ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦ୍ମବେଶ ହେବେ ଠାକୁରେ: ସୋଲରେ ବେଶ ପ୍ରସ୍ତୁତ କରୁଛନ୍ତି ୫ ଶିଳ୍ପୀ

ପୁରୀ: ପଦ୍ମ ବେଶରେ ଦର୍ଶନ ଦେବେ ଭାବ ବିନୋଦିଆ। ପଦ୍ମରେ ଝଟକିବ ଶ୍ରୀମୁଖ। ରତ୍ନ ସିଂହାସନରେ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ। ବେଶର ମହତ୍ତ୍ବ ହେଉଛି, ସମ୍ପୂର୍ଣ୍ଣ ବେଶ କାର୍ଯ୍ୟ ପାଣି ସୋଲରେ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ପଦ୍ମ ଫୁଲଠୁ ନେଇ ପଦ୍ମ ପାଖୁଡ଼ା, ପଦ୍ମ କେଶର, ଆମ୍ବକଷି, ଡାଳି, ୭ଟି ଗଛ, ୭ଟି ସିଂହାସନ, ୩ଟି ଶ୍ରୀମୁଖ ପଦ୍ମ ସବୁକିଛି ସୋଲ ଓ ଜରିରେ ପ୍ରସ୍ତୁତ ହେଉଛି। ଏହାବ୍ୟତୀତ ୩ଟି […]

ରାଜ୍ୟ

ବର୍ଦ୍ଧିତ ଦର ପାଇଁ ଅଙ୍ଗନବାଡ଼ିର ବିଚିତ୍ର ନୀତି: ଫୋନ୍‌ ପେ’ରେ ଅଣ୍ଡା ଖାଇବେ ଶିଶୁ

ଝାରସୁଗୁଡ଼ା: ୫ ବର୍ଷ ତଳେ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦର ତୁଳନାରେ ଅଣ୍ଡା ଦର ପ୍ରାୟ ଦୁଇଗୁଣା ହୋଇସାରିଲାଣି। କିନ୍ତୁ ଅଙ୍ଗନବାଡ଼ିରୁ ଶିଶୁ, ଛାତ୍ରଛାତ୍ରୀ, କିଶୋରୀ ଓ ପ୍ରସୂତିଙ୍କୁ ମିଳୁଥିବା ଅଣ୍ଡା ଦରରେ ପରିବର୍ତ୍ତନ ହେଉନି। ଫଳସ୍ବରୂପ ଅଙ୍ଗନବାଡ଼ିରେ ପୋଷଣ ପାଇଁ ନିର୍ଦ୍ଧାରିତ ଅଣ୍ଡା ମିଳିପାରୁନାହିଁ। ଯାହାକୁ ନେଇ ଅନେକ ସମୟରେ ଅପ୍ରୀତିକର ସ୍ଥିତି ବି ଉପୁଜୁଛି। ଏଥିରୁ ମୁକୁଳିବା ପାଇଁ ଝାରସୁଗୁଡ଼ାର କିଛି ଅଙ୍ଗନବାଡ଼ି କେନ୍ଦ୍ର ଏବେ ଅଭିନବ ଉପାୟ ଆରମ୍ଭ କରିଛନ୍ତି। ପିଲାଙ୍କ ହାତରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିର୍ବାଚନ ଲଢିବେନି ସୁନୀତା ବିଶ୍ବାଳ

ଭୁବନେଶ୍ବର: ଆଉ ନିର୍ବାଚନ ଲଢିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ। ୨୦୧୯ ମସିହା ନିର୍ବାଚନରେ ସେ ସୁନ୍ଦରଗଡ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସେବେ ପ୍ରାୟ ୨ ଲକ୍ଷ ୭୭ ହଜାର ଭୋଟ ପାଇଥିଲେ। ହେଲେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଦଳକୁ ଯାଉଥିବା ଚର୍ଚ୍ଚାକୁ ଶ୍ରୀମତୀ ବିଶ୍ବାଳ ଖଣ୍ଡନ କରିଛନ୍ତି। ବିଜେଡି ଯେଉଁ ଦାୟିତ୍ବ ଦେବ ତାହାକୁ ସେ ସୂଚାରୁ ରୂପେ ନିର୍ବାହ କରିବ ବୋଲି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେପିକୁ ବାହୁଡ଼ିଲେ ରବୀନ୍ଦ୍ର ପଟ୍ଟଯୋଷୀ: ଧର୍ମଗଡ଼ ରାଜନୀତି କଡ଼ ଲେଉଟାଇଲା‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ ଉପସଭାପତି ରବୀନ୍ଦ୍ର ପଟ୍ଟଯୋଷୀ ହାତ ଛାଡ଼ି ପୁଣି ବିଜେପିକୁ ବାହୁଡିବା ପରେ ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଶ୍ରୀ ପଟ୍ଟଯୋଷୀ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଦଳର ସାମିଲ୍‌ ହୋଇଛନ୍ତି। ରବୀନ୍ଦ୍ରଙ୍କ ବିଜେପିରେ ଯୋଗଦାନ ପରେ ଉଭୟ ବିଜେଡି ଓ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶ୍ରୀ ପଟ୍ଟଯୋଷୀ ୧୯୯୨ରୁ ୧୯୯୫ ମସିହା, ୧୯୯୭ରୁ ୨୦୦୨ ମସିହା ଏବଂ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଲଗାତାର ୩ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୬ ଉପ-ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲିସିସ୍ କେନ୍ଦ୍ର ଲୋକାର୍ପିତ: ମାଗଣା ଡାଏଲିସିସ୍‌ ପାଇଁ ବର୍ଷକୁ ୫୦ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୧୬ଟି ଉପ-ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲିସିସ୍ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ରାଜ୍ୟରେ ୫-ଟି ଉପକ୍ରମରେ ଉପ-ଜିଲ୍ଲାସ୍ତରରେ ସମୁଦାୟ ୩୨ଟି ଡାଏଲେସିସ୍ କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏସବୁ ଡାଏଲିସିସ୍ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଏଣିକି କିଡ୍‌ନି ଆକ୍ରାନ୍ତମାନେ ଘର ପାଖରେ ବିନା ମୂଲ୍ୟରେ ଡାଏଲେସିସ୍ ସେବା ପାଇ ପାରିବେ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ମାଗଣା ଡାଏଲିସିସ୍ ସେବା ‘ସହାୟ’ […]

କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ବାଦନ ଓ ଗାୟନ ଅଭ୍ୟାସ ମସ୍ତିଷ୍କ ପାଇଁ ଉପକାରୀ

କୌଣସି ବାଦ୍ୟଯନ୍ତ୍ର ବଜାଇବା କିମ୍ବା ଗୀତ ଗାଇବା ଆମ ମସ୍ତିଷ୍କକୁ ବହୁଦିନ ଯାଏ ସୁସ୍ଥ ରଖିଥାଏ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ବିଶେଷ କରି ୪୦ ବର୍ଷ ବୟସ ଟପିଲା ପରେ ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ସଂଗୀତ ବହୁତ ଉପକାରୀ ବୋଲି ୟୁନାଇଟେଡ କିଙ୍ଗଡମ୍‌ର ଏକ୍ସେଟର ବିଶ୍ବବିଦ୍ୟାଳୟର ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଏକ ଦଶନ୍ଧି ଧରି ବିଭିନ୍ନ ବୟସର ୨୫,୦୦୦ ଲୋକଙ୍କୁ ଏକ ଅନୁଧ୍ୟାନରେ ସାମିଲ କରି ସେମାନେ ଏପରି ନିର୍ଯାସ ପାଇ ପାରିଛନ୍ତି। ବାଦ୍ୟଯନ୍ତ୍ର […]

ରାଜ୍ୟ

ଶାବର ଶ୍ରୀକ୍ଷେତ୍ରରୁ ଗଲା କଳାଜିରା: ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ଭୋଗ

କୋରାପୁଟ: ଜୈବିକ ପଦ୍ଧତିରେ ଉତ୍ପାଦିତ କୋରାପୁଟ ଜିଲ୍ଲାର କଳାଜିରା ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗ। ଏଥିପାଇଁ ଆଜି ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାଇଛି ଚାଉଳ। ୧୨ଜଣିଆ ଆଦିବାସୀ ମହିଳା ଦଳ ଶାବର ଶ୍ରୀକ୍ଷେତ୍ର କୋରାପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ ଚାଉଳ ଅର୍ପଣ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଗତି ଓ ଜୈବିକଶ୍ରୀ କମ୍ପାନି ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଶାବରମତି, ଡ. ରଞ୍ଜିତା ପୁଷ୍କର, […]

ରାଜ୍ୟ

ସମ୍ବଲପୁର ଲୋକସଭା ରାଜନୀତି: ବବିଙ୍କ ଗସ୍ତ ସୂଚୀ ପରେ ବଢ଼ିଲା ତାତି

ସମ୍ବଲପୁର: ଲୋକସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି। ସମ୍ବଲପୁର ଲୋକସଭା କ୍ଷେତ୍ରରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ତାହା ସ୍ପଷ୍ଟ ହୋଇନାହିଁ। ତଥାପି, ଏଥର ହେଭିୱେଟ୍‌ ଲଢ଼େଇ ହେବାନେଇ ଅଙ୍କକଷା ଆରମ୍ଭ ହୋଇଛି। ଗୋଟିଏପଟେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବାନେଇ ସମ୍ଭାବନା ଅଧିକ ରହିଥିବା ବେଳେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ‌ଏଠାରୁ ଲଢ଼ିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣିଷ ବବି ଦାସ ଆଗାମୀ ଦିନରେ ସମ୍ବଲପୁର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିନକ ପରେ ଇତିହାସ

ଓଡିଆ ଭାଷା ଓ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ।ଏତଦ୍‌ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାରପ୍ରାପ୍ତ, ରାଜ୍ୟ ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯିବ।ଏହି ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ନୂଆ କାମରେ ଭାଗ୍ୟର ପୂରା ସହଯୋଗ ପାଇବେ। ଲେଖକ କୌଣସି ନୂଆ ପୁସ୍ତକ ଲେଖି ପାରନ୍ତି। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ‌ ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଆୟ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ। ବନ୍ଧୁମାନଙ୍କ ଗହଣରେ ସନ୍ଧ୍ୟା କଟିବ। ମିଥୁନ: ବ୍ୟବସାୟରେ ଅଭିଜ୍ଞ ବ୍ୟକ୍ତିଙ୍କ ମତ କାମର ନିୟମ ଶିଖାଇବ। ଶିକ୍ଷକ କୌଣସି ଜରୁରୀ ଆଲୋଚନାରେ ଯୋଗ ଦେବେ। ଜୀବନସାଥୀ ସହ ଭଲ ତାଳମେଳ […]