ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତା: ପ୍ରିକ୍ବାର୍ଟରରେ ନରେନ୍ଦର
ନୂଆଦିଲ୍ଲୀ: ବେଲ୍ଜିୟମ୍ର ବେଲ୍ଗ୍ରେଡ୍ରେ ଚାଲିଥିବା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିଛନ୍ତି ଭାରତୀୟ ଯୋଦ୍ଧା ନରେନ୍ଦର ବେର୍ୱାଲ। ୯୨ କେଜି ବର୍ଗରେ ନରେନ୍ଦର ଗୁରୁବାର ଦ୍ବିତୀୟ ରାଉଣ୍ଡ୍ ଲଢ଼େଇରେ ସିଏରା ଲିଓନେର ମହମ୍ମଦ କେଣ୍ଡେଙ୍କୁ ପରାସ୍ତ କରିଦେଇଛନ୍ତି। ଲଢ଼େଇ ଏତେ ଜୋର୍ଦାର ହୋଇଥିଲା ଯେ ନରେନ୍ଦରଙ୍କ ମାଡ଼ରେ କେଣ୍ଡୋ ଘାଇଲା ହୋଇଥିଲେ। ଫଳରେ ପଦାର୍ପଣ କରିଥିବା ନରେନ୍ଦରଙ୍କ ସପକ୍ଷରେ ବାଉଟ୍ ବନ୍ଦ କରିଦିଆଯାଇଥିଲା। ଏହା ପୂର୍ବରୁ ବୁଧବାର ନିଜ ପ୍ରତିଦ୍ବନ୍ଦ୍ବୀ ଆର୍ମେନିଆର କାରେନ […]