ଖେଳ ଦେଶ ବିଦେଶ

ଧୋନୀ ଓ କୋହଲିଙ୍କ ଠାରୁ ଅଧିକ ରହିବ ନୀରଜଙ୍କ ବ୍ରାଣ୍ଡ ଭାଲ୍ୟୁ !

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଜାଭଲିନ ଖେଳାଳୀ ନୀରଜ ଚୋପ୍ରା ଏବେ ଜଣେ ଷ୍ଟାର ହୋଇଯାଇଛନ୍ତି । ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜଙ୍କ ଜୀବନରେ ଅକଳ୍ପନୀୟ ଲୋକପ୍ରିୟତା ବୃଦ୍ଧି ପାଇଛି । ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ ନୀରଜଙ୍କ ବ୍ରାଣ୍ଡ ଭାଲ୍ୟୁ ଅନେକ ଗୁଣା ବୃଦ୍ଧି ପାଇଛି । ନୀରଜ ଚୋପ୍ରାଙ୍କ ବ୍ରାଣ୍ଡ ଭାଲ୍ୟୁ ୧୦୦୦ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ମୁଖ୍ୟତଃ ନୀରଜଙ୍କ ଅନୁମୋଦନ ଶ୍ଳୁକ […]

ଦେଶ ବିଦେଶ ମନୋରଞ୍ଜନ

ଆତ୍ମହତ୍ୟା କଲେ ଟିଭି ଅଭିନେତ୍ରୀ ସୌଜନ୍ୟା

ହାଇଦ୍ରାବାଦ: କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟା ଆତ୍ମହତ୍ୟା କରିଛନ୍ତି। ସେ ନିଜେ ରହୁଥିବା ଆପାର୍ଟମେଣ୍ଟ ଭିତରେ ଆତ୍ମହତ୍ୟା କରିଛନ୍ତି। ଘଟଣା ସଂପର୍କରେ ଖବର ପାଇବା ପରେ ପୁଲିସ୍‌ ଆଜି ସକାଳୁ ସୌଜନ୍ୟାଙ୍କ ଘର ଭିତରୁ ତାଙ୍କର ମୃତଦେହ ଜବତ କରିବା ସହ ଏକ ସୁଇସାଇଡ ନୋଟକୁ ମଧ୍ୟ ଜବତ କରିଛି। ମାତ୍ର ୨୫ ବର୍ଷ ବୟସ୍କା ଏହି ଲୋକପ୍ରିୟ ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା ଘଟଣା କନ୍ନଡ ଟିଭି ଜଗତରେ ଶୋକର ଛାୟା ଖେଳାଇଦେଇଛି। ସୌଜନ୍ୟାଙ୍କ ଆତ୍ମହତ୍ୟା ଖବର […]

କଳା ଓ ସଂସ୍କୃତି ଧର୍ମ

ଚତୁର୍ମାସ୍ୟା ଗୁରୁବାର

ମାର୍ଗଶିର ହେଉଛି ଶ୍ରେଷ୍ଠମାସ। କାରଣ ସ୍ୱୟଂ ଶ୍ରୀକୃଷ୍ଣ ‘ଗୀତା’ରେ କହିଛନ୍ତି- ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର। ଏହି ମାସ ମଧ୍ୟ ‘ଲକ୍ଷ୍ମୀଙ୍କ ମାସ’। କାରଣ, ମାର୍ଗଶିର ମାସର ଗୁରୁବାରଗୁଡ଼ିକ ଲକ୍ଷ୍ମୀପୂଜାପାଇଁ ପ୍ରଶସ୍ତ। ଘରେ ଘରେ ଏହି ମାସରେ ମାଣ ବସାଯାଇ ଦେବୀ ଲକ୍ଷ୍ମୀଙ୍କର ପୂଜା କରାଯାଏ। କିନ୍ତୁ ଶ୍ରାବଣ, ଭାଦ୍ରବ, ଆଶ୍ୱିନ ଓ କାର୍ତ୍ତିକ- ଏହି ଚାରିମାସର ଗୁରୁବାରଗୁଡ଼ିକରେ ମଧ୍ୟ କେତେକ ଅଞ୍ଚଳରେ ଲକ୍ଷ୍ମୀପୂଜା କରାଯିବାର ପ୍ରଥା ଅଛି। ‘ଚତୁର୍ମାସ୍ୟା ଗୁରୁବାର’ ନାମରେ କେତୋଟି ପୋଥି ମଧ୍ୟ […]

କଳା ଓ ସଂସ୍କୃତି ଧର୍ମ

ଇନ୍ଦିରା ଏକାଦଶୀ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ ‘ଇନ୍ଦିରା ଏକାଦଶୀ’। ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିବାରୁ ଏହାର ମହତ୍ତ୍ୱ ସର୍ବାଧିକ। କାରଣ, ଏହି ଏକାଦଶୀ ବ୍ରତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବ୍ରତ ପାଳନ କରି ତାର ପୁଣ୍ୟ ଫଳ ପିତୃପୁରୁଷଙ୍କୁ ଅର୍ପଣ କରିବା। ଏହାଦ୍ବାରା ସେମାନଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ। ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି। ପ୍ରାଚୀନ କାଳରେ ମାହିଷ୍ମତୀ ପୁରରେ ଇନ୍ଦ୍ରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। […]

କଳା ଓ ସଂସ୍କୃତି ଧର୍ମ

ତେଜପୁଞ୍ଜ ସମୁଦ୍ଭୂତା

ପ୍ରତିବର୍ଷ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ, ଦେବୀ ଦୁର୍ଗାଙ୍କର ଷୋଡ଼ଶଦିନାତ୍ମକ ପୂଜା ହୁଏ। ଏହି ଦେବୀଙ୍କର ଉଦ୍ଭବ କିପରି ହେଲା, ତାହାର ଚମତ୍କାର ବର୍ଣ୍ଣନା ଅଛି ‘ଶ୍ରୀଦୁର୍ଗାସପ୍ତଶତୀ’ରେ। ଏହା ସାତଶହ ଶ୍ଳୋକବିଶିଷ୍ଟ ଏବଂ ଅଷ୍ଟାଦଶ ପୁରାଣ ଅନ୍ତର୍ଗତ ‘ମାର୍କଣ୍ଡେୟ ପୁରାଣ’ର ଅଂଶବିଶେଷ। ଦେବୀ ଦୁର୍ଗାଙ୍କର ଗୋଟିଏ ପ୍ରସିଦ୍ଧ ରୂପ ‘ମହିଷାସୁରମର୍ଦ୍ଦିନୀ’। ଏହି ମହିଷାସୁର ଉପାଖ୍ୟାନ ବି ସେହି ‘ମାର୍କଣ୍ଡେୟ ପୁରାଣ’ରେ ଅଛି। ମହିଷାସୁର ଥିଲା ଅସୁରମାନଙ୍କର ରାଜା। ସେ ଦେବତାଙ୍କର ରାଜା ଇନ୍ଦ୍ରଙ୍କ ସହ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବାପା ମାଆଙ୍କ ଆଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ବୃଷ: କାହାରିକୁ ବନ୍ଧୁ କରିବା ପୂର୍ବରୁ ତାଙ୍କ ସମ୍ବନ୍ଧରେ ଭଲଭାବେ ଜାଣି ନିଅନ୍ତୁ। ଘର ପାଇଁ କାଠ ଜିନିଷ କିଣି ପାରନ୍ତି। ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ। ମିଥୁନ: ସବୁ କାମ ନିର୍ଦ୍ଧ‌ାରିତ ସମୟ ମଧ୍ୟରେ ପୂରା ହେବ। ମନର ସଂଶୟ ସଂପର୍କୀୟଙ୍କୁ ଜଣାନ୍ତୁ, ସବୁ ଠିକ୍ ହୋଇଯିବ। ସମସ୍ତଙ୍କ ସହ ସାମଞ୍ଜସ୍ୟ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଜଳେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଅଭିଯୁକ୍ତ ଗିରଫ

ଜଳେଶ୍ୱର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଥମିବାର ନାଁ ନେଉନି। ଏଠାରେ ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଦୁଇଟି ଅଲଗା ଅଲଗା ଜାଗାରୁ ଚଢାଉ କରି ପୁଲିସ ଓ ଅବକାରୀ ବିଭାଗ ଏହି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ପେଟ୍ରୋଲିଂ ବେଳେ ଝାଡେଶ୍ୱରପୁର ରାସ୍ତାରେ ଯାଉଥିବା ଜଣେ ଯୁବକକୁ ସନ୍ଦେହ କରି ଅଟକାଇଥିଲା ପୁଲିସ। […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୭୭ ସଂକ୍ରମିତ ଚିହ୍ନଟ: ୧୮ରୁ କମ୍ ବୟସ୍କ ୭୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ୍

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଖୋର୍ଦ୍ଧା ଜିଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି। ତେଣୁ ଆମେ ଅଧିକା ଭିଡ଼ କରିବା ନାହିଁ, ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢିପାରେ। ଏହାକୁ ଦୃଷ୍ଟି ରଖି ପାର୍ବଣରେ ଘରୁ ବାହାରିବା ଉଚିତ। ଯଦି ଆମେ ଆମ ତରଫରୁ ସଜାଗ ରହିବା, ତାହାଲେ କରୋନାକୁ ପ୍ରତିହତ କରିପାରିବା। ସବୁ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ବାଦ ପଡ଼ିବା ପ୍ରସଙ୍ଗ: ଚିଠି ଲେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ଭାଷା ବାଦ ପଡ଼ିବା ପ୍ରସଙ୍ଗରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏନେଇ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ଭାଷା ବାଦ ପଡ଼ିବା ଦ୍ଵନ୍ଦ୍ୱ ସୃଷ୍ଟି କରିଛି। ସେମିତି ହୋଇ ନାହିଁ।ଶିକ୍ଷକମାନଙ୍କ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ତାଲିମ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିଲା,ଏହାକୁ ଟ୍ରେନିଂରେ ଅନ୍ତର୍ଭୁକ୍ତ କରିବାକୁ ଚିଠି କରିଛି। ସେପ୍ଟେମ୍ବର ୨୦ […]