ଖେଳ ଦେଶ ବିଦେଶ

ଭାରତକୁ ଅଷ୍ଟମ SAFF କପ୍: ନେପାଳକୁ ୩-୦ରେ ହରାଇଲା

ନୂଆଦିଲ୍ଲୀ: ଭାରତ ଜିତି ନେଇଛି ଅଷ୍ଟମ ସାଫ୍ କପ୍ । ନେପାଳକୁ ୩-୦ରେ ପରାସ୍ତ କରିବା ସହିତ ଭାରତ ଅଷ୍ଟମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଜିତିବାରେ ସଫଳ ହୋଇଛି । ମଲଡିଭସର ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଭାରତ ପକ୍ଷରୁ ଅଧିନାୟକ ସୁନୀଲ ଛେତ୍ରୀ, ସୁରେଶ ସିଂ ଓ ସହଲ ଅବଦୁଲ ସମଦ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ନେପାଳ ବିପକ୍ଷ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । ପ୍ରଥମାର୍ଦ୍ଧରୁ ଉଭୟ ଦଳ ରକ୍ଷଣାତ୍ମକ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ବୃଷ: ଦୁର୍ଗାମାତାଙ୍କ ଦର୍ଶନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ‌ପାରିବାରିକ ଜୀବନ ଶାନ୍ତିମୟ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ଆହ୍ବାନର ସମ୍ମୁଖୀନ ହେବେ। ମିଥୁନ: ନିଜ କାମରେ ବ୍ୟସ୍ତ ରହିପାରନ୍ତି। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରରେ ଅଭାବ ଅନଟନ ଦେଖାଦେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। କର୍କଟ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରେ ପୁଣି ୩ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବା ବେଳେ ଭୁବନେଶ୍ୱର ଓ କଟକରେ ସାମାନ୍ୟ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । […]

ସ୍ୱାସ୍ଥ୍ୟ

ବାସୀ ରୁଟିରେ ରହିଛି ଶରୀର ପାଇଁ ଚମତ୍କାରୀ ଫାଇଦା, ଆଦୌ ଫୋପାଡ଼ନ୍ତୁ ନାହିଁ

ଓଡ଼ିଶା ଭାସ୍କର ବ୍ୟୁରୋ : ରାତିରେ ବଞ୍ଚି ଯାଇଥିବା ଖାଦ୍ୟକୁ ଫୋପାଡ଼ି ଦେବା ଭଳି ଖରାପ ଅଭ୍ୟାସ ଅନେକ ଲୋକଙ୍କର ରହିଛି । ଖାଦ୍ୟ ଖରାପ ନ ହୋଇ ମଧ୍ୟ ସେସବୁକୁ ଡଷ୍ଟବିନ୍ ରେ ଫୋପାଡ଼ି ଦିଅନ୍ତି । ଖାଦ୍ୟ ଓ କୃଷି ସଂଗଠନ(ଏଫଏଓ) ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଭାରତରେ ପ୍ରତି ବର୍ଷ ୪୦ ପ୍ରତିଶତ ଖାଦ୍ୟ ବର୍ବାଦ୍ କରାଯାଇଥାଏ । ତେଣୁ ଖାଦ୍ୟ ସୁରକ୍ଷା ପ୍ରତି ଲୋକଙ୍କୁ ଜାଗ୍ରତ ହେବା ପାଇଁ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ପିଲାଙ୍କ କ୍ଷେତ୍ରରେ ଏହି ପରିବର୍ତ୍ତନ ଦେଖିଲେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ପିଲାମାନେ କ’ଣ କରୁଛନ୍ତି ଏହାକୁ ନେଇ ବାପା-ମା’ମାନେ ସର୍ବଦା ଚିନ୍ତା କରି ଥାଆନ୍ତି। ପିଲା ଯେପରି ଖରାପ ରାସ୍ତାରେ ନଯାଉ ସେଥିପ୍ରତି ଦୃଷ୍ଟି ଦେଇଥାଆନ୍ତି। ଧୀରେ ଧୀରେ ବୟସ ବଢ଼ିବା ସହିତ ପିଲାମାନେ ଠିକ ଭୁଲର ମଧ୍ୟରେ ପାର୍ଥକ୍ୟ ଜାଣି ନପାରି ଭୁଲ କରି ବସନ୍ତି। ଯାହା ଦ୍ବାରା ପିଲାଙ୍କ ସମେତ ତାଙ୍କ ବାପା-ମା’ଙ୍କୁ ବି ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ନିକଟରେ ଏକ୍ସପର୍ଟସ୍ କହିଛନ୍ତି, କିଛି ଲକ୍ଷଣକୁ ନଜର ରଖି ପିଲାଙ୍କ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶକୁ କାବୁ କଲା କମିସନରେଟ ପୁଲିସ

କଟକ: କଟକରେ ଆଜି ସକାଳେ ଏକ ଏନକାଉଣ୍ଟର ହୋଇଥିବାର ଖବର ମିଳିଛି। ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କନ୍ଦରପୁର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି କମିସନରେଟ ପୁଲିସ। ରାକେଶ ଠୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି। ଆହତ ଅବସ୍ଥାରେ ରାକେଶକୁ ଏସସିବିରେ ଭର୍ତ୍ତି କରାଯାଇଛି। ରାକେଶକୁ ଧରିବା ସମୟରେ ସେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲା। ରାକେଶର ଘର ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ଗାଁରେ […]

ଦେଶ ବିଦେଶ ମନୋରଞ୍ଜନ

କନ୍ନଡ ଅଭିନେତା ଜି.କେ ଗୋବିନ୍ଦ ରାଓଙ୍କ ପରଲୋକ, ୪୮ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ ୧୬/୧୦: ଗତ କିଛି ଦିନ ଧରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ କ୍ରମାଗତ ଭାବରେ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ, ଇଣ୍ଡଷ୍ଟ୍ରୀ ପାଇଁ ପୁଣି ଥରେ ଆଉ ଏକ ଖରାପ ଖବର ଆସିଛି। କନ୍ନଡ ଫିଲ୍ମ ଅଭିନେତା ତଥା ନାଟ୍ୟକାର ଜି.କେ ଗୋବିନ୍ଦା ରାଓଙ୍କ ଦେହାନ୍ତ ହୋଇଛି। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ୮୪ ବର୍ଷୀୟ ଅଭିନେତା ହବଲିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜି.କେ ଗୋବିନ୍ଦ ରାଓଙ୍କ ପରିବାର ସୂତ୍ରରୁ ଏହି ସୂଚନା […]

ଖେଳ ଦେଶ ବିଦେଶ

ଧୋନୀ ରଚିଲେ ଆଉ ଏକ ଇତିହାସ : ଟି-୨୦ରେ ଅଧିନାୟକ ଭାବରେ ୩୦୦ ମ୍ୟାଚ୍ ଖେଳିବାର ପ୍ରଥମ ଖେଳାଳୀ…

ନୂଆଦିଲ୍ଲୀ ୧୬।୧୦ : ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀ ନିଜ କ୍ୟାରିୟରରେ ଆଉ ଏକ ଇତିହାସ ରଚିଛନ୍ତି । ପ୍ରଥମ ଅଧିନାୟକ ଭାବରେ ୩୦୦ ତମ ଟି-୨୦ ମୁକାବିଲା ଖେଳିବାର କୃତିତ୍ୱ ହାସଲ କରିଛନ୍ତି ଏମ୍‌ ଏସ୍‌ ଧୋନୀ । ପ୍ରଥମ ଭାରତୀୟ ଅଧିନାୟକ ଭାବରେ ଟି-୨୦ ବିଶ୍ୱକପ ଜିତିଥିବା ଧୋନୀ ଆଇପିଏଲ ଫାଇନାଲରେ ଅଧିନାୟକ ଭାବରେ ନିଜର ୩୦୦ତମ ମ୍ୟାଚ ଖେଳିଛନ୍ତି । ୩୦୦ ମ୍ୟାଚରେ […]

ଖେଳ ଦେଶ ବିଦେଶ

ବିଜୟ ପରେ ପତ୍ନୀ-ଝିଅଙ୍କୁ ଆଲିଙ୍ଗନ କଲେ, ରୈନା ପରିବାର ସହ ଉଠାଇଲେ ଫଟୋ: ଏମିତି ସେଲିବ୍ରେସନ କଲେ ମାହି

ନୂଆଦିଲ୍ଲୀ ୧୬/୧୦: ଆଇପିଏଲ୍ ୨୦୨୧ର ଟାଇଟଲ୍ ହାତେଇଛି ଚେନ୍ନାଇ ସୁପର କିଙ୍ଗ୍ସ । ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ପୁଣି ଥରେ ଇତିହାସ ରଚିଛି ଦଳ । ମହେନ୍ଦ୍ର ସିଂ ଧୋନିଙ୍କ ଅନେକ ନିଷ୍ପତ୍ତି ମ୍ୟାଚର ପୁରା ମୋଡ ବଦଳାଇ ଦେଇଥିଲା । ତେବେ ଆଇପିଏଲରେ ଟାଇଟଲ ଜିତିବା ପରେ ସବୁଠି ଦେଖିବାକୁ ମିଳିଥିଲା ବିଜୟର ଉତ୍ସବ । ଖାସ୍ କରି ଏମଏସ ଧୋନି ତାଙ୍କ ପରିବାର ସହିତ ବିଜୟ ଉତ୍ସବ ପାଳନ କରିଥିଲେ । ମ୍ୟାଚ୍ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବିଶ୍ୱ ଖାଦ୍ୟ ଦିବସରେ ବଢିଲା ଚିନ୍ତା : ଦେଶରେ ପ୍ରତିବର୍ଷ ନଷ୍ଟ ହେଉଛି ୪୦ ପ୍ରତିଶତ, ପ୍ରତିଦିନ ଭୋକରେ ଶୋଉଛନ୍ତି ୨୦ କୋଟି

ନୂଆଦିଲ୍ଲୀ, ୧୬/୧୦: ଆଜି ଅକ୍ଟୋବର ୧୬, ଅର୍ଥାତ୍ ବିଶ୍ୱ ଖାଦ୍ୟ ଦିବସ । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ୧୧୬ ଦେଶ ତାଲିକାରେ ଭାରତ ୯୧ ସ୍ଥାନରୁ ୧୦୧ତମ ସ୍ଥାନକୁ ଖସି ଆସିଛି । ଜାତିସଂଘର ଖାଦ୍ୟ ଏବଂ କୃଷି ସଙ୍ଗଠନ (ଏଫ୍‌ଏଓ)ର ରିପୋର୍ଟ ଅନୁଯାୟୀ, ବିଶ୍ୱରେ ପ୍ରତିଦିନ ୬୯ କୋଟିରୁ ଅଧିକ ଲୋକେ ପ୍ରତିଦିନ ଭୋକରେ ଶୋଇଥାଆନ୍ତି । ଭାରତରେ ଖାଦ୍ୟ ଅଭାବ ହେତୁ ଏଠାରେ ପ୍ରତିଦିନ ଭୋକିଲା ଶୋଉଥିବା ଲୋକଙ୍କ ସଂଖ୍ୟା ୨୦୦ ମିଳିୟନରୁ ଅଧିକ […]