ରାଜ୍ୟ

ପୁଣି ହସିବ ଶିଳ୍ପ ନଗରୀ: ୧୭ରେ ଓଟିଏମ୍‌ ପରିସରରେ ୱେଲ୍‌ ସ୍ପୁନ୍‌ର ପଡ଼ିବ ଶୁଭ

କଟକ: ପୁଣି ହସିବ ଶିଳ୍ପନଗରୀ ଚୌଦ୍ବାର। ଓଟିଏମ୍‌ ପୁନରୁଦ୍ଧାର ଯୋଜନାରେ ଓଟିଏମ୍‌ ଜମିରେ ଖୋଲାଯିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ୍‌ ପାର୍କ। ଏଥିପାଇଁ ଆସନ୍ତା ୧୭ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଏହାର ଶୁଭ ଦେବେ। ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ହେବ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ସ୍ଥାନକୁ ଆସିବେ ତାହା ଅବଶ୍ୟ ଏଯାଏ ଚୂଡାନ୍ତ ହୋଇନି। ଖୁବ୍‌ଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି ଡିଆଇସି ଜିଏମ୍‌ ତରୁଣକାନ୍ତି […]

ରାଜ୍ୟ

ପଡ଼ିଆ ପଡ଼ିଛି ବ୍ରାହ୍ମଣୀ ପଠା: ଉଜାଡ଼ିଦେଲେ ‘ସବୁଜ କରିଡର୍‌’

ଓଡ଼ାପଡ଼ାରୁ ରାକେଶ ରୋଷନ ମହାନ୍ତିଅନୁଗୁଳ: ବାଇଗଣରୁ ଝୁଡ଼ଙ୍ଗ, କଲରାରୁ କାକୁଡ଼ି। ଟମାଟୋଠାରୁ ନେଇ ଫୁଲ ଓ ବନ୍ଧାକୋବି, ସାରୁ, କଦଳୀ, କଞ୍ଚାଲଙ୍କା ଯାଏଁ, ଏମିତି କେଉଁ ପରିବା ନଥିଲା ଯାହା ବ୍ରାହ୍ମଣୀ ନଦୀପଠାରେ ହେଉ ନଥିଲା। ରାତି ପାହିଲେ ଚାଷୀ ଧାଉଁଥିଲା ନଦୀପଠାକୁ। ସବୁଜିମାରେ ଉଛୁଳି ଉଠୁଥିଲା ବ୍ରାହ୍ମଣୀ ପଠା। ଆଜି ସବୁ ଖାଁ ଖାଁ, ଉଜୁଡ଼ା। ବର୍ଷ କେଇଟାରେ ନଦୀର ଜଳସ୍ତର ତଳକୁ ଖସିଯିବା ଓ ଜଳସେଚନଠାରୁ ଶିଳ୍ପାୟନର ପ୍ରଭାବରେ ନଦୀପଠା ପଡ଼ିଆ ପଡ଼ିବା ଦେଖିଲେ […]

ରାଜ୍ୟ

ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ବସାଇବେ ରାଜ୍ୟ ସରକାର!

  ଜୟପୁର: ୨୦୨୨ ମସିହା ଡିସେମ୍ବର ୨୫ତାରିଖ  ଦିନ ବିବାଦୀୟସ୍ଥିତିରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ସମ୍ମୁଖ ଗେଟ ସମ୍ମୁଖରୁ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ହଟାଇ ଦେଇଥିଲା ପ୍ରଶାସନ। ହଟାଯିବାର ୧୪ମାସ ବିତିସାରିଥିଲେ ହେଁ ଏ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିନି। ଏହାରି ମଧ୍ୟରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଆରମ୍ଭର ବର୍ଷକ ବିତିଲା। ପ୍ରତିମୂର୍ତ୍ତି ଉଠାଇ ନେବା ପରେ ସମ୍ମୁଖ ଗେଟର ଏହି ସ୍ଥାନଟି ଏବେ ଲଣ୍ଡା ଲଣ୍ଡା ଦିଶୁଛି। ଏହାକୁ ନେଇ ମାନବାଧିକାର କର୍ମୀ […]

ରାଜ୍ୟ

ସମ୍ବଲପୁର ଜିଲ୍ଲା ବିଜେପିରେ ବିବାଦ: ଜିଲ୍ଲା ସଭାପତିଙ୍କ ବିରୋଧରେ ଧର୍ମେନ୍ଦ୍ରଙ୍କ ଠାରେ ଫେରାଦ ହେଲେ ଜୟଙ୍କ ସମର୍ଥକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେପିରେ ବିବାଦ ଥମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। କିଛିଦିନ ଆଗରୁ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରବିବାର ରାତିରେ ପୁଣି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମର୍ଥକ ତଥା ପୁରୁଣା ବିଜେପି କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ନିର୍ବାଚନ ଆଉ ମାସ କେଇଟା ଥିବାବେଳେ ବିଜେପିର ଏହି ବିବାଦ […]

ରାଜ୍ୟ

ଭବାନୀପାଟଣା ରାଜନୀତି: ପ୍ରମିଳା ନାଏକଙ୍କ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁଁ ଅନୁପସ୍ଥିତ ରହୁଛନ୍ତି। ଆଗାମୀ ନିର୍ବାଚନରେ ଶ୍ରୀ ନାଏକଙ୍କୁ ନେଇ ଦଳୀୟ ନିଷ୍ପତ୍ତି କ’ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ପରିପ୍ରେକ୍ଷୀରେ ତାଙ୍କ ପତ୍ନୀ ପ୍ରମିଳା ନାଏକଙ୍କ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ନିର୍ବାଚ‌ନରେ ଶ୍ରୀ ନାଏକ ବିଜେପି ପ୍ରାର୍ଥୀ ଭାବେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ଦୁଷ୍ମନ୍ତ ନାଏକଙ୍କୁ ୪ ହଜାର ୬୮୪ […]

ରାଜ୍ୟ

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରୀ ଅମାତ କହିଲେ, ୧୯୪୪ ମସିହାରୁ ଏହି ଦୁଇଟି ପତ୍ରିକା ନିରବଚ୍ଛିନ୍ନ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର କରିଆସୁଛି। ଏହି ସ୍ୱତନ୍ତ୍ର […]

ରାଜ୍ୟ

ଆଜି ପହଞ୍ଚିବେ ରାହୁଲ ଗାନ୍ଧି: ୪.୪ କିମିର ପଦଯାତ୍ରା, ୪ ଜନ ସମାବେଶ

ବୀରମିତ୍ରପୁର ବିଜାବାହାଲ ରାମପାଲ ପଡ଼ିଆରେ ରାତ୍ରିଯାପନ କରିବେ। ବୁଧବାର ସକାଳେ ରାମପାଲରୁ ବାହାରି ରାଉରକେଲା ଉଦିତନଗରରେ ପହଞ୍ଚିବେ। ପୂର୍ବାହ୍ନ ସାଢ଼େ ୯ଟାରେ ସ୍ଥାନୀୟ ଏସ୍‌ପି ଅଫିସ ସମ୍ମୁଖରୁ ପଦଯାତ୍ରା ବାହାରିବ। ପ୍ରାୟ ୩.୪ କିଲୋମିଟର ପଦଯାତ୍ରା ପାନପୋଷ ଛକରେ ପହଞ୍ଚିବାପରେ ପୂର୍ବାହ୍ନ ୧୦ଟାରେ ଜନସମାବେଶରେ ସେ ଯୋଗଦେବେ। ପୁନର୍ବାର ଯାତ୍ରା ଆରମ୍ଭ ହେବାସହ ରାଣୀବନ୍ଧ (ରାଜଗାଙ୍ଗପୁର)ରେ ମଧ୍ୟାହ୍ନଭୋଜନ କରିବେ। ସେଠାରେ ଜନ ସମାବେଶକୁ ଉଦ୍‌ବୋଧନ, କୁତ୍ରା ଓ ବଡ଼ଗାଁରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଯାତ୍ରା ଅପରାହ୍ନ ସାଢ଼େ […]

ରାଜ୍ୟ

ଶୁଣିଲାଣି ପ୍ରଶାସନ: ନଦୀରେ ପୋଲ ନିର୍ମାଣ କଲେ ଓଡ଼ିଶା ଓ ଝାଡଖଣ୍ଡର ଲୋକେ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଶୁଣିଲାଣି ପ୍ରଶାସନ। ପୋଲ ନିର୍ମାଣ କଲେ ଗ୍ରାମବାସୀ। ଏପରି ଏକ ଭଲ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକରୁ। ତିରିଂ ଅନ୍ତର୍ଗତ ବଡନାରାଣୀ ଗ୍ରାମର ସୁର୍ମିଧୁର୍ମି ୱେଲଫେୟାର କମିଟିର ସଦସ୍ୟମାନଙ୍କ ପ୍ରଚେଷ୍ଠାରେ ଖଡ଼ଖାଇ ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ସୁର୍ମିଧୁର୍ମି ୱେଲ୍ ଫେୟାର କମିଟିର ସଭାପତି ଗୋପାଲ ଚନ୍ଦ୍ର ବେଶ୍ରାଙ୍କ ଦ୍ବାରା ଆଜି ଉକ୍ତ ପୋଲର ଉଦଘାଟନ ହୋଇଯାଇଛି। ଉକ୍ତ ପୋଲଟିର ନିର୍ମାଣ ପାଇଁ ବଡନାରାଣୀ ଗ୍ରାମ ପଞ୍ଚାୟତ ଏବଂ […]

ରାଜ୍ୟ

ଭାଷା ସହ ଯୋଡ଼ି ହେଉଛନ୍ତି ନୂଆପିଢ଼ି

ଭାଷା ହେଉଛି ଗୋଟିଏ ଜାତିର ପରିଚୟ। ଭାଷା ଅତୀତର ଅସ୍ତିତ୍ୱ, ଭାଷା ହିଁ ଭବିଷ୍ୟତ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣାକୁ ପ୍ରାଧାନ୍ୟ ଦେଇ ଆରମ୍ଭ ହୋଇଛି ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ତିନି ଦିନଆ ଏହି ସମ୍ମିଳନୀକୁ ପ୍ରତିଟି ଓଡ଼ିଆଙ୍କ ପାଇଁ ସମର୍ପିତ କରାଯାଇଛି। ଓଡ଼ିଆପଣ ଓ ଓଡ଼ିଆ ଭାବାବେଗ ସହ ଯୋଡ଼ି ହୋଇଛି ଏହି ସମ୍ମିଳନୀ। ଉଦ୍‌ଘାଟନୀ ପର୍ବରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଧାନଚାଷକୁ ଚାଷୀଙ୍କ ନା: ବର୍ଷା ଅଭାବ, ଜଳସେଚନର ଅସୁବିଧାରୁ ଅଣଧାନ ପ୍ରତି କରୁଛନ୍ତି ଆଗ୍ରହ

ରାୟଗଡ଼ା: ଜିଲ୍ଲାରେ ଚଳିତ ବର୍ଷ ଧାନ ଚାଷକୁ ପ୍ରାଧାନ୍ୟ ନଦେଇ କପା ଓ ମିଲେଟ ଚାଷକୁ ଅଧିକ ପ୍ରାଧାନ୍ୟ ଦେଉଛି ଚାଷୀ। ବର୍ଷା ଅଭାବ ସହ ଜଳସେଚନର ସୁବିଧା ନଥିବାରୁ ଏବଂ ଅଧିକ ଲାଭ ପାଇଁ ଚାଷୀ ଏବେ ଧାନ ଚାଷ ଛାଡ଼ି କପା ଓ ମିଲେଟ ଚାଷ ପ୍ରତି ମନ ବଳାଇଛନ୍ତି। ଜଳସେଚନ ସୁବିଧା ନଥିବାରୁ ଛାଷ କାର୍ଯ୍ୟ ହୋଇପାରୁନି।କିନ୍ତୁ ଜମିକୁ ପାଣି ଯୋଗାଣ ନିମନ୍ତେ କାର୍ଯ୍ୟକାରି ହେଉଛି ଉଠା ଜଳସେଚନ ପ୍ରକଳ୍ପ।ଲକ୍ଷାଧିକ ଟଙ୍କା ବ୍ୟୟରେ […]