ପଣ୍ଡୁ ପୂନେଇଁ: କଣ୍ଡୁ ମୁନି
ମାର୍ଗଶିର ପୂର୍ଣ୍ଣିମାର ଅନ୍ୟନାମ ପଣ୍ଡୁ ପୂର୍ଣ୍ଣିମା। ଲୋକମୁଖରେ ଏହା ‘ପଣ୍ଡୁ ପୂନେଇଁ’। ଏହିଦିନ ଶ୍ରୀମନ୍ଦିରରେ ‘ପଣ୍ଡୁ ନୃସିଂହ’ଙ୍କର ପୂଜା ହୋଇଥାଏ। ଏହି ପୂଜା ବା ଉତ୍ସବର ଅଙ୍ଗ ରୂପେ, ଶ୍ରୀମନ୍ଦିରର ଦକ୍ଷିଣୀ ଘରେ ଥିବା ଅଷ୍ଟଭୁଜ ଉଗ୍ରନୃସିଂହ ମୂର୍ତ୍ତି ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀକ୍ଷେତ୍ରର ଚାରିଆଶ୍ରମ ଭ୍ରମଣ କରିଥାଆନ୍ତି। ‘କଣ୍ଡୁ ଆଶ୍ରମ’ ଏହି ଚାରି ଆଶ୍ରମ ମଧ୍ୟରୁ ଗୋଟିଏ। ‘ବାଲ୍ମୀକି ରାମାୟଣ’, ‘ବ୍ରହ୍ମପୁରାଣ’ ଓ ‘ବିଷ୍ଣୁ ପୁରାଣ’ ଆଦିରେ କଣ୍ଡୁ ମୁନିଙ୍କର ଉପାଖ୍ୟାନ ଅଛି। ଗୋମତୀ ନଦୀ […]