତି ଦିନକୁ ଦିନ ଅଧିକ ପ୍ରଗାଢ଼ ହୋଇଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୭ଟି ସ୍ଥାନରେ ଚଢ଼ାଉ କରୁଛି । ମାଲକାନଗିରିର ଭଡ଼ାଘର ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଖି ବୁଜିବା ପୂର୍ବରୁ ବଞ୍ଚାଇଦେଲେ ୭୦ ପର୍ଯ୍ୟଟକଙ୍କ ଜୀବନ

ନୀଳଗିରି: ନିଜେ ସିନା ଚାଲିଗଲେ ହେଲେ ବଂଚାଇଦେଲେ ୭୦ ପର୍ଯ୍ୟଟକଙ୍କ ଜୀବନ | ବାଲେଶ୍ୱର ପଞ୍ଚଲିଙ୍ଗେଶ୍ବରକୁ କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ ଆସିଥିଲା | ଆଉ ଏହି ବସର ଡ୍ରାଇଭରଙ୍କର ହୃଦଘାତରେ ପ୍ରାଣ ଚାଲିଯାଇଥିଲା | ତେବେ ଛାତିରେ ଯନ୍ତ୍ରଣା ହେବା ମାତ୍ରେ ଡ୍ରାଇଭରଜଣକ ବସଟିକୁ ରାସ୍ତାକଡ଼ରେ ଛିଡା କରାଇଦେଇଥିଲେ | ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପାଟପୁର ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡ୍ରାଇଭର ଜଣକ ପଶ୍ଚିମବଙ୍ଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିର୍ମାଣ ସରିବା ନାମ ନେଉନି ‘ଆମ ହସ୍ପିଟାଲ’

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୫-ଟି ‘ଆମ ହସ୍ପିଟାଲ’ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ଏଥି ପାଇଁ ରାଜ୍ୟ ସରକାର ସାଢ଼େ ସା‌ତ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଫାଷ୍ଟ ରେଫରାଲ ୟୁନିଟ ମଧ୍ୟରେ ଅନ୍ତର୍ଭୁକ୍ତ ଥିବା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହେବ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହାର ନିର୍ମାଣ କାମକୁ ରାଜ୍ୟସରକାର ଅଧିକା ପ୍ରାଧାନ୍ୟ ଦେଉଛନ୍ତି। ତେବେ ଠିକା […]