ରାଜ୍ୟ ସ୍ୱାସ୍ଥ୍ୟ

ଫ୍ରାନ୍ସରେ ରେକର୍ଡ ସଂକ୍ରମଣ: ଦିନକରେ ଲକ୍ଷାଧିକ ନୂଆ ମାମଲା ଚିନ୍ତା ବଢ଼ାଇଲା

ପ୍ୟାରିସ୍‌: ଫ୍ରାନ୍ସରେ ବିଗତ ୨୪ ଘଣ୍ଟାରେ ରେକର୍ଡ ସଂକ୍ରମଣ ଭୟ ବଢ଼ାଇ ଦେଇଛି। ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ମିଳିଥିବା ସୂଚନା ମୁତାବକ ଫ୍ରାନ୍ସରେ ୧୦୪,୬୧୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ଦେଶରେ ଏବେ ୧୬,୧୬୨ ଜଣ କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୩୨୮୨ ଜଣ ଆଇସିୟୁରେ ଅଛନ୍ତି । ଓମିକ୍ରନ୍‌ ପ୍ରଜାତି ପାଇଁ ଅଚାନକ ଏଭଳି ସଂକ୍ରମଣ ବୃଦ୍ଧି ପାଇଛି ବୋଲି କୁହାଯାଇଛି। ତେବେ ଫ୍ରାନ୍ସରେ କୋଭିଡ୍‌ ମୃତ୍ୟୁ ଯଥେଷ୍ଟ କମ୍‌ ରହିଛି। […]

ରାଜ୍ୟ ସ୍ୱାସ୍ଥ୍ୟ

୨୫ ଲକ୍ଷରୁ ଅଧିକ ପିଲାଙ୍କୁ କୋଭିଡ ଟିକା ଦିଆଯିବ: ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ବର: ୧୫ ବର୍ଷରୁ ୧୮ବର୍ଷ ବୟସ୍କ ୨୫ ଲକ୍ଷରୁ ଅଧିକ ପିଲାଙ୍କୁ କୋଭିଡ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେମାନଙ୍କୁ ଜାନୁଆରି ୩ ତାରିଖରୁ ଟିକା ଦିଆଯିବ। ସେ କହିଛନ୍ତି, ରାଜ୍ୟରେ ୧୫ ବର୍ଷରୁ ୧୮ବର୍ଷ ବୟସ୍କ ୨୫ ଲକ୍ଷ ୫୩ ହଜାର ପିଲା ଅଛନ୍ତି। ଏହାଛଡ଼ା ୬୦ ବର୍ଷ ବୟସରୁ ଅଧିକ ୫୨ ଲକ୍ଷ ୩୭ ହଜାର ଲୋକ ଅଛନ୍ତି। ସେମାନଙ୍କ ଭିତରୁ ଜଟିଳ ରୋଗରେ ପୀଡ଼ିତ […]

ଦେଶ ବିଦେଶ ପର୍ଯ୍ୟଟନ

ତୁଷାର କଲରାପତରିଆ ଭିଡିଓ ଟୁଇଟ୍‌ କରି ‘ଟ୍ରୋଲ୍‌’ ହେଲେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ: ଟୁଇଟର୍‌ରେ ତୁଷାର କଲରାପତରିଆ ଭିଡିଓ ସେୟାର କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି। ‘ନେଟିଜେନ୍‌’ ବା ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଲେଖିଛନ୍ତି, ପେଟ୍ରୋଲ୍‌, ଗ୍ୟାସ୍‌ ଏବଂ ଇଲେକ୍ଟ୍ରିସିଟିର ଅତିରିକ୍ତ ଦର ବୃଦ୍ଧିକୁ ଦର୍ଶାଉ ଥିବା ଭିଡିଓ ମଧ୍ୟ ପ୍ରଧାନମନ୍ତ୍ରୀ ଖାଁ ପୋଷ୍ଟ୍‌ କରିବା ଉଚିତ। ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ଦିନ ଇମ୍ରାନ୍‌ ଖାଁ ସେୟାର୍‌ କରିଥିବା ୪୫ ସେକେଣ୍ଡ୍‌ର ଭିଡିଓରେ ଭୟଙ୍କର ଗର୍ଜନ କରି […]

ଦେଶ ବିଦେଶ ମନୋରଞ୍ଜନ

୫୬ ବର୍ଷରେ ପାଦ ଦେଲେ ବଲିଉଡ୍‌ର ଭାଇଜାନ, ଜନ୍ମଦିନରେ ମିଡିଆ ସାମ୍ନାକୁ ଆସିଲେ କହିଲେ-ମୁଁ ସୁସ୍ଥ ଅଛି..

ନୂଆଦିଲ୍ଲୀ ୨୭।୧୨ : ବଲିଉଡ ଅଭିନେତା ସଲମାନ ଖାନ ଏବେ ଇଣ୍ଡଷ୍ଟ୍ରିର ମୋଷ୍ଟ ଏଲିଜିବଲ ବ୍ୟାଚଲର । ହେଲେ ତାଙ୍କୁ ଏବେ ୫୬ ବର୍ଷ ବୟସ ହେଲାଣି । ଏବେ ଯାଏଁ ସେ ଅବିବାହିତ ଅଛନ୍ତି । ସଲମାନ ଖାନ ନିଜର ପରିଶ୍ରମ ଏବଂ ନିଷ୍ଠା ସହିତ କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି । ସଲମାନ ଖାନ ବଲିଉଡର ସବୁଠାରୁ ପ୍ରିୟ ଅଭିନେତା ଏବଂ ଲୋକମାନେ ତାଙ୍କ ସିନେମା ଦେଖିବାକୁ ଅଧିକ ପସନ୍ଦ କରନ୍ତି […]

ରାଜ୍ୟ ସ୍ୱାସ୍ଥ୍ୟ

୧୫ରୁ ୧୮ ବର୍ଷ ପିଲାଙ୍କୁ ଭ୍ୟାକ୍‌ସିନେସନ୍‌ ପ୍ରସ୍ତୁତି : ସ୍କୁଲରେ ହୋଇପାରେ ଟିକାକରଣ, କରିବାକୁ ପଡିବ ପଞ୍ଜିକରଣ

ଭୁବନେଶ୍ୱର ୨୭।୧୨ : ୧୫ ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର ୨୮୪ଜଣ ପିଲାଙ୍କୁ ଦିଆଯିବ କରୋନା ଭ୍ୟାକ୍‌ସିନ୍‌ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୬୦ ବର୍ଷରୁ ଅଧିକ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ପ୍ରତିଷେଧକ ଟିକା ଦିଆଯିବ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆଗକୁ ନିର୍ବାଚନ,ବଢୁଛି ଓମିକ୍ରନ୍‌ କେସ୍‌ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ-ନିର୍ବାଚନ କମିଶନରଙ୍କ ବୈଠକ

ନୂଆଦିଲ୍ଲୀ ୨୭।୧୨: ନିର୍ବାଚନ କମିଶନର ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଆଖିରେ ରଖି ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ଘୁଞ୍ଚିବା ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ ବୈଠକରେ ଆଲୋଚନା ହେବ । ଖବର ଅନୁଯାୟୀ, କରୋନାର ସ୍ଥିତିକୁ ଦେଖି ଭାରତୀୟ ନିର୍ବାଚନ କମିଶନଙ୍କ ଚିନ୍ତା ବଢିଛି । ସ୍ଥିତି ସମୀକ୍ଷା ପାଇଁ ନିର୍ବାଚନ କମିଶନ ସୋମବାର ବୈଠକ ଡାକିଛନ୍ତି । ଏଥିରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରୁ ଚିହ୍ନଟ ହେଲେ ଆଉ ୪ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରୁ ପୁଣି ଆଉ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ସଂଖ୍ୟା ୮ରେ ପହଞ୍ଚିଛି । ୨୧ ତାରିଖରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏନେଇ ଆଇଏଲଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ମଙ୍ଗଳବାର ୨୩ ତାରିଖ ଦିଦ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦୁହେଁ ନାଇଜେରିଆ ଫେରନ୍ତା ହୋଇଥିବା ସୂଚନା । ସେମାନେ […]

ଖେଳ ଦେଶ ବିଦେଶ

IND Vs NZ: ଭାରତ ନାଁରେ ଆଉ ଏକ ନୂଆ ରେକର୍ଡ, ଏପରି କରିବାରେ ଟିମ୍ ଇଣ୍ଡିଆ ହେଲା ପ୍ରଥମ; ଜାଣନ୍ତୁ କଣ

ନୂଆଦିଲ୍ଲୀ: ନୂତନ ଅଧିନାୟକ ରୋହିତ୍ ଶର୍ମାଙ୍କ କ୍ୟାପଟେନସିପ୍ ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ରେ ବିଜୟ ହାସଲ କରିଛି । ଭାରତୀୟ ଟିମ୍ ୫ଟି ୱିକେଟ୍ ରେ ନ୍ୟୁଜିଲାଣ୍ଡକୁ ହରାଇ ତିନିଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ରେ ୧-୦ ପଏଣ୍ଟ ହାସଲ କରିଛି । ଟିମ୍ କୁ ଜିତାଇବାରେ ଗତକାଲିର ମ୍ୟାଚ୍ ରେ ରୋହିତ୍ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ମୁଖ୍ୟ ଭୁମିକା ନିଭାଇଥିଲେ । ରନ୍ ର ଲକ୍ଷକୁ ପୂରା କରିବାକୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ମୁଣ୍ଡ ବିନ୍ଧା ଓ ଥକ୍କାପଣ ହେଉଥିଲେ ହୋଇଯାଆନ୍ତୁ ସାବଧାନ, ଏସବୁ ହେଉଛି ଓମିକ୍ରନର ମୁଖ୍ୟ ଲକ୍ଷଣ

କୋଭିଡ୍ ମହାମାରୀର ନୂତନ ଭାରିଆଣ୍ଟ ଓମିକ୍ରନ ବିଶ୍ୱବ୍ୟାପୀ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ଡେଲଟା ଠାରୁ ଦୁଇଗୁଣ ବେଗରେ ଏହା ବ୍ୟାପିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାରିଆଣ୍ଟ ଏଯାବତ୍ ୧୦୮ଟି ଦେଶରେ ପହଞ୍ଚିସାରିଲାଣି । ଏହା ଭିତରେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । କେନ୍ଦ୍ର ପକ୍ଷରୁ ବର୍ତ୍ତମାନ ରାଜ୍ୟ ଗୁଡ଼ିକୁ […]

ଦେଶ ବିଦେଶ ମନୋରଞ୍ଜନ

ମାର୍ଚ୍ଚରେ ବିବାହ କରିବେ ଅଲୀ ଫଜଲ୍-ରିଚା ଚଢା! ଜାଣନ୍ତୁ କଣ କହିଲେ ଅଭିନେତା

ମୁମ୍ବାଇ: ବଲିଉଡ୍ ଅଭିନେତା ଅଲୀ ଫଜଲ୍ ଓ ରିଚା ଚଡ୍ଢା ଲମ୍ବା ସମୟରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ଦୁହେଁ ୨୦୨୦ ଏପ୍ରିଲ୍ ମାସରେ ବିବାହ କରିବାର ଯୋଜନା ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ବିବାହ ଘୁଞ୍ଚାଇବାକୁ ପଡ଼ିଲା । ତେବେ ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ରେ ରିଚା-ଅଲୀଫଜଲ୍ ବିବାହ କରିବେ ବୋଲି ରିପୋର୍ଟରୁ ଖୁଲାସା ହୋଇଛି । ଦୁହେଁ ମାର୍ଚ୍ଚ ମାସରେ ହାତକୁ ଦି ହାତ ହେବେ ବୋଲି ଖବର ପ୍ରକାଶ ପାଇଛି […]