କଳା ଓ ସଂସ୍କୃତି ଧର୍ମ

ବାରମ୍ବାର ହେଉଛି ଧନ ହାନି, କରନ୍ତୁ ଏହି ଉପାୟ, ଶୁକ୍ର ଗ୍ରହ ମଜବୁତ ହୋଇ ବର୍ଷାଇବେ ଧନ

ନୂଆଦିଲ୍ଲୀ ୧୨/୧୦ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୯ ଟି ଗ୍ରହ ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶିରେ ଗ୍ରହମାନଙ୍କର ସ୍ଥିତି ତାଙ୍କ ଜୀବନରେ ସୁଖ, ସ୍ୱାସ୍ଥ୍ୟ, ଧନ, ପରିବାର, ସଫଳତା ଇତ୍ୟାଦି ଉପରେ ପ୍ରଭାବ ପକାଇଥାଏ। ଯଦି ଏହି ଜିନିଷଗୁଡିକ ସହିତ ଜଡିତ ଗ୍ରହ ଦୁର୍ବଳ ହୋଇଥାନ୍ତି, ତେବେ ସେହି କ୍ଷେତ୍ରରେ ବ୍ୟକ୍ତିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ଗୁରୁତ୍ୱପୂର୍ଣ୍ଣ ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଶୁକ୍ର। ଯଦି ଶୁକ୍ର […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଦୀର୍ଘ ଦିନ ପରେ ରେଡ୍ ଜୋନ୍‌କୁ ଗଲା ଖୋର୍ଦ୍ଧା ଜିଲ୍ଲା, ଭୁବନେଶ୍ବରରେ ବଢୁଛି ଆକ୍ଟିଭ୍ କେସ୍

ଭୁବନେଶ୍ବର ୧୩।୧୦: କରୋନା ସଂକ୍ରମଣ ବଢିବାରୁ ରେଡ୍ ଜୋନ୍ କୁ ଗଲା ଖୋର୍ଦ୍ଧା ଜିଲ୍ଲା । ପଜିଟିଭ୍ ରେଡ୍ ଏବଂ ଆକ୍ଟିଭ୍ କେସ୍ କୁ ଦେଖି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଦୈନିକ ୪୦୦ରୁ ୬୦୦ ସଂକ୍ରମଣ ରହୁଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ପର୍ବ ପର୍ବାଣୀ ଯୋଗୁଁ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଛନ୍ତି । ଏଠି ସଂକ୍ରମଣ ଟିକିଏ ବଢ଼ିଛି । ରାଜ୍ୟର ସଂକ୍ରମଣ ଉପର ତଳ ହେଉଛି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରୁ ୭ ଜଣ କରୋନାରେ ଟଳିଲେ

ଭୁବନେଶ୍ୱର : ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବା ବେଳେ ଭୁବନେଶ୍ୱର ଓ କଟକରେ ସାମାନ୍ୟ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି । […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦଶମୀରେ ପ୍ରବଳ ଛେଚିବ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ SRC

ଭୁବନେଶ୍ୱର : ଆସନ୍ତା ୨୮ ଘଣ୍ଟାରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ତେବେ ୧୬ ଓ ୧୭ ତାରିଖରେ ବି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) । […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପିଲାଦିନେ ନଦୀ ପାରହୋଇ ସ୍କୁଲ ଯାଉଥିଲେ… ଆଜି ପ୍ରଶାସନିକ ଅଧିକାରୀ

ଯାଜପୁରସଦର : ପିଲାଦିନେ ନଦୀ ପାରହେଇ ସ୍କୁଲ ଯାଉଥିଲେ। ଏବେ ପ୍ରଶାସନିକ ଅଧିକାରୀ। ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସୀମାନ୍ତ ଏକ ଗାଁରେ ଉଚ୍ଚଶିକ୍ଷା ପାଇଁ ପ୍ରତିବନ୍ଧକ କାରଣରୁ ଏହି ଛାତ୍ରୀ ଜଣକ ନଦୀନାଳ ପାର ହେଇ ପାଠ ପଢ଼ିବାକୁ ଯାଜପୁର ଓ ପରେ ଭୁବନେଶ୍ବରକୁ ଆସିଥିଲେ। ମନରେ ସଂକଳ୍ପ ଥିଲା ପ୍ରଶାସନିକ ଅଧିକାରୀ ହେଇ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ଉଚ୍ଚଶିକ୍ଷା ପହଞ୍ଚାଇବା ପାଇଁ କାମ କରିବେ। ଏବେ ତାଙ୍କ ସ୍ୱପ୍ନ ସଫଳ ହେଇଛି। ୨୦୧୯ ଓଡ଼ିଶା […]

ଦେଶ ବିଦେଶ ମନୋରଞ୍ଜନ

ବୁଧବାର ଦିନ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ: ଆଗାମୀ ବୁଧବାର ଅପରାହ୍ଣ ୨.୪୫ରେ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେଣୁ, ବୁଧବାର ସୁଦ୍ଧା ଜବାବ ଦାଖଲ କରିବାକୁ ମଧ୍ୟ ବିଚାରପତି ଭି.ଭି. ପାଟିଲ୍‌ ‘ଏନ୍‌ସିବି’କୁ ନିର୍ଦେଶ ଦେଇଛନ୍ତି। ଆଜି ‘ଏନ୍‌ଡିପିଏସ୍‌’ ଅଦାଲତରେ ଆର୍‌ୟନ୍‌ଙ୍କ ଓକିଲ ନୂଆ ଜାମିନ ଆବେଦନ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ଜାମିନ ଆବେଦନର ଉତ୍ତର ଦାଖଲ କରିବାକୁ ନୋଟିସ୍‌ ଦିଆଯିବା ପରେ ‘ଏନ୍‌ସିବି’ର କାଉନ୍‌ସେଲ୍‌ କହିଲେ ଯେ, ଗୁଡ଼ାଏ […]

ଖେଳ ଦେଶ ବିଦେଶ

କୋହଲିଙ୍କ ପାଇଁ କଠିନ ପରୀକ୍ଷା‌: ଏଲିମିନେଟର୍‌ରେ ଆଜି କେକେଆର୍‌-ଆର୍‌ସିବି ସ୍ବପ୍ନ ସାକାର କରିବାର ଶେଷ ସୁଯୋଗ ହୋଇପାରେ

ସାରଜା: ଆଇପିଏଲ୍ ପ୍ଲେ ଅଫ୍ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଭେଟିବ। ଏହି ମ୍ୟାଚ୍‌ରେ କୋହଲିଙ୍କ ରଣନୀତି ଦକ୍ଷତା ଏବଂ ଇଅନ ମୋର୍ଗାନଙ୍କ ବରଫ ଭଳି ଥଣ୍ଡା ମିଜାଜର ମହାପରୀକ୍ଷା ହେବ। ଦଳଗତ ଭାବେ ଆର୍‌ସିବି ପାଇଁ ଏହି ମ୍ୟାଚ୍‌ର ଢେର ମହତ୍ବ ରହିବ। କାରଣ ଆସନ୍ତାକାଲି ପରାଜିତ ହେଲେ ସ୍ବପ୍ନର ଟ୍ରଫି ତୋଳି ଧରିବାର ଆଉ ଏକ ସୁଯୋଗ ଏହି ଦଳ ହାତଛଡ଼ା କରିବ। […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ଧର୍ମ କାର୍ଯ୍ୟରେ ଲାଗି ରହିବ। କୌଣସି କାମରେ ଲୋକଙ୍କର ସହଯୋଗ ପାଇବେ। । ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବୃଷ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଟଙ୍କା ପଇସା ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ମିଥୁନ: ଆପଣଙ୍କୁ ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ପ୍ରିୟଜନଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ। ଦାମ୍ପତ୍ୟ ଜୀବନରେ ସୁଖୀ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଆଜି ଦେବୀ ପୀଠରେ ସପ୍ତମୀ ପୂଜା, ଚଳଚଞ୍ଚଳ ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠ

ଜଗତସିଂହପୁର ୧୧।୧୦: ଆଜି ବିଭିନ୍ନ ଦେବୀ ପୀଠରେ ପାଳିତ ହେଉଛି ସପ୍ତମୀ ପୂଜା । ଏହାକୁ ନେଇ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ, ଦୀର୍ଘ ୧୪ ଦିନ ବ୍ୟାପି ମାଙ୍କ ପୀଠରେ ଅନୁଷ୍ଠିତ ହେବ । ତେବେ ଏହି ଅବସରରେ ମା ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ […]

ଦେଶ ବିଦେଶ ମନୋରଞ୍ଜନ

ଜନ୍ମଦିନରେ ବଡ଼ ନିଷ୍ପତ୍ତି ନେଲେ ଅମିତାଭ, ସମାଲୋଚନା ମଧ୍ୟରେ ‘କମଲା ପସନ୍ଦ’ ସହ ଶେଷ କଲେ ଚୁକ୍ତି

ନୂଆଦିଲ୍ଲୀ ୧୧/୧୦: ମେଗାଷ୍ଟାର ଅମିତାଭ ବଚ୍ଚନ ଆଜି ତାଙ୍କର ୭୯ ତମ ଜନ୍ମଦିନ ପାଳନ କରୁଛନ୍ତ। ଏହି ଅବସରରେ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କର ଲାଟେଷ୍ଟ ବ୍ଲଗ୍ ସେୟାର କରି ଏକ ବଡ ନିଷ୍ପତ୍ତି ବିଷୟରେ କହିଛନ୍ତି। ସମସ୍ତ ସମାଲୋଚନା ମଧ୍ୟରେ ଅମିତାଭ ବଚ୍ଚନ ‘କମଲା ପସନ୍ଦ’ ସହିତ ଚୁକ୍ତି ଶେଷ କରି ଦେଇଛନ୍ତି। ‘କମଲା ପସନ୍ଦ’ ଗୁଟଖାର ବିଜ୍ଞାପନରୁ ବାହାରି ଯାଇଛନ୍ତି ବୋଲି ସେ ତାଙ୍କ ବ୍ଲଗରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, […]