ଚର୍ଚ୍ଚାରେ ବ୍ୟକ୍ତିଙ୍କ ୮.୮ ସେଣ୍ଟିମିଟର ଲମ୍ବା ନାକ, ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ସ୍ଥାନ ପାଇଛି ନାଁ
ନୂଆଦିଲ୍ଲୀ: ପୂର୍ବରୁ ଲମ୍ବା କେଶ ବା ଉଚ୍ଚତାକୁ ନେଇ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ଲୋକଙ୍କ ନାଁ ସାମିଲ ହୋଇଥିବାର ଆପଣ ଦେଖିଥିବେ। ହେଲେ ତୁର୍କୀରେ ରହୁଥିବା ଜଣେ ବ୍ୟକ୍ତି ନିଜ ନାକ ପାଇଁ ଚର୍ଚ୍ଚାରେ। ବିଶ୍ବରେ ଜୀବିତ ଥିବା ଲୋକଙ୍କ ନାକଠାରୁ ତାଙ୍କ ନାକ ବଡ଼ ହୋଇଥିବାରୁ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ତାଙ୍କ ନାଁ ସ୍ଥାନ ପାଇଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ତୁର୍କୀର ୭୧ ବର୍ଷିୟ ମେହମତ ଓଜିୟୁରେକ । […]