ଓମିକ୍ରନ୍ ଆକ୍ରାନ୍ତ ରାଷ୍ଟ୍ରରୁ ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ଭିତରୁ ୪୦ ପ୍ରତିଶତଙ୍କୁ ଠାବ କରାଯାଇପାରୁନାହିଁ: ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ବର: ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ପ୍ରଶାସନ ନଜର ରଖିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୪୦ ପ୍ରତିଶତ ବିଦେଶ ଫେରନ୍ତା ଠାବ ହୋଇପାରୁନାହାନ୍ତି। ଏବେ ସୁଦ୍ଧା ଓମିକ୍ରନ୍ ଚିହ୍ନଟ ରାଷ୍ଟ୍ରରୁ ୮୦୦ରୁ ଅଧିକ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। ଏୟାର ସୁବିଧା ପୋର୍ଟାଲରେ ସେମାନେ ଭୁଲ୍ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି। ଏୟାର ସୁବିଧା ପୋର୍ଟାଲରେ […]