ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ: ଡ୍ରୋନ୍ ଉଡ଼ିବା ଉପରେ କଟକଣା
ଭୁବନେଶ୍ବର: ଆସନ୍ତା ୩ତାରିଖରେ (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ୩ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନବନ୍ଦରରୁ ବାୟୁ େସନା ବିମାନରେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚି ଆଇଆଇଏମ୍ କ୍ୟାମ୍ପସକୁ ଯିବେ। ସେଠାରେ ଆଇଆଇଏମ୍, ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ, ଅନ୍ୟ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ସ୍ଥାନୀୟ ‘ରେମେଡ୍’ ପଡ଼ିଆଠାରେ ଏକ ସାଧାରଣ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ […]









