କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ଆଜି ମହାପ୍ରଭୁଙ୍କ ପଇତାଲାଗି, ଅପରାହ୍ଣ ୪ଟାରୁ ବନ୍ଦ ରହିବ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥିରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉ ନୂଆ ପଇତା ପରିଧାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରୁ ଏହି ନୀତିକାନ୍ତି ଆରମ୍ଭ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମଙ୍ଗଳବାର ସକାଳୁ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ଦେଶ ବିଦେଶ ମନୋରଞ୍ଜନ

ଏହି ଦେଶରେ ରଖିପାରିବେନି ଗର୍ଲଫ୍ରେଣ୍ଡ, ସଂପର୍କ ରଖିଲେ ହୋଇପାରେ ଜେଲ୍!

ଦୁନିଆର ଅନେକ ଦେଶରେ ଅନେକ ବିଚିତ୍ର ଆଇନ ବ୍ୟବସ୍ଥା ରହିଛି । ଅନେକ ଦେଶର କାନୁନ ଅତି ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଅନେକ ଦେଶରେ ଗର୍ଲଫ୍ରେଣ୍ଡକୁ ନେଇ ଅନେକ ଅବ୍ଦୁଭ କାନୁନ ରହିଛି । ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏକ ଏମିତି କାନୁନ ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ ପାକିସ୍ତାନରେ କେହି ଯୁବକ ଗର୍ଲଫ୍ରେଣ୍ଡ ରଖିପାରିବେ ନାହିଁ । ଯଦି କେହି ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଧରାପଡ଼େ […]

କଳା ଓ ସଂସ୍କୃତି ଦେଶ ବିଦେଶ

ହିନ୍ଦୁଙ୍କ ବିନା ଭାରତ ନାହିଁ, ଭାରତ ବିନା ହିନ୍ଦୁ ନାହାନ୍ତି: ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ

ଗ୍ବାଲିଅର୍‌: ହିନ୍ଦୁଙ୍କ ବିନା ଭାରତ ନାହିଁ କି, ଭାରତ ବିନା ହିନ୍ଦୁ ନାହାନ୍ତି ବୋଲି ଶନିବାର ଦିନ ମଧ୍ୟପ୍ରଦେଶର ଗ୍ବାଲିଅର୍‌ରେ ଏକ କାର୍ଯ୍ୟକ୍ରମରେ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’ର (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଛନ୍ତି। ସେ ଆହୁରି ଗୁରୁତ୍ବ ଦେଇ କହିଛନ୍ତି ଯେ, ଭାରତ ଓ ହିନ୍ଦୁ ଅବିଚ୍ଛେଦ୍ୟ ଅଟନ୍ତି। ଭାରତର ସ୍ବତନ୍ତ୍ର ମୂଲ୍ୟବୋଧ ଅଛି। ଏହା ହିଁ ହେଉଛି ହିନ୍ଦୁତ୍ବର ସାରାଂଶ। ଏହି କାରଣରୁ ଭାରତ ହିନ୍ଦୁମାନଙ୍କର ଦେଶ। ଦେଶ ବିଭାଜନ ପ୍ରସଙ୍ଗରେ କହିବାକୁ […]

ରାଜ୍ୟ ସ୍ୱାସ୍ଥ୍ୟ

ଆରମ୍ଭ ହେଲା କୋଭିଡ଼ ଟେଷ୍ଟ, ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ହେବ ସମସ୍ତଙ୍କ ନମୁନା ସଂଗ୍ରହ

ଭୁବନେଶ୍ୱର ୨୮।୧୧: ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି କୋଭିଡ଼ ଟେଷ୍ଟ । ବିଧାନସଭା ପରିସରରେ ଚାଲିଛି କୋଭିଡ଼ ଟେଷ୍ଟ । ସଦସ୍ୟଙ୍କ ସହ ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀଙ୍କର ଆରଟିପିସିଆର ସହ ଆଣ୍ଟିବଡ଼ି ଟେଷ୍ଟ ମଧ୍ୟ କରାଯାଉଛି । ଏହା ୩ ଦିନ ଧରି ଚାଲିବ । ତେବେ ଏହା ପୂର୍ବରୁ ବାଚସ୍ପତିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବିଧାନସଭାର ସମସ୍ତ ସଦସ୍ୟଙ୍କ ଆଣ୍ଟିବଡ଼ି’ ପରୀକ୍ଷା କରାଯିବା । ଏହା ସହ ଆଜି ବିଧାନସଭା ପରିସରରେ ସମସ୍ତ ସଦସ୍ୟଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ଛାଡପତ୍ର ପରେ ରୋଜଗାର ପାଇଁ ନେବାକୁ ପଡିଲା ଶ୍ବଶୁର ନାଗାର୍ଜୁନଙ୍କ ସାହାର

ନୂଆଦିଲ୍ଳୀ ୨୮।୧୧ : ସାଉଥ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଦୀର୍ଘ ଦିନ ଧରି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହି ଆସିଥିଲେ । ୨୬ ନଭେମ୍ବର ୨୦୨୧ରେ ଛାଡପତ୍ର ଘୋଷଣା ପରେ ସାମନ୍ଥା ପ୍ରଥମ ଥର ପାଇଁ ଷ୍ଟୁଡିଓରେ ଦେଖା ଯାଇଥିଲେ । ଯାହା ତାଙ୍କ ପୂର୍ବ ଶ୍ୱଶୁର ତଥା ସାଉଥ ସିନେମାର ମେଗାଷ୍ଟାର ନାଗାର୍ଜୁନଙ୍କର ଷ୍ଟୁଡିଓ ଅଟେ । ଖବର ଅନୁଯାୟୀ ସାମନ୍ଥା ଡବିଂ ପାଇଁ ସେହି ଷ୍ଟୁଡିଓକୁ ଯାଇଥିଲେ। ସାମନ୍ଥା ବର୍ତ୍ତମାନ ଗୁନାସେଖର […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ଥଗିତ କାମ ସମାପ୍ତ କରି ପାରିବେ। ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଙ୍କୁ କୌଣସି ଖୁସି ଖବର ମିଳିବ। ବୃଷ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ବଡ଼ ନିବେଶ ପାଇଁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ଭଲ ରହିବ। ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମରେ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବା ଶିଖିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା […]

ରାଜ୍ୟ ସ୍ୱାସ୍ଥ୍ୟ

ନିୟନ୍ତ୍ରଣରେ ଭିମସାର୍‌ ସଂକ୍ରମଣ ମୁଖ୍ୟସଚିବ, ଜିଲ୍ଲାପାଳଙ୍କ ଆଲୋଚନା

ସମ୍ବଲପୁର/ବୁର୍ଲା : ବୁର୍ଲା ଭିମ୍‌ସାର୍‌ରେ ହୋଇଥିବା କରୋନା ବିସ୍ଫୋରଣ କ୍ରମଶଃ ନିୟନ୍ତ୍ରଣକୁ ଆସୁଛି। ପ୍ରଥମ ଦିନ ୨୨, ଦ୍ବିତୀୟ ଦିନ ୩୪, ତୃତୀୟ ଦିନ ୫୧, ଚତୁର୍ଥ ଦିନ ୫୫କୁ ବୃଦ୍ଧି ପାଇଥିବା ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପଞ୍ଚମ ଦିନରେ ସେହି ୫୫ରେ ସ୍ଥିର ରହିଥିବା ଭିମସାର୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶୁକ୍ରବାର ଭିମସାର୍‌ ଛାତ୍ରଛାତ୍ରୀଙ୍କ କୌଣସି ନୂଆ ସଂକ୍ରମଣ ମାମଲା ସାମ୍‌ନାକୁ ଆସିନଥିବା ଭିମସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକ କହିଛନ୍ତି। କେବଳ ଏକ ଛାତ୍ରାବାସର […]

କଳା ଓ ସଂସ୍କୃତି ଦେଶ ବିଦେଶ

ରାବଣର ପୁଷ୍ପକ ବିମାନ ଉପରେ ଗବେଷଣା କରିବ ଶ୍ରୀଲଙ୍କା; ଯୋଗ ଦେବା ପାଇଁ ଭାରତକୁ ଅନୁରୋଧ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ସ୍ଥଗିତ ଥିବା ରାବଣର ପୁଷ୍ପକ ବିମାନ ଉପରେ ପୁଣି ଗବେଷଣା ଆରମ୍ଭ କରିବାକୁ ଶ୍ରୀଲଙ୍କା ସରକାର ସ୍ଥିର କରିଛନ୍ତି। ରାଜା ରାବଣ ଜଣେ ସୁଦକ୍ଷ ବୈମାନିକ ଥିଲେ ଏବଂ ବିଭିନ୍ନ ସ୍ଥାନକୁ ଯିବା ପାଇଁ ତାଙ୍କର ‘ପୁଷ୍ପକ ବିମାନ’ ଥିଲା ବୋଲି ଦାବି ଉଠିବା ପରେ ସେ ବିଷୟରେ ଗବେଷଣା କରିବା ଲାଗି ୨୦୧୯ରେ ଶ୍ରୀଲଙ୍କା ସରକାର ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ରାବଣ ଏବଂ ପୁଷ୍ପକ ବିମାନ ପ୍ରସଙ୍ଗ […]

ରାଜ୍ୟ ସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ: ୩ ଦେଶର ଫେରନ୍ତାଙ୍କ ପାଇଁ ୧୦ ଦିନିଆ ସଙ୍ଗରୋଧରେ ରଖିବାକୁ ଆଡ଼ଭାଇଜରୀ ଜାରି

ଭୁବନେଶ୍ୱର,: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହାପରେ ଦକ୍ଷିଣ ଆଫ୍ରିକା, ବୋସୱାନା ଓ ହଂକଂରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଛି । ଏସମ୍ପର୍କରେ ଡ଼ିଏମ୍‌ଇଟି ରମା ରମଣ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଏହି ୩ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି ହୋଇଛି । କେନ୍ଦ୍ର ସରକାର ଏବଂ ଡବ୍ଲ୍ୟୁଏଚ୍‌ଓ ଏହାକୁ ନେଇ ସତର୍କ କରାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସ୍ଥିତି ସ୍ଥିର ରହିଛି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ଆଶ୍ୱସ୍ତକର ଖବର, ଏବେ ବିନା ପରୀକ୍ଷାରେ ହୋଇପାରିବେ ସୁପରଭାଇଜର

ଚଣ୍ଡିଗଡ଼: ଅଙ୍ଗନୱାଡି କର୍ମୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । ବର୍ତ୍ତମାନ ରାଜ୍ୟର ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟ କରୁଥିବା ହଜାର ହଜାର ଅଙ୍ଗନୱାଡି କର୍ମୀଙ୍କୁ ସୁପରଭାଇଜର ହେବାକୁ ଆଉ ପରୀକ୍ଷାରେ ପାସ୍ କରିବାକୁ ପଡିବ ନାହିଁ । ମହିଳା ଏବଂ ଶିଶୁ ବିକାଶ ବିଭାଗ ନିଜର ସେବା ନିୟମରେ ପରିବର୍ତ୍ତନ କରି ବିଭାଗୀୟ ପଦୋନ୍ନତିର ଏକ ବ୍ୟବସ୍ଥା ପ୍ରସ୍ତୁତ କରିବ । ଏହା ବ୍ୟତୀତ ଅଙ୍ଗନୱାଡି କର୍ମୀ ଓ ହେଲପରମାନଙ୍କୁ ଏକ ବର୍ଷରେ ସମ୍ମାନଜନକ […]