ଦେଶ ବିଦେଶ ସ୍ୱାସ୍ଥ୍ୟ

ଆନ୍ଧ୍ର ପ୍ରଦେଶରେ ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ

ବିଶାଖାପାଟଣା: ଆଜି ଆନ୍ଧ୍ର ପ୍ରଦେଶରେ ରାଜ୍ୟର ପ୍ରଥମ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଆୟର୍ଲାଣ୍ଡ୍‌ରୁ ଫେରିଥିବା ଜଣେ ୩୪ ବର୍ଷିୟ ବ୍ୟକ୍ତିଙ୍କ ନମୁନାରେ ଏହି ଭେରିଏଣ୍ଟ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ଶରୀରରେ କୌଣସି ଲକ୍ଷଣ ଦେଖା ଯାଇ ନ ଥିଲା ଏବଂ ଶନିବାର ଦିନ କରୋନାଭାଇରସ୍‌ ‘ଆର୍‌ଟି-ପିସିଆର୍‌’ ଟେଷ୍ଟ୍‌ରେ ‘ନେଗେଟିଭ୍‌’ ଆସିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ବିଦେଶରୁ ଆନ୍ଧ୍ର ପ୍ରଦେଶକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ଜଣ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ […]

କଳା ଓ ସଂସ୍କୃତି ରାଜ୍ୟ

ନିମ୍ବ ଗଛରେ ଶଙ୍ଖ-ଚକ୍ର-ଗଦା ଓ ପଦ୍ମ, ଦେଖିବାକୁ ଲୋକଙ୍କ ଭିଡ

ଭଦ୍ରକ,୧୨/୧୨: ଗଛରେ ଦିଶୁଛି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପ୍ରତିକୃତି । ଏହି ଦୃଶ୍ୟ ଦେଖିବା ପରେ ଗଛ ନିକଟରେ ଭିଡ଼ ଜମିଛି । ପୂଜାର୍ଚ୍ଚନା ଆରମ୍ଭ କଲେଣି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା ଗାଁରେ ଏମିତି ଘଟଣା ସାମ୍ନାକୁ ଆସିଛି । ମହୁରା ଗାଁର ନରହରି ମିଶ୍ରଙ୍କ ବାଡ଼ିରେ ବହୁ ପୁରୁଣା ନିମ୍ବ ଗଛ ରହିଛି । ପରିବାର ଲୋକେ ଗଛକୁ ପ୍ରତ୍ୟେକ […]

କଳା ଓ ସଂସ୍କୃତି ରାଜ୍ୟ

ମଣିଙ୍କ ଭିତରେ ମଣି ଥିଲେ ଉତ୍କଳମଣି ଗୋପବନ୍ଧୁ : ଗୋପାଳ କୃଷ୍ଣ ଗାନ୍ଧୀ

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ , କାରଣ ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ୱତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି , ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଗୋପାଳକୃଷ୍ଣ ଗାନ୍ଧୀ ଭାରତର ସମ୍ମାନଜନକ ତଥା ବହୁ ପ୍ରତୀକ୍ଷିତ ସାହିତ୍ୟିକ କାର୍ଯ୍ୟକ୍ରମ କଳିଙ୍ଗ ସାହିତ୍ୟ ମହୋତ୍ସବ ର ଉଦଘାଟନୀ ସଭାରେ ମୁଖ୍ୟ ବକ୍ତା […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ବନ୍ଦ କରିବାକୁ ନେଇ ଶିକ୍ଷା ବିଭାଗ ଦେଲା ଏହି ସୂଚନା, ତୃତୀୟ ଲହର ଆଶଙ୍କା

ପାଟନା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଅନେକ ମାମଲା ସାମ୍ନାକୁ ଆସିବାରେ ବିହାରରେ ସବୁ ସ୍କୁଲ ବନ୍ଦ ହୋଇଯିବାର ଆଶଙ୍କା କରାଯାଉଥିଲା । କିନ୍ତୁ ଏହା ଉପରେ ଶିକ୍ଷା ବିଭାଗ ଏକ ବୟାନ ଜାରି କରିଛି । ଶିକ୍ଷା ବିଭାଗ ଦ୍ୱାରା ସ୍ପଷ୍ଟ କୁହାଯାଇଛି ଯେ, ସ୍କୁଲ ଉପରେ ଏହାର ପ୍ରଭାବ ଏବେ ପଡିନାହିଁ । ସ୍କୁଲଗୁଡିକ ପୂବ ପରି ୧୦୦ ପ୍ରତିଶତ ଉପସ୍ଥିତି ସହିତ ଖୋଲାରହିବ । ମିଡିଆ ରିପୋର୍ଟ ଅନୁସାରେ, ଶିକ୍ଷା ବିଭାଗ ପକ୍ଷରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓମିକ୍ରନଠାରୁ କେତେ ପ୍ରତିଶତ ରକ୍ଷା କରିବ କୋଭିଶିଲ୍ଡର ବୁଷ୍ଟର ଡୋଜ୍? ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଟିକା ନେଇଥିବା ଲୋକଙ୍କୁ ସଂକ୍ରମିତ କରୁଛି । ଲୋକମାନଙ୍କର ଇମ୍ୟୁନିଟି ବଢ଼ାଇବାକୁ ତୃତୀୟ ବୁଷ୍ଟର ଡୋଜ୍ ନେବାକୁ ଯୁକ୍ତି ଚାଲିଛି । ଏହାରି ମଧ୍ୟରେ ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସି ବା UKHSA ଶୁକ୍ରବାର ଦିନ କହିଛନ୍ତି ଯେ, କୋଭିଡ ଭ୍ୟାକ୍ସିନର ତୃତୀୟ ବୁଷ୍ଟ ଡୋଜ୍ ଓମିକ୍ରନ ଭାରିଆଣ୍ଟର ବିରୋଧରେ ୭୦ରୁ ୭୫ ପ୍ରତିଶତ ସୁରକ୍ଷା ପ୍ରଦାନ କରିପାରିବ । ହେଲ୍ଥ ଏଜେନ୍ସି କହିଛି ଯେ, ଭାରତରେ କୋଭିଶିଲ୍ଡ ନାଁରେ […]

ଦେଶ ବିଦେଶ ମନୋରଞ୍ଜନ

ଗୋଆରେ ଆଦିବାସୀଙ୍କ ମହିଳାଙ୍କ ସହ ନାଚିଲେ ପ୍ରିୟଙ୍କା ଭଦ୍ରା, ଭିଡିଓ ଭାଇରାଲ…

ପାଣାଜୀ ୧୧/୧୨: ପାଖେଇ ଆସୁଛି ଗୋଆ ନିର୍ବାଚନ । ଏହାପୂର୍ବରୁ ରାଜନୀତି ବେଶ ସରଗରମ ହେଲାଣି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ରାଲି ଉଦଘାଟନ କରିବାକୁ ଗୋଆ ଯାଇଥିଲେ । ଏହି ସମୟରେ ଆଦିବାସୀ ମହିଳାମାନଙ୍କ ସହ ମିଶି ପାରମ୍ପରିକ ନୃତ୍ୟ ପ୍ରଦ୍ରଶନ କରିଥିଲେ ପ୍ରିୟଙ୍କା । ଗୋଆର ମୋରପିରାଲ ଗାଁରେ ଆଦିବାସୀ ମହିଳାଙ୍କ ସହ ନାଚିଥିଲେ ପ୍ରିୟଙ୍କା । ନାଲି ଏବଂ ବାଇଗଣୀ ରଙ୍ଗର ଏକ ସାଢି […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବେପାରରେ ସାମାନ୍ୟ ଲାଭ ପାଇବେ। କ୍ୟାରିୟରକୁ ନେଇ ଗହନ ଚିନ୍ତନରେ ରହିବେ। କୌଣସି ବି କାମ ମନ ଲଗାଇ କଲେ ସଫଳତା ପାଇବେ। ବୃଷ: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ବକେୟା ଅର୍ଥ ପାଇବେ। ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରର ସମାବେଶ ହେବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। କର୍କଟ: ବଡ଼ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଏହି ବଡ଼ ରୋଗରେ ପୀଡ଼ିତ ଓଲିଉଡର ସୁପରଷ୍ଟାର; ପ୍ରଶଂସକ କହିଲେ ମହାପ୍ରଭୁଙ୍କ କୃପାରୁ ମିହିର ଭାଇ ଶିଘ୍ର ସୁସ୍ଥ ହୁଅନ୍ତୁ

ଓଡ଼ିଆ ଗସିପ୍ ବ୍ୟୁରୋ: କିଡନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି । ତାଙ୍କ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସଂକଟାପର୍ଣ୍ଣ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସପ୍ତାହରେ ତିନି ଥର ଡାଏଲିସସ କରାଯାଉଛି । ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ […]

ଖେଳ ଦେଶ ବିଦେଶ

କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍: ୨ ଦେଶ ମଧ୍ୟରେ ଖେଳାଯିବ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍

କରାଚୀ:ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ ଖେଳିବା ପାଇଁ ଗୁରୁବାର ଦିନ ବନ୍ଦର ନଗରୀ କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ପ୍ରଥମ ମ୍ୟାଚ ଖେଳିବାର ଅବ୍ୟବହିତ ପୂର୍ବରୁ ସୁରକ୍ଷା ଆଶଙ୍କା କାରଣ ଦର୍ଶାଇ ହଠାତ ପାକିସ୍ତାନ ଛାଡି ପଳାଇ ଯିବା ପରେ ଏକ ଖରାପ ପରିସ୍ଥିତି ସୃଷ୍ଟି ହୋଇଥିଲା ।ସେହିପରି ନ୍ୟୁଜିଲାଣ୍ଡର ପଦାଙ୍ଗ ଅନୁସରଣ କରି ଇଂଲଣ୍ଡର ପୁରୁଷ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରୋନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରୋନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇ ଦିଆଯାଇଛି । ଏହି କଟକଣା ଜାନୁଆରୀ ୩୧ ଯାଏ ବଳବତ୍ତର ରହିବ । ଅର୍ଥାତ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ ନାହିଁ । ତେବେ ବାୟୋବବଲ୍ସ ଚୁକ୍ତି ଅନୁସାରେ ବର୍ତ୍ତମାନ ଯେଉଁଭଳି ବିଦେଶକୁ ବିମାନ ଉଡ଼ାଣ କରୁଛି […]