ଓଡ଼ିଆ ଭାଷାର ଭିତ୍ତି ଓ ଭବିଷ୍ୟତ
ଅନେକ ବିଦ୍ୱାନ ଲେଖିଛନ୍ତି ଓ ସାଧାରଣରେ ବିଶ୍ୱାସ କରାଯାଏ ଯେ ଓଡ଼ିଆ ଭାଷାର ଜନନୀ ହେଉଛି ସଂସ୍କୃତ। ସଂସ୍କୃତ ଭାଷା କାଳକ୍ରମେ ବଦଳି ପାଲି, ପ୍ରାକୃତ, ଅପଭ୍ରଂଶ ପଥ ଦେଇ ଓଡ଼ିଆ ଭାଷାରେ ପରିଣତ ହୋଇଛି। କୌଣସି ଭାଷା ଉତ୍କୃଷ୍ଟ ରୂପରୁ ନିକୃଷ୍ଟ ରୂପ ଧାରଣ କରେନାହିଁ ବରଂ ନିକୃଷ୍ଟରୁ ଉତ୍କୃଷ୍ଟ ଦିଗକୁ ଗତି କରିବା ଏକ ସ୍ୱାଭାବିକ ପ୍ରକ୍ରିୟା। କୁହାଯାଏ ଆର୍ଯ୍ୟମାନେ ଖ୍ରୀ.ପୂ ୩୦୦୦ ରୁ ଖ୍ରୀ.ପୂ୧୫୦୦ ମଧ୍ୟରେ ଭାରତକୁ ଆସିଥିଲେ ଆଉ ସେମାନଙ୍କର ଭାଷା […]









