ଦେଶ ବିଦେଶ ସ୍ୱାସ୍ଥ୍ୟ

ଏପର୍ଯ୍ୟନ୍ତ ଭାରତରେ ଦକ୍ଷିଣ ଆଫ୍ରିକୀୟ କୋଭିଡ୍‌ ଭେରିଆଣ୍ଟ୍‌ ମାମଲା ନାହିଁ: ରିପୋର୍ଟ

ନୂଆଦିଲ୍ଲୀ: ବହୁ ସଂଖ୍ୟାରେ ଗୁଣସୂତ୍ର ପରିବର୍ତ୍ତନ କରିଥିବା ନୂତନ ଦକ୍ଷିଣ ଆଫ୍ରିକୀୟ କ‌ୋଭିଡ୍‌-୧୯ ଭେରିଆଣ୍ଟ୍‌ ସଂକ୍ରମଣ ମାମଲା ଏପର୍ଯ୍ୟନ୍ତ ଭାରତରେ ରିପୋର୍ଟ ହୋଇ ନ ଥିବା କଥା ସରକାରୀ ସୂତ୍ରକୁ ଆଧାର କରି ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାନ କହିଛି। ‘ବି.୧.୧.୫୨୯’ ପରିଚିତ କରୋନାଭାଇରସ୍‌ର ଆଉ ଏକ ‘ଭେରିଆଣ୍ଟ୍‌’ ଚିହ୍ନଟ କରିଥିବା କଥା ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଘୋଷଣା କରିବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ପରାମର୍ଶବଳୀ ଜାରି […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। କିଣାବିକାରେ ଆପଣଙ୍କୁ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ମନୋରଂଜନ ପାଇଁ ଘରେ ଖେଳ ଆୟୋଜନ କରିବେ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ନିର୍ଦ୍ଧାରିତ ସମୟରେ କାମ ପୂରା କରିବେ। ମିଥୁନ: ଛୋଟ କଥାରେ ଧ୍ୟାନ ଦେଲେ ଯାଇ ସଫଳତା ପାଇବେ। ସ୍ବାସ୍ଥ୍ୟ ଲାଭ ପାଇଁ ଯୋଗ କରନ୍ତୁ। ମାତାପିତାଙ୍କ ପରାମର୍ଶ ଫଳପ୍ରଦ ହେବ। କର୍କଟ: ଜରୁରୀ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟ କାମରେ […]

ଦେଶ ବିଦେଶ ମନୋରଞ୍ଜନ

୧୦୮ ଥର ସୂର୍ଯ୍ୟ ନମସ୍କାର କରି ଟ୍ରୋଲ୍ ହେଲେ କରୀନା, ୟୁଜର୍ସ କହିଲେ-‘ମୁସଲିମଙ୍କ ପାଇଁ ଏହା ଅପରାଧ’

ମୁମ୍ବାଇ ୨୬/୧୧: କରୀନା ପ୍ରାୟତଃ ସୋସିଆଲ ମିଡିଆରେ ନିଜର ୱାର୍କଆଉଟ ଭିଡିଓ ଏବଂ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଫିଟନେସ ପାଇଁ ପ୍ରେରିତ କରନ୍ତି। ଏବେ ପୁଣି ଥରେ ଅଭିନେତ୍ରୀ ଏହା କରିଥିବା ଦେଖାଯାଇଛି। ସେ ନିଜ ଇନଷ୍ଟାଗ୍ରାମରେ ୱାର୍କଆଉଟ୍ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ୧୦୮ ଥର ସୂର୍ଯ୍ୟ ନମସ୍କାର କରିବା ବିଷୟରେ କହିଛନ୍ତି। ଫିଟନେସ ପାଇଁ କରୀନାଙ୍କ ଉତ୍ସାହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓରେ କରୀନା ତାଙ୍କ ଘରେ ସୂର୍ଯ୍ୟ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ଆପଣଙ୍କ ଉପରେ ଲୋକଙ୍କ ଭରସା ବଢ଼ିବ। ଆପଣଙ୍କ ବ୍ୟବସାୟ କାୟା ବିସ୍ତାର କରିବ। ବୃଷ: ଅଫିସ କାମରେ ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ଜରୁରୀ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ମିଥୁନ: ଗୃହିଣୀମାନେ ରୋଷେଇ ଘରେ କାମ କରିବା ବେଳେ ସାବଧାନ ରୁହନ୍ତୁ। ଉଚ୍ଚ ପଦବି ପାଇବାର ଇଚ୍ଛା ବଢ଼ିବ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟରେ ନାହାନ୍ତି ଯୋଗ୍ୟ ସଂସ୍କୃତ ଶିକ୍ଷକ, ବିଜ୍ଞାପନ ପରେ ଖାଲି ପଡ଼ୁଛି ଶହ ଶହ ପଦବୀ

ଭୁବନେଶ୍ୱର: ସଂସ୍କୃତ ବିଷୟକୁ ନେଇ ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର । ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ଆଉ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ହାଇସ୍କୁଲରେ ପିଲାମାନେ ତୃତୀୟ ବିଷୟ ଭାବେ ହିନ୍ଦୁ, ସଂସ୍କୃତ ବଦଳରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରଥମେ ଚୟନ କରୁଛନ୍ତି । ତେବେ ବିଭିନ୍ନ କାରଣରୁ ଛାତ୍ରଛାତ୍ରୀମାନେ ସଂସ୍କୃତ ଭାଷାକୁ ତ୍ୟାଗ କରୁଥିବା କୁହାଯାଉଛି । ଜଣାପଡ଼ିଛି ଯେ, ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ଅଗଷ୍ଟ […]

ରାଜ୍ୟ ସ୍ୱାସ୍ଥ୍ୟ

କଟକଣାରେ ଚାଲିବ ବିଧାନସଭା ଶୀତ ଅଧିବେଶନ: ୨୮ରୁ ୩୦ ତାରିଖ ଯାଏଁ ହେବ ବିଧାୟକଙ୍କ କୋଭିଡ୍ ପରୀକ୍ଷା

ଭୁବନେଶ୍ବର: କୋଭିଡ୍ କଟକଣା ଭିତରେ ବିଧାନସଭା ଚାଲିବ ବୋଲି ଜଣାଯାଇଛି । ଆସନ୍ତା ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି ଏହି ଅଧିବେଶନରେ ମଧ୍ୟ କଟକଣା ଜାରି ରହିବ। ଏନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବାଚସ୍ପତିଙ୍କ ସୂଚନା ମୁତାବକ, ବିଧାନସଭାର ସଦସ୍ୟମାନେ ଗୃହରେ ବସିବା ସହିତ ବାଚସ୍ପତି ଗ୍ୟାଲେରି, ପବ୍ଲିକ ଗ୍ୟାଲେରି, […]

ଦେଶ ବିଦେଶ ମନୋରଞ୍ଜନ

ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେନି ସାମନ୍ଥା

ନୂଆଦିଲ୍ଲୀ ୨୫/୧୧: ନଭେମ୍ବର ୨୪ରେ ସାଉଥ୍ ଷ୍ଟାର ନାଗା ଚୈତନ୍ୟ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ଥ୍ୟାଙ୍କ୍‌ୟୁ’ ଏବଂ ‘ବଙ୍ଗାରରାଜୁ’ର ଟିଜର୍ ରିଲିଜ୍ ହୋଇଛି। ଏହି ବିଶେଷ ଅବସରରେ ନାଗା ଚୈତନ୍ୟଙ୍କୁ ପ୍ରଶଂସକଙ୍କ ସମେତ ଅନେକ ସେଲିବ୍ରେଟି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶଂସକ ଆଶା କରିଥିଲେ ଯେ ତାଙ୍କ ପୂର୍ବତନ ପତ୍ନୀ ସାମନ୍ଥା ତାଙ୍କୁ ଶୁଭେଚ୍ଛା ଜଣାଇବେ କିନ୍ତୁ ତାହା ହୋଇ ହୋଇନାହିଁ। ସୂଚନା ଅନୁଯାୟୀ, ସାମନ୍ଥା ନାଗା […]

ରାଜ୍ୟ ସ୍ୱାସ୍ଥ୍ୟ

ଅମୃତ ମହୋତ୍ସବ ଅବସରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ଅଭିଜ୍ଞ ଡାକ୍ତରୀ ଦଳ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ

ରାଇରଙ୍ଗପୁର ୨୪।୧୧: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ’ ମହୋତ୍ସବ ପାଳନ ଅବସରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଗୋରୁମହିଷାଣିରେ ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଓ ଗୋରୁମହିଷାଣି ଲୌହଖଣି ଲିଜଧାରୀ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ଶିବିରକୁ ଓଡିଶା ଶ୍ରମ ଉନ୍ନୟନ କମିଶନର ଉମେଶ ଚନ୍ଦ୍ର ମିଶ୍ର ଉଦଘାଟନ କରିଥିଲେ । ସକାଳ ୯ଟାରୁ ଅପରାହ୍ନ ୪ଘଣ୍ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରରେ […]

ଖେଳ ରାଜ୍ୟ

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ବାରବାଟୀ ରେଡି: ଆସନ୍ତା ଫେବୃଆରୀରେ ଖେଳାଯିବ ଟି-୨୦

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ବାରବାଟୀ ଷ୍ଟାଡିୟମରେ ଦର୍ଶକମାନେ ଫଟାଫଟ କ୍ରିକେଟର ମଜା ଉଠାଇ ପାରିବେ । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ୧୫ ତାରିଖରେ ଦୁଇ ଦେଶ ମଧ୍ୟରେ ଟି-୨୦ ଖେଳାଯିବ ବୋଲି କହିଛନ୍ତି ଓଡ଼ିଶା କ୍ରିକେଟ ଏକାଡେମୀ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା । ଶ୍ରୀ ବେହେରା କହିଛନ୍ତି ଯେ, ଭାରତ-ଇଣ୍ଡିଜ ମ୍ୟାଚ ପାଇଁ […]

କଳା ଓ ସଂସ୍କୃତି ରାଜ୍ୟ

କୋଣାର୍କ ଉତ୍ସବକୁ ଆଉ ୭ ଦିନ, ରଙ୍ଗେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ : ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ କରୋନା କଟକଣାରେ କୋଣାର୍କ ଉତ୍ସବ ଆୟୋଜିତ ହେଉଛି । ଆଉ ୭ଦିନ ପରେ ଆରମ୍ଭ ହେବ କୋଣାର୍କ ଉତ୍ସବ । ଏଥି ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଛି । ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ,ସଂଗୀତ ଓ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ । ମୁକ୍ତାକାଶ ରଙ୍ଗମଞ୍ଚକୁ […]