ରାଜ୍ୟ

ନିର୍ବାଚିତ ପ୍ରତିନିଧିଙ୍କ ଅଂଶଗ୍ରହଣ ପ୍ରସଙ୍ଗ ବିଚାରକୁ ନେବେ ସରକାର

କଟକ: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସ୍ଥାନୀୟ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଧିକରୁ ଅଧିକ ସାମିଲ କରିବା ପ୍ରସଙ୍ଗ ବିଚାର କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରକଳ୍ପ ଚୟନ ଓ କାର୍ଯ୍ୟକାରିତା କ୍ଷେତ୍ରରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି ଦର୍ଶାଇ ଦାୟର ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ରାୟ […]

ରାଜ୍ୟ

କ୍ୟାମେରାରେ ଆସୁନି ମହାବଳ!

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲ‌ରେ ମହାବଳ ବାଘ ଉପସ୍ଥିତି ଜାହିର କରିଥିଲା। ତା’ର ଗତିବିଧି ଉପରେ ନଜର ରଖିବାପାଇଁ ଜଙ୍ଗଲର ବିଭିନ୍ନ ସ୍ଥା‌ନରେ କ୍ୟାମେରା ଲଗାଯାଇଥିଲା। କିଛିଦିନ ହେବ ଏହି ମହାବଳ କ୍ୟାମେରା ଲେନ୍ସରେ କଏଦ ହୋଇନଥିବା ଜଣାପଡ଼ିଛି। ମହାବଳଟି ସମ୍ଭବତଃ ଶିମିଳିପାଳ ଫେରିଯାଇଥିବା ବନ ବିଭାଗ ସନ୍ଦେହ କରୁଛି। ଅଟେଇ ସଂରକ୍ଷିତ ଜଙ୍ଗଲରେ ଗତବର୍ଷ ଏକ ମହାବଳ ବାଘ ଠାବ କରାଯାଇଥିଲା। ବାଘର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ […]

ରାଜ୍ୟ

ଜଗତସିଂହପୁର ବିଜେଡିରେ ଫାଟ: ନଁା ନ ନେଇ ବିଧାୟକଙ୍କୁ ଟାର୍ଗେଟ୍ କଲେ ଅମରେନ୍ଦ୍ର

ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ଲୋକେ ଗଲା ୧୦ ବର୍ଷ ହେଲା ବିଦେଶୀ ଶାସନରେ ଅତିଷ୍ଠ ହେଲେଣି। ଲୋକେ ଅଣନିଶ୍ବାସୀ ହୋଇଗଲେଣି। ତେଣୁ ବିଦେଶୀ ଶାସନ ହଟାଇବାକୁ ପଡ଼ିବ ବୋଲି କର୍ମୀଙ୍କୁ ଆହ୍ବାନ ଦେଇ ପରୋକ୍ଷରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁଣି ଟାର୍ଗେଟ କରିଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଅନ୍ୟତମ ବିଧାୟକ ପ୍ରାର୍ଥୀ ଆଶାୟୀ ଅମରେନ୍ଦ୍ର ଦାସ। ଜଗତସିଂହପୁର ନିର୍ବାଚନମଣ୍ଡଳୀର ପଟସରାରେ ଆଜି ଆୟୋଜିତ ପରିବାର ସମ୍ପର୍କ ଅଭିଯାନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ […]

ରାଜ୍ୟ

କେନ୍ଦୁଝରରେ ସନା ସସ୍‌ପେନ୍ସ: ବିଜେଡିକୁ ସମର୍ଥନ ଜାରି ରଖିବେ ନା ବିଜେପି ଯିବେ?

କେନ୍ଦୁଝର/ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କୁ ନେଇ ଏବେ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗିରହିଛି। ସେ ସନାତନ ବିଜେଡିକୁ ସମର୍ଥନ ଜାରି ରଖିବେ ନା ବିଜେପିକୁ ଯିବେ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିବା ସନାତନ ୨୦୧୪ ମସିହାରେ ସ୍ବାଧୀନ ପ୍ରାର୍ଥୀଭାବେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସମଗ୍ର ଜିଲ୍ଲାରେ ତାଙ୍କର ପତିଆରା ବୃଦ୍ଧି ପାଇଥିଲା। ସନାସେନା ନାମରେ କେନ୍ଦୁଝର ଜିଲ୍ଲାରେ […]

ରାଜ୍ୟ

ସୁନ୍ଦରଗଡ଼ରେ ‘ରୋଡ୍‌ ସୋ’: ଆର୍‌ଏସ୍‌ଏସ୍‌ର ଘୃଣା ଓ କଂଗ୍ରେସର ପ୍ରେମ ବିଚାରଧାରା ମଧ୍ୟରେ ଲଢ଼େଇ

ସୁନ୍ଦରଗଡ଼: ବୁଧବାର ଅପରାହ୍ନ ୪ଟା ୩୦ ମିନିଟ୍‌ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ୋ ନ୍ୟାୟଯାତ୍ରା ସୁନ୍ଦରଗଡ଼ରେ ପହଞ୍ଚିଥିଲା। ସେଠାରେ ଏକ ଖୋଲା ଜିପ୍‌ରେ ରାଣୀବଗିଚାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ରୋଡ୍‌’ସୋ କରିଥିଲେ। ସୂଚନା ଅନୁସାରେ, ରାହୁଲ ରାଉରକେଲାରୁ ଆସି ଦିନ ସାଢ଼େ ୧୧ଟାରେ ରାଜଗାଙ୍ଗପୁରରେ ପହଞ୍ଚିଥିଲେ। ଆଦିବାସୀଙ୍କ ମାଦଳ ବାଜାର ତାଳେତାଳେ ତାଙ୍କୁ ହଜାରହଜାର କଂଗ୍ରେସ କର୍ମୀ ଓ ସାଧାରଣଜନତା ସ୍ବାଗତ କରିଥିଲେ। ସେ ଏଠାରେ ମଧ୍ୟାହ୍ନ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ […]

ରାଜ୍ୟ

ରାଉରକେଲା ଆସିଛନ୍ତି ଗାନ୍ଧି ପରିବାରର ଏକାଧିକ ନେତା; ନେହରୁ, ଇନ୍ଦିରାଙ୍କ ସହ ରାଜୀବ ବି ଆସିଥିଲେ

ରାଉରକେଲା: ଇସ୍ପାତ ସହର ରାଉରକେଲାରେ ଏକାଧିକ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପାଦ ପଡ଼ିଛି। କିଏ ନିର୍ବାଚନ ପ୍ରଚାରରେ ଆସିଛନ୍ତି ତ ପୁଣି କିଏ ପ୍ରକଳ୍ପ ଲୋକାର୍ପଣ ପାଇଁ। ଏହି କ୍ରମରେ ଗାନ୍ଧି ପରିବାରର ପ୍ରାୟ ସବୁ ସଦସ୍ୟଙ୍କ ଆଗମନ ଘଟିଛି ଏହି ସହରକୁ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କଠାରୁ ଆରମ୍ଭକରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ରାଉରକେଲା ଆସିଛନ୍ତି ଓ ରାତ୍ରିଯାପନ ମଧ୍ୟ କରିଛନ୍ତି। ଆଜିର ରାହୁଲ ଗାନ୍ଧିଙ୍କ ରୋଡ୍‌ ସୋ’ ଏକ ଦୁର୍ଲଭ ସଂଯୋଗ […]

ରାଜ୍ୟ

‘ଆର୍‌ଏସ୍‌ପିକୁ ବିକିଦେବେ ମୋଦୀ’: ବିଜେପି ଓ ବିଜେଡ଼ି ମଧ୍ୟରେ କିଛି ଫରକ ନାହିଁ

ରାଜଗାଙ୍ଗପୁର: ୨୦୨୪ରେ ଯଦି ବିଜେପି ପୁଣିଥରେ କ୍ଷମତାକୁ ଫେରେ, ତେବେ ନରେନ୍ଦ୍ର ମୋଦୀ ସରକାର ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସମେତ ବହୁ ରାଷ୍ଟ୍ରାୟତ୍ତ କମ୍ପାନିକୁ ବିକ୍ରି କରିଦେବେ। ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହା କହିଛନ୍ତି। ଶ୍ରୀ ରମେଶ କହିଥିଲେ, କଂଗ୍ରେସ ସରକାର ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ ସହିତ ବୋକାରୋ, ଦୁର୍ଗାପୁରରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲେ। ଓଡ଼ିଶାରେ […]

ରାଜ୍ୟ

ଆଜି ଅନ୍ତରୀଣ ବଜେଟ୍

ଭୁବନେଶ୍ବର: ଗୁରୁବାର ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଏହାସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଗାମୀ ୪ମାସ ପାଇଁ ପ୍ରାୟ ୯୦ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ‌ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।ଆସନ୍ତାକାଲି ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ଲକ୍ଷ ୬୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ। ଏଥିରୁ ଅନ୍ତରୀଣ ବଜେଟ୍‌ (ପ୍ରାୟ ୯୦ହଜାର କୋଟି ଟଙ୍କା)କୁ […]

ରାଜ୍ୟ

ଅନୁଭବ-ବର୍ଷାଙ୍କ ୧୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ: ଛାଡ଼ପତ୍ର ନେଇ ସୂଚନା ଦେଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି

କଟକ: ଅବଶେଷରେ ଓଲିଉଡର ‌ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ୧୦ ବର୍ଷର ସମ୍ପର୍କରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଛି ଛାଡ଼ପତ୍ର। ଏନେଇ ‘ଏକ୍ସ’ରେ ନିଜ ବିବାହ ବିଚ୍ଛେଦ ସଂପର୍କରେ ସୂଚନା ଦେଇଛନ୍ତି ନିଚେ ଅନୁଭବ ମହାନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡ଼ପତ୍ର ପାଇଁ କୋର୍ଟଙ୍କ ମଂଜୁରୀ ମିଳିଛି। https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1755297559223111899&lang=en&origin=https%3A%2F%2Fsambad.in%2Fstate%2Fdivorce-of-barsa-and-anubhav-mohanty-1120664%2F&sessionId=8795b61f7b7b5bced4f5b63f56d7501981b2d549&theme=light&widgetsVersion=2615f7e52b7e0%3A1702314776716&width=550px ଏ ସମ୍ପର୍କରେ ନିଜେ ସାଂସଦ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ […]

ରାଜ୍ୟ

ଗଡ଼ିଲା ଭୁବନେଶ୍ୱର-ଅଯୋଧ୍ୟା ଆସ୍ଥା ସ୍ପେଶାଲ ଟ୍ରେନ: ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଅଯୋଧ୍ୟାରେ ପ୍ରଭୁ ରାମଲାଲା ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ସେଠାକୁ ଟିକେ ଆଶିଷ ପାଇବା ପାଇଁ। ଏହି କ୍ରମରେ ଆଜି ଅଯୋଧ୍ୟା ସ୍ଥିତ ଶ୍ରୀ ରାମଲାଲାଙ୍କ ଦର୍ଶନାର୍ଥେ ଗଡ଼ିଛି ଭୁବନେଶ୍ୱର – ଅଯୋଧ୍ୟା ଆସ୍ଥା ସ୍ପେଶିଆଲ ଟ୍ରେନ”। ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଛି ଆସ୍ଥା ସ୍ପେଶିଆଲ ଟ୍ରେନ। ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା କରିଛନ୍ତି। ବିଜେପି ରାଜ୍ୟ […]