କିଶନନଗରରେ ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର: ୩ ଏଲ୍ଆଇ ଓ ୫ ଆଟେଣ୍ଡାଣ୍ଟ ପଦ ଖାଲି
କିଶନନଗର: ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର ଦେଖିବାକୁ ମିଳିଛି କିଶନନଗର ଅଞ୍ଚଳରେ। କିଶନନଗର ପ୍ରାଣୀ ଚିକିତ୍ସାଳୟ ଉପରେ ୧୦ଟି ପଞ୍ଚାୟତର ୨୦ହଜାରରୁ ଅଧିକ ଗୋରୁଗାଈ ଓ ଛେଳିମେଣ୍ଢାଙ୍କ ଚିକିତ୍ସା ଦାୟିତ୍ୱ ରହିଛି। ଏଥିପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ପ୍ରହରାଜପୁର, ତେଲଦିଆ, ଦଣ୍ଡୁଆସିପଡ଼ା ଓ କୋଶିଦାରେ ୪ଟି ଏଲ୍ଆଇ କେନ୍ଦ୍ର ଖୋଲା ଯାଇଛି। ଉକ୍ତ ୪ଟି କେନ୍ଦ୍ର ପ୍ରାଣୀ ଚିକିତ୍ସା ପାଇଁ ଯଥେଷ୍ଟ ନ ଥିବାରୁ ଅରିଲୋ ଓ ବମ୍ବୁରୀରେ ଆଉ ଦୁଇଟି ଏଲ୍ଆଇ କେନ୍ଦ୍ର ଖୋଲାଯିବାର […]